ନ୍ୟୁଜଗ୍ୟାଲେରି,ଭବାନୀପାଟଣା:କଳାହାଣ୍ଡି ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀଙ୍କ ଅଧକ୍ଷତାରେ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଆନନ୍ଦ ପ୍ରସାଦ ଗୁରୁ, ଉପଜିଲ୍ଲାପାଳ, ଭବାନୀପାଟଣା ଡ ବିଶ୍ୱଜିତ୍ ଦାସ ଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ରହିଥିଲେ।
ଏହି ଜନ ଶୁଣାଣି ଶିବିରରେ ମୋଟ ୯୪ଜଣ ଆବେଦନକାରୀ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ। ସେଥିମଧ୍ୟରୁ ୮୩ଟି ବ୍ୟକ୍ତିଗତ ସମସ୍ୟା ଅଭିଯୋଗ ଓ ୧୧ଟି ଗ୍ରାମ୍ୟ ତଥା ସାମୁହିକ ସମସ୍ୟା ସମ୍ମିଳିତ ଥିଲା। ୯ଟି ଅଭିଯୋଗର ସମାଧାନ ତତକ୍ଷଣାତ୍ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ କଲମପୁର ବ୍ଲକର ସୁନ୍ଦୁରିଯୋର୍ ଗ୍ରାମର ବେଲମତୀ ନିଆଲ୍ ଙ୍କୁ କର୍କଟ ଚିକିତ୍ସା ସହାୟତା ବାବଦକୁ ୩୦୦୦୦ ଟଙ୍କା ଏବଂ କୋକସରା ବ୍ଲକ ର କାଉଡୋଳା ଗ୍ରାମର ଚତୁରୀ ବେଶ୍ରା ଙ୍କୁ ଘର ସହାୟତା ବାବଦ କୁ ୫୦୦୦ ଟଙ୍କା ଆର୍ଥିକ ସହାୟତା ମଞ୍ଜୁର କରଯାଇଥିଲା।

Latest entries
ଜିଲ୍ଲା ଖବରJuly 14, 2025ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଷୀ ଙ୍କ ଦ୍ୱାରା ଷ୍ଟିଟ ଲାଇଟ (ଏଲଇଡି) ଲାଇଟ ଏଵଂ ନୂତନ ଭତ୍ତା ବଣ୍ଟନ
ଜିଲ୍ଲା ଖବରJuly 12, 2025କୋକସରା ଅବକାରୀ ବିଭାଗ ର ଚଢ଼ାଉ,୮ କେଜି ଗଞ୍ଜେଇ ଜବତ
ରାଜ୍ୟ ଜିଲ୍ଲା ଖବରJuly 7, 2025କାଶୀପୁର ବ୍ଲକରେ ଡେଙ୍ଗୁ, ଡାଇରିଆ ଓ ମେଲେରିଆ ନିରାକରଣ ନିମନ୍ତେ ଉପଜିଲ୍ଲାପାଳଙ୍କ ସଚେତନତା ବୈଠକ
ଜିଲ୍ଲା ଖବରJuly 7, 2025ବିଶିଷ୍ଟ ବ୍ୟକ୍ତିତ୍ଵ ଙ୍କ ପ୍ରେରଣାଦାୟୀ ଭାବ ବିନିମୟ ର ଅଭିନବ କାର୍ଯ୍ୟକ୍ରମ