ନ୍ୟୁଜଗ୍ୟାଲେରି, ଭବାନୀପାଟଣା: ମୋ’ ସ୍କୁଲ ଅଭିଯାନ ପକ୍ଷରୁ ସରକାରୀ ପ୍ରାଥମିକ ବିଦ୍ୟାଳୟ ମେଦିନୀପୁର ରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରକୃତି ବନ୍ଧୁ ପ୍ରଦୀପ କୁମାର ସାହୁ ଙ୍କ ଅଧ୍ୟକ୍ଷତା ରେ ବିଦ୍ୟାଳୟ ସ୍ତରୀୟ ଅନୁଚିନ୍ତନ କାର୍ଯ୍ୟକ୍ରମ ଏବଂ ଶିକ୍ଷକ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହେଇଯାଇଛି। ବିଦ୍ୟାଳୟ ପରିଚାଳନା କମିଟି ର ଉପାଧ୍ଯକ୍ଷ ଆଶିଷ କୁମାର ପଣ୍ଡା କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ ।
ବରିଷ୍ଟ ଶିକ୍ଷୟିତୀ ଲକ୍ଷ୍ମୀବଗର୍ତ୍ତି ସଂଯୁକ୍ତା ଦାଶ ମୋ ସ୍କୁଲ ଏକ “ଆଦର୍ଶ ବିଦ୍ୟାଳୟ ” ଏହା ର ସର୍ବାଙ୍ଗୀନ ଉନ୍ନତି ପାଇଁ ଆମେ ସମସ୍ତେ ପ୍ରତିଜ୍ଞା ବଦ୍ଧ ହେବା ଶତପ୍ରତିଶତ ନାମଲେଖା ଏବଂ ଶତପ୍ରତିଶତ ଉପସ୍ଥାନ ବୃଦ୍ଧି ପାଇଁ ଅନବରତ ଉଦ୍ୟମ ଜାରି ରଖିବା ଛାତ୍ର – ଛାତ୍ରୀ ଙ୍କ ସାମଗ୍ରୀ କ ଉନ୍ନତି ନିମନ୍ତେ ମୋ ସ୍କୁଲ ଅନୁ ଚିନ୍ତନ କାର୍ଯ୍ୟକ୍ରମ କୁ ବ୍ୟାପକ ରୁପେ ଛାତ୍ର ଛାତ୍ରୀ ଅବିଭାବକ ପୁରାତନ ଛାତ୍ର ସମ୍ମୁହ ଏବଂ ସମସ୍ତ ଗ୍ରାମବାସୀ ଙ୍କ ସହାୟତା ରେ ଜନଭାଗି ଦାରି କାର୍ଯ୍ୟକ୍ରମ ମାଧ୍ୟମରେ ସଫଳ ରୂପାୟନ କରା ଯାଇ ପାରିବ ବୋଲି ଆଲୋଚନା କରାଯାଇଥିଲା।ଶିକ୍ଷୟିତ୍ରୀ ସବ୍ୟା ମଞ୍ଜରୀ ପଟ୍ଟନାୟକ,ସୁଚେତା ଦାଶ ସମସ୍ତ ଛାତ୍ର ଛାତ୍ରୀ କମିଟୀ ସହକର୍ମୀ ଙ୍କୁ ସଂମ୍ବର୍ଦ୍ଧନା ପ୍ରଦାନ କରିଥିଲେ। ଶିକ୍ଷୟିତ୍ରୀ କଲ୍ୟାଣୀ ଦାସ, ନିଶାମଣୀ ଦେଇ,ପ୍ରତିଭା ଦାସ କାର୍ଯ୍ୟକ୍ରମ ପରିଚାଳନା ଏବଂ ବିଦ୍ୟାଳୟ କ୍ୟାପଟେନ ସମୀକ୍ଷା ଦୀପ ଧନ୍ୟବାଦ ଅର୍ପଣ କରିଥିଲେ ।
Latest entries
ଜିଲ୍ଲା ଖବରAugust 22, 2026ଭବାନୀପାଟଣା ଟାଉନ ଫୁଟବଲ ଲିଗ ଉଦଘାଟିତ
ଜିଲ୍ଲା ଖବରAugust 21, 2026ହାଇଦ୍ରାବାଦରୁ ଟିକେଟ୍ କାଟି ଅଧା ରାସ୍ତାରେ ଫସିଲେ ଯାତ୍ରୀ ଘରୋଇ ବସର ଦାଦାଗିରି
ଜିଲ୍ଲା ଖବରAugust 20, 2026ପୂର୍ବତନ ଲାଞ୍ଜିଗଡ଼ ବିଧାୟକ ତଥା ପୂର୍ବତନ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶିବାଜୀ ମାଝୀଙ୍କୁ ବିଜୁ ଜନତା ଦଳ ପକ୍ଷରୁ ଶ୍ରଦ୍ଧାଞ୍ଜଳି
ଜିଲ୍ଲା ଖବରAugust 20, 2026ଲଳିତ ଇଲେକ୍ଟ୍ରୋନିକ୍ସ ପକ୍ଷରୁ ବିଶ୍ୱ ଫଟୋଗ୍ରାଫି ଦିବସ ପାଳିତ

