ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଯୁବ କଂଗ୍ରେସ ସଭାପତିତ୍ୟରେ ଭବାନୀପାଟଣା ସ୍ଥିତ ସୁରମାୟା ହୋଟେଲ ଠାରେ କଳାହାଣ୍ଡି ଜିଲ୍ଲା ଯୁବ କଂଗ୍ରେସ ସଭାପତି ମହମ୍ମଦ ଅବଦୁଲ ମୋହସିନ ଦାୟିତ୍ୱ ଗ୍ରହଣ କରିବା ପରେ ଏକ ଗୁରୁତ୍ୱ ପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଏହି ବୈଠକରେ ରାଜ୍ୟ ଯୁବକଂଗ୍ରେସ ସମ୍ପାଦକ ବେଣୁପାଣି ଦୁର୍ଗା, ସମ୍ପାଦିକା ମନ୍ଦାକିନୀ ବାଣୁଆ , ବରିଷ୍ଠ ଯୁବନେତା ତ୍ରିଲୋଚନ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ଆଗାମୀ ଦିନରେ କଳାହାଣ୍ଡି ଯୁବ କଂଗ୍ରେସ କୁ କିପରି ସୃଦୁଡ଼ ମଜଭୁତ କରାଯିବ ସେନେଇ ବିଶୃତ ଭାବେ ଚର୍ଚ୍ଚା ଆଲୋଚନା କରାଯାଇଥିଲା । ଜିଲ୍ଲା କଂଗ୍ରେସର ଆଦିବାସୀ ନେତା ପରମାନନ୍ଦ ମାଝୀ, ସଦର ବ୍ଲକ ସଭାପତି ସୁବାଷଚନ୍ଦ୍ର ପ୍ରଧାନ, ଟାଉନ ସଭାପତି ପ୍ରିତମ ବେହେରା,ଛାତ୍ର କଂଗ୍ରେସ ସଭାପତି ସୁଶାନ୍ତ କୁମାର ପ୍ରଧାନୀ ଛାତ୍ର ନେତା ବାବା ଖାନ, ପିଣ୍ଟୁ ଅଗ୍ରୱାଲ, ସ୍ଥାନୀୟ କାଉନସିଲର ସଚିନ ନାଏକ ପ୍ରମୁଖ ଉପସ୍ଥିତ ରହି ଆଗାମୀ ସାଧାରଣ ନିର୍ବାଚନରେ କଳାହାଣ୍ଡି ଯୁବ କଂଗ୍ରେସର ଭମିକା ଓ କର୍ତ୍ୟବ୍ୟ ଉପରେ ଆଲୋଚନା କରିଥିଲେ । କଳାହାଣ୍ଡି କଂଗ୍ରେସକୁ ଆଗାମୀ ନିର୍ବାଚରେ କିଭଳି ପ୍ରାଣାପଣେ ବିଜୟୀ କରିବେ ସେନେଇ ସମସ୍ତେ ଶପଥ ନେଇଥିଲେ ।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

