ମୁକୁଳା କୂଅ ଭିତରକୁ ମାଡିଗଲା ଟ୍ରାକ୍ଟର

0 minutes, 0 seconds Read

ନ୍ୟୁଜଗ୍ୟାଲେରି,ଅନୁଗୁଳ: ଅନୁଗୁଳ ଜିଲ୍ଲା ଜାମୁଣ୍ଡା ଗାଁରେ ଆଜି ଏକ ଅଭାବନୀୟ ଅଘଟଣ ଘଟିଛି। ଚାଷ ଜମିରେ ଟ୍ରାକ୍ଟର ସାହାଯ୍ୟରେ ଚାଷ କରୁଥିବା ବେଳେ ଅସାବଧାନତା ଯୋଗୁଁ ଖୋଲା କୂଅ ଭିତରକୁ ଟ୍ରାକ୍ଟର ମାଡ଼ିଯାଇଛି। ଏହି ଦୁର୍ଘଟଣା ଯୋଗୁଁ ଟ୍ରକ୍ଟର ଚାଳକଙ୍କ ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ହେଲେ ପୂର୍ଣ୍ଣଚନ୍ଦ୍ର ବେହେରା (୩୦) ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ନିଶା ଥାନା ଅନ୍ତର୍ଗତ ଜାମୁଣ୍ଡା ଗ୍ରାମରେ ଓଡ଼କପା ଗାଁର ପୂର୍ଣ୍ଣଚନ୍ଦ୍ର ବେହେରା ଟ୍ରାକ୍ଟର ସାହାଯ୍ୟରେ ବିଲରେ ଚାଷ କରୁଥିଲେ। ଚାଷ ଜମି ପାଖକୁ ଲାଗି ଏକ ମୁକୁଳା ଗଭୀର କୂଅ ଥିବା ବିଷୟରେ ସେ ଜାଣି ନଥିଲେ। ନିଜର ଅସାବଧାନତା ଯୋଗୁଁ ଟ୍ରାକ୍ଟର ସହିତ ସେ କୂଅ ଭିତରେ ଖସି ପଡ଼ିଥିଲେ। ଖବର ପାଇ ଅନୁଗୁଳ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଟ୍ରାକ୍ଟର ସମେତ ଚାଳକଙ୍କୁ ଉଦ୍ଧାର କରିଥିଲେ। କିନ୍ତୁ ସେତେବେଳକୁ ଚାଳକଙ୍କ ମୃତ୍ୟୁ ହୋଇ ସାରିଥିଲା।

Hemant Kumar Ray
Editor, News Gallery
Mob: 9439506580
Email: newsgallery.in@gmail.com
author

Hemant Kumar Ray

Editor, News Gallery Mob: 9439506580 Email: newsgallery.in@gmail.com

Similar Posts