ମାନ୍ୟବର ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ କଳାହାଣ୍ଡି ଜିଲ୍ଲା ଗସ୍ତ

0 minutes, 0 seconds Read

କଳାହାଣ୍ଡି ଜିଲ୍ଲା ଏମ ରାମପୁର ଠାରେ ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଡ଼ଃ ଏସ ମୂରଲୀଧର ଙ୍କ କରକମଳରେ ଅତିରିକ୍ତ ଦେୱାନୀ ଜଜ୍ ତଥା ଜେ ଏମ ଏଫ୍ ସି କୌର୍ଟ ର ନୂତନ କୋଠା ଶୁଭ ଉଦ୍ଧଘାଟନ ହୋଇଯାଇଛି। ଏମ ରାମପୁର ନୂତନ କୋଠା ଉଦ୍ଧଘାଟନ ହାଇକୋର୍ଟ ଜଜ୍ ଅଧ୍ୟକ୍ଷ, କୋଠାବାଡ଼ି କମିଟି ହାଇକୋର୍ଟ ଡ଼ଃ ଜଷ୍ଟିସ ବି ଆର୍ ଷଡ଼ଙ୍ଗୀ , ହାଇକୋର୍ଟ ରେଜିଷ୍ଟାର ଜେନେରାଲ ପ୍ରତାପ କୁମାର ପାତ୍ର, ହାଇକୋର୍ଟ ରେଜିଷ୍ଟାର ଭିଜିଲାନ୍ସ ଅଖିଳ କୁମାର ପଶ୍ଚିମକବାଟ ,ଜିଲ୍ଲା ଓ ଦୌରା ଜଜ୍ କଳାହାଣ୍ଡି ଦୀପ୍ତି ରଞ୍ଜନ କାନୁନଗୋ, ଜିଲ୍ଲାପାଳ କଳାହାଣ୍ଡି ପି ଅନ୍ୱେଷା ରେଡ୍ଡୀ, ଆରକ୍ଷି ଅଧୀକ୍ଷକ,କଳାହାଣ୍ଡି ଅଭିଳାଷ ଜି, ଅଧ୍ୟକ୍ଷ, ଓକିଲ ସଂଘ ଏମ ରାମପୁର ଜୟ ନାରାୟଣ ସିଂହଦେଓ , ସମ୍ପାଦକ, ଓକିଲ ସଂଘ, ଏମ ରାମପୁର ଯତୀନ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ମୁଖ୍ୟ ଅତିଥି ତଥା ଅତିଥି ମାନଙ୍କୁ ଘୁମୁରା ନୃତ୍ୟର ତାଳେ ତାଳେ ସ୍ବାଗତ କରଯାଇଥିଲା ।  ମଞ୍ଚାସିନ ଅତିଥି ହାଇକୋର୍ଟ ମୁଖ୍ୟ ବିଚାରପତି ଡ଼ଃ ଏସ ମୂରଲୀଧର, ହାଇକୋର୍ଟ ଜଜ୍ ଡ଼ଃ ଜଷ୍ଟିସ ବି ଆର୍ ଷଡ଼ଙ୍ଗୀ, ଓକିଲ ସଂଘ ସଭାପତି ଜୟ ନାରାୟଣ ସିଂହଦେଓ, ସମ୍ପାଦକ ଯତୀନ କୁମାର ସାହୁଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିବା ସହ ଓଡ଼ିଶା ରାଷ୍ଟ୍ରୀୟ ସଙ୍ଗୀତ” ବନ୍ଦେ ଉତ୍କଳଜନନୀ” ଗାନ କରାଯାଇଥିଲା।ଜିଲ୍ଲା ଓ ଦୌରାଜଜ ଶ୍ରୀ ଦୀପ୍ତି ରଞ୍ଜନ କାନୁନଗୋ ସମସ୍ତଙ୍କୁ ସ୍ବାଗତ କରିଥିଲେ।ମୁଖ୍ୟ ଅତିଥି ନିଜ ବକ୍ତବ୍ୟ ରେ ଏମ ରାମପୁର ଓକିଲ ସଂଘ ର ନିରନ୍ତର ଆଗ୍ରହ ଓ ଚେଷ୍ଟା ଯୋଗୁ ସମସ୍ତ ସୁବ୍ୟବସ୍ଥା ସହ ଏହି ନୂତନ କୋଠା ସମସ୍ତଙ୍କୁ ଉଚିତ୍ ନ୍ୟାୟ ଦେବାରେ ସକ୍ଷମ ହେବ ଏବଂ ଏଥିପାଇଁ ଓକିଲ ତଥା ବିଚାର ବିଭାଗୀୟ ଅଧିକାରୀଙ୍କ ଆନ୍ତରିକତା ଓ ଗୁରୁତ୍ଵପୂର୍ଣ୍ଣ ଦାୟିତ୍ଵ ରହିଛି ବୋଲି କହିଥିଲେ। ହାଇକୋର୍ଟ ଜଜ୍ ଡ ଜଷ୍ଟିସ ବି ଆର୍ ଷଡ଼ଙ୍ଗୀ ନିଜ ବକ୍ତବ୍ୟ ରେ ସାଧାରଣ ଲୋକ ଙ୍କ ସେବାରେ ଏହି କୋର୍ଟ ଉଦ୍ଧିଷ୍ଟ ଏବଂ ତଳ ରୁ ତଳ ସ୍ତର ପର୍ଯ୍ୟନ୍ତ ଲୋକଙ୍କୁ ନ୍ୟାୟ ଦେବାରେ ହେଳା ନ କରିବାକୁ ଯୁବ ଆଇନଜୀବୀ ମାନଙ୍କୁ ଆହ୍ବାନ କରିବା ସହ ଏହି ସ୍ଥାନରୁ ମଧ୍ୟ ଅନ୍ ଲାଇନ୍ ମାଧ୍ୟମରେ ହାଇକୋର୍ଟ କେସକୁ ଲଢି ହେବ ବୋଲି କହିଥିଲେ।  ସଭାରେ ବରିଷ୍ଠ ଆଇନଜୀବୀ ଗଙ୍ଗାଧର ମହାନ୍ତି,ବିଶ୍ବମ୍ବର ମହାନ୍ତି ,ବିମଳ ଚାନ୍ଦ ଏବଂ ଆଇନଜୀବୀ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହ ଦେଓ ଙ୍କୁ ମୁଖ୍ୟ ଅତିଥି ମାନପତ୍ର ସହ ସମ୍ବର୍ଦ୍ଧନା କରିଥିଲେ।ଏହି ନୂତନ କୋଠାରେ ସି ସି ଟିଭି, ଶିଶୁ ଯତ୍ନ, ସ୍ତନ୍ୟପାନ ଗୃହ, ପାର୍କିଂ ସ୍ଥଳ, ଦିବ୍ୟାଙ୍ଗ ପାଇଁ ରାମ୍ପ, ସାକ୍ଷୀ ଗୃହ, ଆଭାସି ଗୃହ, ଇ ସେବା କେନ୍ଦ୍ର, ଇ ଫାଇଲିଂ, କେଣ୍ଟିନ, ମଡେଲ କୋର୍ଟ ର ସୁବ୍ୟବସ୍ଥା କରାଯାଇଛି।

Hemant Kumar Ray
Editor, News Gallery
Mob: 9439506580
Email: newsgallery.in@gmail.com
author

Hemant Kumar Ray

Editor, News Gallery Mob: 9439506580 Email: newsgallery.in@gmail.com

Similar Posts

Leave a Reply

Your email address will not be published. Required fields are marked *