Hemant Kumar Ray
Editor, News Gallery Mob: 9439506580 Email: newsgallery.in@gmail.com
ଉତ୍କଳ ଆଲୁମିନା କମ୍ପାନୀ ଟିକିରିର ଲୋକ ସମ୍ପର୍କ ଅଧିକାରୀ ଅମଜାଦ ଅଲି, ପି.ଆର.ଏମ.ସି.ଏସ. ଆର. ଜେ.କେ. ପେପର ମିଲ- ହରିହର ଖମାରୀ, ବକ୍ତା ରାଜ୍ୟ ସମ୍ପାଦକ ନାରାୟଣ ଚନ୍ଦ୍ର ମିଶ୍ର, ଅନ୍ୟତମ ବକ୍ତା ରାଜ୍ୟ ନିର୍ବାଚନ ଅଧିକାରୀ ଡ଼. ତ୍ରିଲୋଚନ ଖୁଣ୍ଟିଆ ସମେତ ଜିଲ୍ଲାର ପ୍ରମୁଖ ବ୍ୟକ୍ତି ବିଶେଷ ମଞ୍ଚାସିନ ଅତିଥିଭାବେ ଯୋଗଦେଇ ଥିଲେ । କାର୍ଯ୍ୟକ୍ରମ ର ପ୍ରାରମ୍ଭରେ ଅତିଥିମାନେ ଜଗନ୍ନାଥଙ୍କ ପୁଷ୍ପମାଲ୍ୟ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ। କାର୍ଯ୍ୟକ୍ରମରେ ସାମ୍ବାଦିକ ମାନଙ୍କ ସୁରକ୍ଷା, ସମସ୍ୟା ଓ ବୀମା ସମ୍ପର୍କରେ ତ୍ୱରାନ୍ୱିତ କରିବା ପାଇଁ ଅତିଥି ମାନେ ଆଲୋକପାତ କରିବା ସହ ମାର୍ଗ ଦର୍ଶନ କରିଥିଲେ।
ଏହି ପରିପ୍ରେକ୍ଷୀରେ ଜିଲ୍ଲା ସ୍ତରୀୟ କର୍ମକର୍ତ୍ତା ଚୟନ କରାଯାଇଥିଲା। ଜିଲ୍ଲା ସଭାପତି ଖଗେଶ୍ୱର ସିଂ, ଉପସଭାପତି ପ୍ରସାଦ ଲିମା, ଜୟ ଶଙ୍କର, ରବୀନ୍ଦ୍ର ସାହୁ, ସାଧାରଣ ସମ୍ପାଦକ ଭାବେ ସୁପ୍ରିୟା ଷଢଙ୍ଗୀ, ସମ୍ପାଦକ ଚିତ୍ତରଞ୍ଜନ ନାୟକ,ସଂଗଠକ ସମ୍ପାଦକ ନରୋତ୍ତମ ପାଢ଼ୀ ଓ ସତ୍ୟ ନାରାୟଣ ସାହୁ, କୋଷାଧକ୍ଷ ଦିଲୀପ ପଡ଼ିହାରୀ, ରାୟଗଡା ଜିଲ୍ଲା ନିର୍ବାଚନ ମଣ୍ଡଳୀ ପ୍ରଭାରୀ ଅମୀୟ ଦାସ, ଗୁଣୁପୁର ନିର୍ବାଚନ ମଣ୍ଡଳୀ ପ୍ରଭାରୀ ଶକ୍ତି ଦାସ, ବିଷମକଟକ ନିର୍ବାଚନ ମଣ୍ଡଳୀର ପ୍ରଭାରୀ କିଶ୍ଵର ମହାନନ୍ଦିଆ ଙ୍କୁ ଘୋଷଣା କରାଯାଇଥିଲା। କଳାହାଣ୍ଡି ଜିଲ୍ଲା ସଭାପତି ଭାବେ ହେମନ୍ତ ରାୟ ଓ ଜିଲ୍ଲା ସାଧାରଣ ସମ୍ପାଦକ ଭାବେ ଆଶୁତୋଷ ପୁରୋହିତ, ବଲାଙ୍ଗୀର ଜିଲ୍ଲା ସଭାପତି ଜନାବ ଖାଁନ୍ ଓ ଜିଲ୍ଲା ସାଧାରଣ ସମ୍ପାଦକ ଭାବେ ବିକାଶ ଶର୍ମା କାର୍ଯ୍ୟକ୍ରମ ରେ ଉପସ୍ଥିତ ରହିଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ରାୟଗଡା ଜିଲ୍ଲା ନିର୍ମାଣ ଶ୍ରମିକ ମହାସଂଘ ଆଡଭାଇଜର ତଥା ଆଇ.ଏନ୍. ଟି. ୟୁ.ସି ଜିଲ୍ଲା ସଭାପତି ଭବାନୀ ଶଙ୍କର ଜେନା, ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଜୀବନ ବୀମା ପୁଆଲା ନାଗରାଜୂ, ସମାଜସେବୀ ସୁରେନ୍ଦ୍ର ସାହୁ, ଗୋବିନ୍ଦ ପ୍ରସାଦ ରଥ, ବରିଷ୍ଠ ସମାଜସେବୀ ଏଲା. କଣ୍ଡାବାବୁ,ଏଭିଏସ ଗିରିଶ ରାଓ, ବାଙ୍ଗାରି ବାବୁ ସମେତ ଓ.ୟୁ.ଡବ୍ଲ୍ୟୁ.ଜେ. ସହ ଜଡ଼ିତ ଜିଲ୍ଲାର ଏଗାର ଗୋଟି ବ୍ଲକର ସାମ୍ବାଦିକ ମାନେ ଉପସ୍ଥିତ ରହିଥିବା ବେଳେ ରାଜ୍ୟ ସ୍ତରୀୟ କାର୍ଯ୍ୟକାରେଣି ସଦସ୍ୟ ମାନେ ଯୋଗ ଦେଇଥିଲେ।
କାର୍ଯ୍ୟକ୍ରମ ଅବସରରେ ଅତିଥି ମାନଙ୍କୁ କୋରାପୁଟ ଜିଲ୍ଲା ବନ୍ଧୁ ଗାଁ ବ୍ଲକ ଦୂର୍ଗୀ ଗ୍ରାମ ର ଘୁମୁରା ବାଦ୍ୟ ସହ ସ୍ୱାଗତ କରିଥିବା ବେଳେ ସ୍ବାମୀ ବିବେକାନନ୍ଦ ବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ଵାରା ରାଷ୍ଟ୍ରୀୟ ସଂଗୀତ ସହ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। କାର୍ଯ୍ୟକ୍ରମ ଅବସରରେ ଉପସ୍ଥିତ ମଞ୍ଚାସିନ ଅତିଥି, ସାମ୍ବାଦିକ ଓ ସମସ୍ତ ବ୍ୟକ୍ତି ବିଶେଷଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। କାର୍ଯ୍ୟକ୍ରମକୁ ବିଦେଶା ଶତପଥି ମଞ୍ଚ ପରିଚାଳନା କରି ଥିବା ବେଳେ ଜିଲ୍ଲା ସଭାପତି ଶ୍ରୀ ସିଂ ଧନ୍ୟବାଦ ପ୍ରଦାନ ପୂର୍ବକ ସଭା ସାଙ୍ଗ କରିଥିଲେ।
Editor, News Gallery Mob: 9439506580 Email: newsgallery.in@gmail.com
