କଳାହାଣ୍ଡି କିସ ପରିସରରେ ସାମୁହିକ ସ୍ୱରରେ ବନ୍ଦେ ଉତ୍କଳ ଜନନୀ

0 minutes, 0 seconds Read

ନ୍ୟୁଜଗ୍ୟାଲେରି, ଭବାନୀପାଟଣା: କିସ୍ କଳାହାଣ୍ଡି ପରିସରରେ ବିଶ୍ଵ ଓଡ଼ିଆ ଭାଷା ସମ୍ବିଳନୀ ଅବସରରେ ଏହି ଦିବସକୁ ସରସ ସୁନ୍ଦର ଭାବରେ ପାଳନ କରାଯାଇଥିଲା । ନିର୍ଦ୍ଧାରିତ ସମୟରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ପଡ଼ିଆରେ ଓଡ଼ିଶାର ମାନଚିତ୍ର ରୂପରେ ଛିଡ଼ାହୋଇ ଏହି ଓଡ଼ିଆ ଭାଷାର ମହାନ କଥାକୁ ଶ୍ରବଣ କରିବା ସହିତ ରାଜ୍ୟ ସଙ୍ଗୀତ “ବନ୍ଦେ ଉତ୍କଳ ଜନନୀ” କୁ ଛାତ୍ରୀମାନେ ଗାୟନ କରିଥିଲେ । ଏହା ପରେ ରାଜ୍ୟ ସ୍ତରରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଲାଇଭ ଟିଭି ମାଧ୍ୟମରେ ଅବଲୋକନ କରିଥିଲେ । ବିଦ୍ୟାଳୟର ଛାତ୍ରୀମାନେ ଓଡ଼ିଆ ଭାଷା ଉପରେ ହେଉଥିବା ଏହି ମହତ୍ତ୍ୱପୂର୍ଣ୍ଣ କଥାକୁ ବୁଝିବା ସହିତ ଓଡ଼ିଆ ହେବାରେ ନିଜକୁ ଗର୍ବ ଅନୁଭବ କରିଥିଲେ । କିସ୍ ଅନୁଷ୍ଠାନର ସମସ୍ତ କର୍ମକର୍ତା, ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ସହିତ କିସ୍ କଳାହାଣ୍ଡିର ଉପ କାର୍ଯ୍ୟ ନିର୍ବାହୀ ଅଧିକାରୀ ଦୁଷ୍ମନ୍ତ କୁମାର ପଧାନ, ଉପ ପ୍ରାଶାସନିକ ଅଧିକାରୀ ସୁଶାନ୍ତ କୁମାର ବିଶ୍ବାଳ, ପ୍ରଧାନ ଶିକ୍ଷୟତ୍ରୀ ସୁନୀତା ପଣ୍ଡା ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିବା ସହ କିଟ୍ କିସ୍ ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ଅନୁଷ୍ଠାନରେ ରହି ଏହିଭଳି କାର୍ଯ୍ୟକ୍ରମ ରେ ସୁଯୋଗ ପାଇଥିବାରୁ ଛାତ୍ରଛାତ୍ରୀ ସମେତ ସମସ୍ତ କର୍ମଚାରି ପ୍ରଶଂସା କରିଥିଲେ।

Hemant Kumar Ray
Editor, News Gallery
Mob: 9439506580
Email: newsgallery.in@gmail.com
author

Hemant Kumar Ray

Editor, News Gallery Mob: 9439506580 Email: newsgallery.in@gmail.com

Similar Posts