ମାନ୍ୟବର ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ କଳାହାଣ୍ଡି ଜିଲ୍ଲା ଗସ୍ତ
କରି କେସିଙ୍ଗା ସ୍ଥିତ ଅତିରିକ୍ତ ଦେୱାନୀ ଜଜ୍ ତଥା ଜେ ଏମ ଏଫ୍ ସି ର ନୂତନ କୋଠା ମୁଖ୍ୟ ଅତିଥି ହାଇକୋର୍ଟ ମୁଖ୍ୟ ବିଚାରପତି ଡ଼ଃ ଏସ ମୂରଲୀଧର ଙ୍କ କରକମଲ ରେ ଉଦ୍ଧଘାଟିତ ହୋଇଥିଲା ।ସଭା ଆରମ୍ଭ ପୂର୍ବରୁ ରାଷ୍ଟ୍ରୀୟ ସଙ୍ଗୀତ “ବନ୍ଦେ ଉତ୍କଳଜନନୀ” ପରିବେଷଣ ସହ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରଯାଇଥିଲା।କେସିଙ୍ଗା ଠାରେ ହାଇକୋର୍ଟ ମୁଖ୍ୟ ବିଚାରପତି ଡ଼ଃ ଏସ ମୂରଲୀଧର ,ହାଇକୋର୍ଟ ଜଜ୍ ଡ଼ଃ ଜଷ୍ଟିସ ବି ଆର୍ ଷଡ଼ଙ୍ଗୀ ,କେସିଙ୍ଗା ଓକିଲ ସଂଘ ସଭାପତି ଶ୍ରୀ ପ୍ରକାଶ କୁମାର ଦାସ ଏବଂ ସମ୍ପାଦକ ଶ୍ରୀ ଆଲୋକ ରଞ୍ଜନ ଦାସ ମଞ୍ଚା ସିନ ଥିଲେ। ମୁଖ୍ୟ ଅତିଥି ନିଜ ବକ୍ତବ୍ୟ ରେ କେସିଙ୍ଗା ନୂତନ ଜେ ଏମ ଏଫ୍ ସି କୋର୍ଟ ସାଧାରଣ ଲୋକଙ୍କୁ ନ୍ୟାୟ ଦେବାରେ ଅବହେଳା କରିବ ନାହିଁ ଏବଂ ଲୋକଙ୍କ ନ୍ୟାୟପାଲିକା ଉପରେ ବିଶ୍ୱାସକୁ ଅତୁଟ ରଖିବାରେ ଆଇନଜୀବୀ ଏବଂ ବିଚାରବିଭାଗୀୟ ଅଧିକାରୀ ଙ୍କ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି କହିଥିଲେ।ଏହି ଅବସରରେ ସ୍ଵଗର୍ତ ଗୋପାଳ କୃଷ୍ଣ ପଟ୍ଟନାୟକ,ପ୍ରମୋଦ ରଥ ,ମଳୟ ଭୋଇଙ୍କୁ ମରନୋତ୍ତର ସମ୍ବର୍ଦ୍ଧନା ଦିଆଯାଇଥିଲା।
ଏହି ନୂତନ କୋଠାରେ ସମସ୍ତ ସୁବ୍ୟବସ୍ଥା କରାଯାଇଛି। ସୂଚନା ଯୋଗ୍ୟ ଯେ ଏମ ରାମପୁର ଜେ ଏମ ଏଫ୍ ସି କୋର୍ଟ ତା ୧.୧୦.୧୯୮୨ରୁ ଏବଂ କେସିଙ୍ଗା କୋର୍ଟ ତା ୧.୩.୨୦୧୪ ରୁ କାର୍ଯ୍ୟକାରୀ ହେଉଥିଲା ତାହା ବର୍ତ୍ତମାନ ନୂତନ କୋଠାରେ ଆସନ୍ତା ୧.୫.୨୦୨୩ରୁ କାର୍ଯ୍ୟକାରୀ ହେବ।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

ସଭା ଆରମ୍ଭ ପୂର୍ବରୁ ରାଷ୍ଟ୍ରୀୟ ସଙ୍ଗୀତ “ବନ୍ଦେ ଉତ୍କଳଜନନୀ” ପରିବେଷଣ ସହ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରଯାଇଥିଲା।କେସିଙ୍ଗା ଠାରେ ହାଇକୋର୍ଟ ମୁଖ୍ୟ ବିଚାରପତି ଡ଼ଃ ଏସ ମୂରଲୀଧର ,ହାଇକୋର୍ଟ ଜଜ୍ ଡ଼ଃ ଜଷ୍ଟିସ ବି ଆର୍ ଷଡ଼ଙ୍ଗୀ ,କେସିଙ୍ଗା ଓକିଲ ସଂଘ ସଭାପତି ଶ୍ରୀ ପ୍ରକାଶ କୁମାର ଦାସ ଏବଂ ସମ୍ପାଦକ ଶ୍ରୀ ଆଲୋକ ରଞ୍ଜନ ଦାସ ମଞ୍ଚା ସିନ ଥିଲେ। ମୁଖ୍ୟ ଅତିଥି ନିଜ ବକ୍ତବ୍ୟ ରେ କେସିଙ୍ଗା ନୂତନ ଜେ ଏମ ଏଫ୍ ସି କୋର୍ଟ ସାଧାରଣ ଲୋକଙ୍କୁ ନ୍ୟାୟ ଦେବାରେ ଅବହେଳା କରିବ ନାହିଁ ଏବଂ ଲୋକଙ୍କ ନ୍ୟାୟପାଲିକା ଉପରେ ବିଶ୍ୱାସକୁ ଅତୁଟ ରଖିବାରେ ଆଇନଜୀବୀ ଏବଂ ବିଚାରବିଭାଗୀୟ ଅଧିକାରୀ ଙ୍କ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି କହିଥିଲେ।ଏହି ଅବସରରେ ସ୍ଵଗର୍ତ ଗୋପାଳ କୃଷ୍ଣ ପଟ୍ଟନାୟକ,ପ୍ରମୋଦ ରଥ ,ମଳୟ ଭୋଇଙ୍କୁ ମରନୋତ୍ତର ସମ୍ବର୍ଦ୍ଧନା ଦିଆଯାଇଥିଲା।
ଏହି ନୂତନ କୋଠାରେ ସମସ୍ତ ସୁବ୍ୟବସ୍ଥା କରାଯାଇଛି। ସୂଚନା ଯୋଗ୍ୟ ଯେ ଏମ ରାମପୁର ଜେ ଏମ ଏଫ୍ ସି କୋର୍ଟ ତା ୧.୧୦.୧୯୮୨ରୁ ଏବଂ କେସିଙ୍ଗା କୋର୍ଟ ତା ୧.୩.୨୦୧୪ ରୁ କାର୍ଯ୍ୟକାରୀ ହେଉଥିଲା ତାହା ବର୍ତ୍ତମାନ ନୂତନ କୋଠାରେ ଆସନ୍ତା ୧.୫.୨୦୨୩ରୁ କାର୍ଯ୍ୟକାରୀ ହେବ।