ନ୍ୟୁଜଗ୍ୟାଲେରି, ଭବାନୀପାଟଣା: କିସ୍ କଳାହାଣ୍ଡି ପରିସରରେ ବିଶ୍ଵ ଓଡ଼ିଆ ଭାଷା ସମ୍ବିଳନୀ ଅବସରରେ ଏହି ଦିବସକୁ ସରସ ସୁନ୍ଦର ଭାବରେ ପାଳନ କରାଯାଇଥିଲା । ନିର୍ଦ୍ଧାରିତ ସମୟରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ପଡ଼ିଆରେ ଓଡ଼ିଶାର ମାନଚିତ୍ର ରୂପରେ ଛିଡ଼ାହୋଇ ଏହି ଓଡ଼ିଆ ଭାଷାର ମହାନ କଥାକୁ ଶ୍ରବଣ କରିବା ସହିତ ରାଜ୍ୟ ସଙ୍ଗୀତ “ବନ୍ଦେ ଉତ୍କଳ ଜନନୀ” କୁ ଛାତ୍ରୀମାନେ ଗାୟନ କରିଥିଲେ ।
ଏହା ପରେ ରାଜ୍ୟ ସ୍ତରରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଲାଇଭ ଟିଭି ମାଧ୍ୟମରେ ଅବଲୋକନ କରିଥିଲେ । ବିଦ୍ୟାଳୟର ଛାତ୍ରୀମାନେ ଓଡ଼ିଆ ଭାଷା ଉପରେ ହେଉଥିବା ଏହି ମହତ୍ତ୍ୱପୂର୍ଣ୍ଣ କଥାକୁ ବୁଝିବା ସହିତ ଓଡ଼ିଆ ହେବାରେ ନିଜକୁ ଗର୍ବ ଅନୁଭବ କରିଥିଲେ । କିସ୍ ଅନୁଷ୍ଠାନର ସମସ୍ତ କର୍ମକର୍ତା, ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ସହିତ କିସ୍ କଳାହାଣ୍ଡିର ଉପ କାର୍ଯ୍ୟ ନିର୍ବାହୀ ଅଧିକାରୀ ଦୁଷ୍ମନ୍ତ କୁମାର ପଧାନ, ଉପ ପ୍ରାଶାସନିକ ଅଧିକାରୀ ସୁଶାନ୍ତ କୁମାର ବିଶ୍ବାଳ, ପ୍ରଧାନ ଶିକ୍ଷୟତ୍ରୀ ସୁନୀତା ପଣ୍ଡା ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିବା ସହ କିଟ୍ କିସ୍ ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ଅନୁଷ୍ଠାନରେ ରହି ଏହିଭଳି କାର୍ଯ୍ୟକ୍ରମ ରେ ସୁଯୋଗ ପାଇଥିବାରୁ ଛାତ୍ରଛାତ୍ରୀ ସମେତ ସମସ୍ତ କର୍ମଚାରି ପ୍ରଶଂସା କରିଥିଲେ।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

