ନ୍ୟୁଜ ଗ୍ୟାଲେରି, ରାୟଗଡା (ସୁଶାନ୍ତ କୁମାର ମିଶ୍ର)ରାୟଗଡା ଜିଲ୍ଲାର ଘରୋଇ ହୋଟେଲ ତେଜସ୍ୱୀ ଠାରେ ଟିକିରିସ୍ଥିତ ଉତ୍କଳ ଆଲୁମିନା କମ୍ପାନିର କର୍ତ୍ତୃପକକ୍ଷ ଏବଂ ରାୟଗଡା ଜିଲ୍ଲାର ଜିଲ୍ଲା ସାମ୍ବାଦିକଙ୍କ ମଧ୍ୟରେ ଏକ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ କମ୍ପାନୀର ଉତ୍ପାଦ ଓ ଆଭିମୁଖ୍ୟ ଏବଂ ସ୍ଥାନୀୟ ଓ ରାୟଗଡା ଅଞ୍ଚଳ ବାସୀଙ୍କ ବିକାଶ ତଥା ସାମାଜିକ, ଅର୍ଥନୈତିକ, ଏବଂ ଶିକ୍ଷା, ସ୍ୱାସ୍ଥ୍ୟ ଓ ସଂସ୍କୃତି କିପରି ସମୂହ ସ୍ୱାର୍ଥ ଦୃଷ୍ଟିରୁ ବିକାଶ ମୁଖି ହୋଇପାରିବ ସେ ବିଷୟରେ ଆଲୋଚନା ହୋଇଥିଲା ।ଆଲୋଚନାରେ ବିଭିନ୍ନ ବିଷୟବସ୍ତୁର ଭାବବିନିମୟ ବାଦେ କମ୍ପାନିର ବିଗତ ଦିନର କେତେକ ତ୍ରୁଟି ଏବଂ ଦେଇଥିବା ପ୍ରତିଶୃତିର ଅଣଦେଖାକୁ ସାମ୍ବାଦିକ ମାନେ କର୍ତ୍ତ୍ତୃପକ୍ଷଙ୍କ ସାମନାରେ ଉପସ୍ଥାପନା କରିଥିଲେ। ଉତ୍ତରରେ କମ୍ପାନୀ କାର୍ତ୍ତ୍ତୃପକ୍ଷ କହିଥିଲେ ଯେ ଜନସାଧାରଣ କମ୍ପାନୀ ଏବଂ ଗଣମାଧ୍ୟମ ପରସ୍ୱରଙ୍କ ସମ୍ପର୍କ ଓ ବୁଝାମଣା ଯଦି ଠିକ ଢଙ୍ଗରେ ଯାଏ ତେବେ ବିକାଶ ସୁନିଶ୍ଚିତ ତେବେ ଦେଖିବାକୁ ବାକି ରହିଲା ଭବିଷ୍ୟତରେ କମ୍ପାନିର ଲକ୍ଷ୍ୟ କଣ ଏବଂ ସାମ୍ବାଦିକ ମହଲରେ ହୋଇଥିବା ଚର୍ଚ୍ଚା, ପ୍ରତିଶୃତି, ଜନସାଧାରଣ ଓ ସ୍ଥାନୀୟ ଅଂଚଳର କେତେ ବିକାଶ ହୋଇପାରୁଛି ।
Latest entries
ଜିଲ୍ଲା ଖବରJanuary 16, 2026ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଯୁବ-ଛାତ୍ର ବିଜେଡିର ସାମ୍ବାଦିକ ସମ୍ମିଳନୀ
ଜିଲ୍ଲା ଖବରJanuary 15, 2026ମା ମାଣିକେଶ୍ୱରୀ ମନ୍ଦିର ରୁ ବାହାରିଲା ମଶାଲ ଯାତ୍ରା
ଜିଲ୍ଲା ଖବରJanuary 13, 2026୨୮ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ ଉପଲକ୍ଷେ ଜିଲ୍ଲା ସ୍ତରୀୟ ବ୍ୟାଡ଼ମିଣ୍ଟନ ଖେଳ ପ୍ରତିଯୋଗିତା
ଜିଲ୍ଲା ଖବରJanuary 12, 2026କବି ବିରଞ୍ଚି ନାରାୟଣ ଦରୱାନଙ୍କ କବିତା ବହି “ସାରା ଆକାଶ ତମର” ଲୋକାର୍ପିତ

