କଳାହାଣ୍ଡି ଜିଲ୍ଲା କେସିଙ୍ଗା ଏବଂ ଭବାନୀପାଟଣା ଦେଇ ଯାଉଥିବା ଜାତୀୟ ରାଜପଥ ୨୬ର ପାଷ୍ଟିକୁଡିଠାରେ ଫ୍ଲାଏ ଓଭର ବ୍ରିଜ ନିର୍ମାଣ ପାଇଁ ୬୭.୯୫କୋଟି ଟଙ୍କା ମଞ୍ଜୁର କରିଛନ୍ତି ଭୂତଳ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରଣାଳୟ ।

୨୦୨୧ ଡିସେମ୍ବର ୧୬ ତାରିଖ ରେ କଳାହାଣ୍ଡି ଜିଲ୍ଲା ରାଜ୍ୟସଭା ସାଂସଦ ସୁଜିତ କୁମାର କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡକରୀଙ୍କୁ ଭେଟି ପାଷ୍ଟିକୁଡିରେ ଜାତୀୟ ରାଜପଥ ୨୬ ଓ ଏମ ଡି ଆର ୧୧୮ରାସ୍ତା ସଂଯୋଗ ହେଉଥିବାରୁ ଟ୍ରାଫିକ ବ୍ୟବସ୍ଥାରେ ବାଧା ସୃଷ୍ଟି ହୋଉଥିବାନେଇ କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡକରୀଙ୍କୁ ଦୃଷ୍ଟି ଆକର୍ଷଣ କରି ପାଷ୍ଟିକୁଡି ରେ ଏକ ଫ୍ଲାଏ ଓଭର ବ୍ରିଜ ନିର୍ମାଣ ପାଇଁ ଅନୁରୋଧ କରିଥିଲେ।କଳାହାଣ୍ଡି ଜିଲ୍ଲା ରାଜ୍ୟସଭା ସାଂସଦ ସୁଜିତ କୁମାର ଙ୍କ ଅନୁରୋଧ କ୍ରମେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଫ୍ଲାଏ ଓଭର ବ୍ରିଜ ନିର୍ମାଣ ପାଇଁ ଅନୁଦାନ ମଞ୍ଜୁର କରିଥିବାନେଇ ଭାରତ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପାଇଛି।
Latest entries
ଜିଲ୍ଲା ଖବରJanuary 16, 2026ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଯୁବ-ଛାତ୍ର ବିଜେଡିର ସାମ୍ବାଦିକ ସମ୍ମିଳନୀ
ଜିଲ୍ଲା ଖବରJanuary 15, 2026ମା ମାଣିକେଶ୍ୱରୀ ମନ୍ଦିର ରୁ ବାହାରିଲା ମଶାଲ ଯାତ୍ରା
ଜିଲ୍ଲା ଖବରJanuary 13, 2026୨୮ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ ଉପଲକ୍ଷେ ଜିଲ୍ଲା ସ୍ତରୀୟ ବ୍ୟାଡ଼ମିଣ୍ଟନ ଖେଳ ପ୍ରତିଯୋଗିତା
ଜିଲ୍ଲା ଖବରJanuary 12, 2026କବି ବିରଞ୍ଚି ନାରାୟଣ ଦରୱାନଙ୍କ କବିତା ବହି “ସାରା ଆକାଶ ତମର” ଲୋକାର୍ପିତ

