କଳାହାଣ୍ଡି ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ର ଜିଲ୍ଲା ସ୍ତରୀୟNMOPS ବୈଠକ

0 minutes, 2 seconds Read

ଭବାନୀପାଟଣା ସ୍ଥିତ ପ୍ରାଥମିକ ଶିକ୍ଷକସଂଘ ଭବନ ଠାରେ ଜିଲ୍ଲା ସ୍ତରୀୟ NMOPS କଳାହାଣ୍ଡି ଶାଖା ତରଫରୁ ଜିଲ୍ଲା ସଭାପତି ସାମନ୍ତ କୁମାର ପଟ୍ଟନାୟକ ଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ପରିଚାଳନା କରାଯାଇଥିଲା। ସମ୍ମାନିତ ଅତିଥି ନନ ଗଜେଟେଡ଼ ଅଫିସର ରୂପକେଶରୀ ଦଲାଇ,ଜିଲ୍ଲା ଅମଲା ସଂଘ ସଭାପତି ସୁକାନ୍ତ ମହାପାତ୍ର,ଅମଲା ସଂଘ ସାଧାରଣ ସମ୍ପାଦକ ଜିତେନ୍ଦ୍ର କୁମାର ମୁଣ୍ଡ,ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ସାଧାରଣ ସମ୍ପାଦକ ଧିରେନ କୁମାର ପଟ୍ଟନାୟକ,ରାଜ୍ୟ ଉପସଭାପତି AUPTF ଓଡିଶା ଦୀପକ କୁମାର ଦାସ,ଜିଲ୍ଲା NPS ପ୍ରାଥମିକ ସଂଘ ସଭାପତି ପ୍ରଫୁଲ୍ଲ କୁମାର ଠାକୁର,କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ପ୍ରଥମେ ବାହାନଗା ଟ୍ରେନ ଦୁର୍ଘଟଣାରେ ମୁତୃ ହୋଇଥିବା ଲୋକଙ୍କ ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ କିପରି ଦିଲ୍ଲୀ NMOPS ଗଠନ ସୃଦୁଡ଼ ହେବ ସେ ସମ୍ପର୍କରେ ସମସ୍ତ ଙ୍କ ମତାମତ ଗ୍ରହଣ କରିବା ପରେ ସଂଗଠନ ର ସମ୍ପଦକ ପଦବି ରେ ଥିବା ରାଜକୁମାର ନାଏକ ଇସ୍ତଫା ଦେଇଥିବା ଯୋଗୁଁ ଆଜି ର ଏହି ବୈଠକରେ ନୂତନ ସମ୍ପାଦକ ପଦ ପାଇଁ ଆୱାନ କରାଯାଇଥିଲା।ସର୍ବସମତୀ କ୍ରମେ ଲଳିତ କୁମାର ନାଏକ ଙ୍କୁ ଦିଲ୍ଲୀ NMOPS ର ସମ୍ପାଦକ ପଦ ରେ ମନୋନୀତ କରାଗଲା।ଉକ୍ତ ବୈଠକରେ ଜିଲ୍ଲା ରେ ବିଭିନ୍ନ ବିଷୟ NPS କର୍ମଚାରୀ ଉପସ୍ଥିତ ରହି ନିଜ ନିଜ ମତ ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ଅମିତ ଶର୍ମା, ଚିତ୍ତରଞ୍ଜନ ଦଳପତି, ଅଜିତ କୁମାର ନାଏକ,ରାହୁଲ ବନଛୋର, ସଂଯୁକ୍ତା ପଣ୍ଡା,ସଦର NMOPS ସମ୍ପାଦକ ପ୍ରଦ୍ୟୁମ୍ନ ହୋତା ପ୍ରମୁଖ ଉପସ୍ଥିତ ଥିଲେ।ଏହି କାର୍ଯ୍ୟକ୍ରମ କୁ ପ୍ରଫୁଲ୍ଲ ଠାକୁର ଧନ୍ୟବାଦ ପ୍ରଦାନ କରିଥିଲେ।

Hemant Kumar Ray
Editor, News Gallery
Mob: 9439506580
Email: newsgallery.in@gmail.com
author

Hemant Kumar Ray

Editor, News Gallery Mob: 9439506580 Email: newsgallery.in@gmail.com

Similar Posts