ନ୍ୟୁଜଗ୍ୟାଲେରି, ବାଲେଶ୍ବର: ରାଜ୍ୟ ପରିବହନ ବିଭାଗର ଦୁର୍ଘଟଣା ରୋକିବା ଦିଗରେ ଉଦ୍ୟମ ସତ୍ତ୍ବେ ସଡ଼କ ଦୁର୍ଘଟଣା ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି ସକାଳେ ବାଲେଶ୍ବର ତାମୁଳିଆ ରେଲୱେ ଓଭରବ୍ରିଜ ଉପରେ ଦୁଇ ବସ ମୁହାଁମୁହିଁ ଧକ୍କା ହେବା ଫଳରେ ୨୦ ଯାତ୍ରୀ ଆହତ ହୋଇଥିବା ଖବର ହସ୍ତଗତ ହୋଇଛି। ସୂଚନା ଅନୁସାରେ, ଆଜି ବାଲେଶ୍ଵର ସହର ଉପକଣ୍ଠ ତାମୁଳିଆ ରେଲୱେ ଓଭରବ୍ରିଜ ଉପରେ ସକାଳ ପ୍ରାୟ ୯ଟା ସମୟରେ ଦୁଇ ବସ ମୁହାଁମୁହିଁ ଧକ୍କା ହେବା ଫଳରେ ରେ ୨୦ ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି। ବାଲେଶ୍ଵରରୁ ଭୁବନେଶ୍ୱର ଯାଉଥିବା ମନୀଷା ବସ ଓ ବିପରୀତ ପଟୁ ବାହାନଗାରୁ ବାଲେଶ୍ଵର ଯାତ୍ରୀ ନେଇ ଆସୁଥିବା ଅରବିନ୍ଦ ବସ ମଧ୍ୟରେ ତାମୁରିଆ ରେଲୱେ ଓଭରବ୍ରିଜ ଉପରେ ମୁହାଁ ମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଓ ପୁଲିସ ଉଦ୍ୟମରେ ଆହତମାନଙ୍କୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ରାସ୍ତା ଉପରୁ ବସ ଦୁଇଟିକୁ ହଟାଇ ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥା କରୁଥିବା ଜଣାପଡିଛି।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

