କଳାହାଣ୍ଡି ଜିଲ୍ଲା କେସିଙ୍ଗା ଏବଂ ଭବାନୀପାଟଣା ଦେଇ ଯାଉଥିବା ଜାତୀୟ ରାଜପଥ ୨୬ର ପାଷ୍ଟିକୁଡିଠାରେ ଫ୍ଲାଏ ଓଭର ବ୍ରିଜ ନିର୍ମାଣ ପାଇଁ ୬୭.୯୫କୋଟି ଟଙ୍କା ମଞ୍ଜୁର କରିଛନ୍ତି ଭୂତଳ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରଣାଳୟ ।

୨୦୨୧ ଡିସେମ୍ବର ୧୬ ତାରିଖ ରେ କଳାହାଣ୍ଡି ଜିଲ୍ଲା ରାଜ୍ୟସଭା ସାଂସଦ ସୁଜିତ କୁମାର କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡକରୀଙ୍କୁ ଭେଟି ପାଷ୍ଟିକୁଡିରେ ଜାତୀୟ ରାଜପଥ ୨୬ ଓ ଏମ ଡି ଆର ୧୧୮ରାସ୍ତା ସଂଯୋଗ ହେଉଥିବାରୁ ଟ୍ରାଫିକ ବ୍ୟବସ୍ଥାରେ ବାଧା ସୃଷ୍ଟି ହୋଉଥିବାନେଇ କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡକରୀଙ୍କୁ ଦୃଷ୍ଟି ଆକର୍ଷଣ କରି ପାଷ୍ଟିକୁଡି ରେ ଏକ ଫ୍ଲାଏ ଓଭର ବ୍ରିଜ ନିର୍ମାଣ ପାଇଁ ଅନୁରୋଧ କରିଥିଲେ।କଳାହାଣ୍ଡି ଜିଲ୍ଲା ରାଜ୍ୟସଭା ସାଂସଦ ସୁଜିତ କୁମାର ଙ୍କ ଅନୁରୋଧ କ୍ରମେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଫ୍ଲାଏ ଓଭର ବ୍ରିଜ ନିର୍ମାଣ ପାଇଁ ଅନୁଦାନ ମଞ୍ଜୁର କରିଥିବାନେଇ ଭାରତ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପାଇଛି।
Latest entries
ଜିଲ୍ଲା ଖବରApril 6, 2026ଓଡ଼ିଆ ପକ୍ଷ ପାଳନ ଅବସରରେ ଏୈତିହ ଗଣଦୌଡ
ଜିଲ୍ଲା ଖବରApril 6, 2026କଳାହାଣ୍ଡିର ଅଭିଳାଷ ଆଇଆଇଏମ୍ ଟପ୍ପର
ଜିଲ୍ଲା ଖବରApril 5, 2026ଓଡ଼ିଆ ନାମ ଫଳକ ଅଭିଯାନ ଓ ସଚେତନତା ପଦଯାତ୍ରା
ଜିଲ୍ଲା ଖବରApril 3, 2026କଳାହାଣ୍ଡି ଓକିଲ ସଙ୍ଘ ର ନବ ନିର୍ବାଚିତ କର୍ମକର୍ତା ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

