ରାଜ୍ୟ ଜିଲ୍ଲା ଖବର ହାଇୱାକୁ ପଛରୁ ଧକ୍କା ଦେଲା କାର, ୨ଶିଶୁଙ୍କ ସହିତ ୫ମୃତ By Hemant Kumar Ray June 14, 2023June 14, 2023 0 minutes, 1 second Read 504 କଳାହାଣ୍ଡି:ବଲାଙ୍ଗୀର,ମଧ୍ୟରାତ୍ରରେ ବଲାଙ୍ଗୀର ସହରଠାରୁ ୩ କିଲୋମିଟର୍ ଦୂର ଛୁଇଁବନ୍ଧ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୫ ଜଣଙ୍କ ମୃତ୍ୟୁ ହୋଇଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା ହାଇୱା ଟ୍ରକ୍କୁ ଏକ କାର ପଛପଟୁ ଧକ୍କା ଦେବାରୁ ଗୋଟିଏ ପରିବାରର ୫ ଜଣ ସଦସ୍ୟ ଅକାଳରେ ଜୀବନ ହରାଇଛନ୍ତ। ସୂଚନା ଅନୁସାରେ, ବଲାଙ୍ଗୀର ସହର ରାମଜୀପଡ଼ାର ଆୟୁର୍ବେଦିକ ଚିକିତ୍ସକ ଡା. ଜୟନ୍ତ ପ୍ରକାଶ ନାଏକଙ୍କ ପୁଅ ଆତ୍ମଜ ଓରଫ ଅମନ ନାଏକ ପରିବାର ଓ ସଂପର୍କୀୟଙ୍କ ସହ ଆଗଲପୁର ଡୁଡୁକାରେ ଆୟୋଜିତ ଜଣେ ସଂପର୍କୀୟଙ୍କ ବିବାହ ଭୋଜିରେ ଯୋଗ ଦେଇଥିଲେ। ସେଠାରୁ ରାତି ପ୍ରାୟ ସାଢ଼େ ୧୦ଟା ବେଳେ ନିଜେ କାର୍ (ଓଡି-୩ଜି-୫୬୦୦) ଚଳାଇ ବଲାଙ୍ଗୀର ଫେରୁଥିଲେ। ବଲାଙ୍ଗୀର ପହଞ୍ଚିବାକୁ ଆଉ ୩ କିଲୋମିଟର ଥିବାବେଳେ ଏନ୍ଏଚ୍-୨୬ର ଛୁଇଁବନ୍ଧ ଛକ ନିକଟରେ ଦ୍ରୁତ ଗତିରେ ଆସୁଥିବା କାର୍ଟି ଅନ୍ଧାରରେ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଟ୍ରକ୍ (ଏପି-୧୬ଟିଇ-୭୧୧୮)କୁ ଦେଖି ନପାରି ଜୋର୍ରେ ଧକ୍କା ଦେଇଥିଲା। ଏଥିରେ ଘଟଣା ସ୍ଥଳରେ ୫ ଜଣଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା।ସେମାନେ ହେଲେ ଗାଡ଼ି ଚାଳକ ଆତ୍ମଜ (୨୫), ଆତ୍ମଜଙ୍କ ଭଉଣୀ ତଥା କନ୍ଧପାଲିର ସୀତାକାନ୍ତ ସାଏଙ୍କ ପତ୍ନୀ ଇପ୍ସିତା ସାଏ (୨୭), ଇପ୍ସିତାଙ୍କ ଝିଅ ରିୟା ସାଏ (୬), ଆତ୍ମଜଙ୍କ ମାମୁ ତଥା ସଦେଇପାଲିର ସ୍ବର୍ଗତ ମହେନ୍ଦ୍ର ସାଏଙ୍କ ପୁଅ ଦୀପ୍ତିରଂଜନ ସାଏ (୩୫) ଏବଂ ଦୀପ୍ତିରଂଜନଙ୍କ ଝିଅ ଆନ୍ଭି ଓରଫ ମାହି (୬)। ଗୁରୁତର ଅବସ୍ଥାରେ କାର୍ ଚାଳକ ଆତ୍ମଜଙ୍କ ମାଆ ଆରତୀ ନାଏକ (୪୭) ଏବଂଦୀପ୍ତିରଂଜନଙ୍କ ପତ୍ନୀ ରଶ୍ମିତା ସାଏ (୨୯)ଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାକୁ ପଠାଯାଇଛି। ଖବରପାଇ ବଲାଙ୍ଗୀର ସଦର ପୁଲିସ୍ ଘଟଣାସ୍ଥଳରୁ ସ୍ଥାନୀୟ ଲୋକଙ୍କ ସହାୟତାରେ ମୃତାହତମାନଙ୍କୁ ଉଦ୍ଧାର କରି ବଲାଙ୍ଗୀର ଡାକ୍ତରଖାନାକୁ ଆଣିଥିଲା। ସେଠାରୁ ଦୁଇ ଗୁରୁତରଙ୍କୁ ବୁର୍ଲା ସ୍ଥାନାନ୍ତର କରା ଯାଇଥିବାବେଳେ ମୃତକଙ୍କ ଶବ ବଲାଙ୍ଗୀର ଡାକ୍ତରଖାନାରେ ରଖାଯାଇଛି। ଖବରପାଇ ମୃତାହତଙ୍କ ସଂପର୍କୀୟମାନେ ପହଞ୍ଚିବା ପରେ ସେମାନଙ୍କ କାନ୍ଦବୋବାଳିରେ ଡାକ୍ତରଖାନା ପରିସରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। Hemant Kumar Ray Editor, News Gallery Mob: 9439506580 Email: newsgallery.in@gmail.com Latest entries ଜିଲ୍ଲା ଖବରMay 28, 2026ସାମ୍ବାଦିକଙ୍କ ପିତୃ ବିୟୋଗ ଜିଲ୍ଲା ଖବରMay 15, 2026ମହାରାଜା ବ୍ରଜ ମୋହନ ଦେଓ ଙ୍କ ୧୩୦ ତମ ଜୟନ୍ତୀ ଜିଲ୍ଲା ଖବରMay 4, 2026ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ ପାଳିତ ଜିଲ୍ଲା ଖବରMay 3, 2026ମା ମାଣିକେଶ୍ୱରୀ ନିର୍ମାଣ ଶ୍ରମିକ ସଂଘ ପକ୍ଷରୁ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ
ରାଜ୍ୟ ଜିଲ୍ଲା ଖବର ମାନ୍ୟବର ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ କଳାହାଣ୍ଡି ଜିଲ୍ଲା ଗସ୍ତ By Hemant Kumar Ray April 30, 2023April 30, 2023
ରାଜ୍ୟ ଜିଲ୍ଲା ଖବର ହତ୍ୟା ଅଭିଯୋଗ ଆଣିଲେ ଝିଅ ପରିବାର ଲୋକେ ପୋଲିସ ର ତଦନ୍ତ ଜାରି By Hemant Kumar Ray September 2, 2024September 2, 2024