ନ୍ୟୁଜ ଗ୍ୟାଲେରି, ରାୟଗଡା (ସୁଶାନ୍ତ କୁମାର ମିଶ୍ର)ରାୟଗଡା ଜିଲ୍ଲାର ଘରୋଇ ହୋଟେଲ ତେଜସ୍ୱୀ ଠାରେ ଟିକିରିସ୍ଥିତ ଉତ୍କଳ ଆଲୁମିନା କମ୍ପାନିର କର୍ତ୍ତୃପକକ୍ଷ ଏବଂ ରାୟଗଡା ଜିଲ୍ଲାର ଜିଲ୍ଲା ସାମ୍ବାଦିକଙ୍କ ମଧ୍ୟରେ ଏକ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ କମ୍ପାନୀର ଉତ୍ପାଦ ଓ ଆଭିମୁଖ୍ୟ ଏବଂ ସ୍ଥାନୀୟ ଓ ରାୟଗଡା ଅଞ୍ଚଳ ବାସୀଙ୍କ ବିକାଶ ତଥା ସାମାଜିକ, ଅର୍ଥନୈତିକ, ଏବଂ ଶିକ୍ଷା, ସ୍ୱାସ୍ଥ୍ୟ ଓ ସଂସ୍କୃତି କିପରି ସମୂହ ସ୍ୱାର୍ଥ ଦୃଷ୍ଟିରୁ ବିକାଶ ମୁଖି ହୋଇପାରିବ ସେ ବିଷୟରେ ଆଲୋଚନା ହୋଇଥିଲା ।ଆଲୋଚନାରେ ବିଭିନ୍ନ ବିଷୟବସ୍ତୁର ଭାବବିନିମୟ ବାଦେ କମ୍ପାନିର ବିଗତ ଦିନର କେତେକ ତ୍ରୁଟି ଏବଂ ଦେଇଥିବା ପ୍ରତିଶୃତିର ଅଣଦେଖାକୁ ସାମ୍ବାଦିକ ମାନେ କର୍ତ୍ତ୍ତୃପକ୍ଷଙ୍କ ସାମନାରେ ଉପସ୍ଥାପନା କରିଥିଲେ। ଉତ୍ତରରେ କମ୍ପାନୀ କାର୍ତ୍ତ୍ତୃପକ୍ଷ କହିଥିଲେ ଯେ ଜନସାଧାରଣ କମ୍ପାନୀ ଏବଂ ଗଣମାଧ୍ୟମ ପରସ୍ୱରଙ୍କ ସମ୍ପର୍କ ଓ ବୁଝାମଣା ଯଦି ଠିକ ଢଙ୍ଗରେ ଯାଏ ତେବେ ବିକାଶ ସୁନିଶ୍ଚିତ ତେବେ ଦେଖିବାକୁ ବାକି ରହିଲା ଭବିଷ୍ୟତରେ କମ୍ପାନିର ଲକ୍ଷ୍ୟ କଣ ଏବଂ ସାମ୍ବାଦିକ ମହଲରେ ହୋଇଥିବା ଚର୍ଚ୍ଚା, ପ୍ରତିଶୃତି, ଜନସାଧାରଣ ଓ ସ୍ଥାନୀୟ ଅଂଚଳର କେତେ ବିକାଶ ହୋଇପାରୁଛି ।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

