କଳାହାଣ୍ଡି ଜିଲ୍ଲା ଏମ୍ ରାମପୁର ଥାନା ଅନ୍ତର୍ଗତ ତେନ୍ତୁଳିକୁପା ଗାଁ ର ସୁଦମ ଭୋଇ ର ଗତକାଲି ନିକଟସ୍ଥ ଏକ ଜଙ୍ଗଲରେ ଝୁଲନ୍ତା ଅବସ୍ଥାରେ ମୃତ ଦେହ ପୋଲିସ ଉଦ୍ଧାର କରିଥିଲା। ଏହି ଘଟଣା ର ତଦନ୍ତ ପାଇଁ ଏମ୍ ରାମପୁର ପୋଲିସ ଗାଁ କୁ ଯାଇଥିବା ବେଳେ ଗାଁ ଲୋକେ ପୋଲିସ କୁ ଅଟକ ରଖିଛନ୍ତି।ସୁଦାମ କୁ ଗତ କିଛି ଦିନ ତଳେ ରିଷିଡା ଫାଣ୍ଡି ପୋଲିସ ଏକ ଚୋରି ଘଟଣାରେ ଘରୁ ସୁଦାମ କୁ ନେଇ ଫାଣ୍ଡି ରେ ଅଟକ ରଖି ପଚରାଉଚରା କରିଛାଡ଼ିଦେଇଥିଲେ।
ହେଲେ ସେ ଘରକୁ ନ ଫେରିବାରୁ ବହୁ ଖୋଜାଖୋଜି ପରେ ଗତ କାଲି ସଂଧ୍ୟା ସମୟରେ ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ସୁଦାମ ର ମୃତ ଦେହ ଠାବ ହୋଇଥିଲା।ଏ ନେଇ ଏମ୍ ରାମପୁର ଥାନା କୁ ଖବର ଦେଇଥିଲେ।ଏହାକୁ ନେଇ ଏମ୍ ରାମପୁର ଥାନା ଅଧିକାରୀ ସଚିନ୍ଦ୍ର ପ୍ରଧାନ ଙ୍କ ସମେତ ପୋଲିସ ଷ୍ଟାପ ଗାଁ କୁ ଯାଇ ତଦନ୍ତ ସମୟରେ ଗାଁ ଲୋକେ ଫାଣ୍ଡି ଅଧିକାରୀ ଙ୍କୁ ଅଟକ ରଖିଥିଲେ।
Latest entries
ଜିଲ୍ଲା ଖବରJanuary 16, 2026ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଯୁବ-ଛାତ୍ର ବିଜେଡିର ସାମ୍ବାଦିକ ସମ୍ମିଳନୀ
ଜିଲ୍ଲା ଖବରJanuary 15, 2026ମା ମାଣିକେଶ୍ୱରୀ ମନ୍ଦିର ରୁ ବାହାରିଲା ମଶାଲ ଯାତ୍ରା
ଜିଲ୍ଲା ଖବରJanuary 13, 2026୨୮ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ ଉପଲକ୍ଷେ ଜିଲ୍ଲା ସ୍ତରୀୟ ବ୍ୟାଡ଼ମିଣ୍ଟନ ଖେଳ ପ୍ରତିଯୋଗିତା
ଜିଲ୍ଲା ଖବରJanuary 12, 2026କବି ବିରଞ୍ଚି ନାରାୟଣ ଦରୱାନଙ୍କ କବିତା ବହି “ସାରା ଆକାଶ ତମର” ଲୋକାର୍ପିତ