କଳାହାଣ୍ଡି:ଭବାନୀପାଟଣା, କନିଷ୍ଟ ସହାୟକ ଙ୍କ ପ୍ରବେଶିକା ଦରମା ହାର ୪୨୦୦ ଗ୍ରେଡ ପେ କରିବା ଦାବି କରି ଅନିର୍ଦିଷ୍ଟ ଆନ୍ଦୋଳନ ଜାରି ରଖିଛନ୍ତି ଅମଲା ସଂଘ। ଫଳରେ ଜିଲ୍ଲାର ସମସ୍ତ ସରକାରୀ ଦପ୍ତର ରେ ସରକାରୀ କାର୍ଯ୍ୟା ଦୁଇ ଦିନ ହେଲା ବନ୍ଦ ହୋଇପଡିଛି । ପ୍ରତି ଦିନ ବିଭିନ୍ନ ଅଞ୍ଚଳରୁ ସରକାରୀ କାର୍ଯ୍ୟରେ ହଜାର ହଜାର ଲୋକ ଗାଁରୁ ନିଜର କାର୍ଯ୍ୟ କୁନେଇ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଆଶି ନିରାଶ ହେବାର ଦେଖିବାକୁ ମିଳୁଛି । ସେହିପରି ଅମଲଙ୍କ କାର୍ଯ୍ୟାବନ୍ଦ ଯୋଗୁଁ ମାସଶେଷ ଥିବାବେଳେ ସରକାରୀ କର୍ମଚାରୀ ଙ୍କ ଦରମା ଓ ଅନ୍ୟାନ୍ୟ କାର୍ଯ୍ୟରେ ବାଧା ଉପୁଜିଛି ।
ଭବାନୀପାଟଣା ଉପଖଣ୍ଡ ର ସମସ୍ତ ଅମଲା ଏକ ଜୁଟ ହୋଇ ସ୍ଥାନୀୟ ଅମଲା ଭବନ ଠାରେ ଧାରଣା ରେ ବସିଛନ୍ତି। ଭବାନୀପାଟଣା ଉପଖଣ୍ଡ ର ବିଭିନ୍ନ ବିଭାଗରେ କାର୍ଯ୍ୟରତ ଶତାଧିକ ଅମଲା ସାମିଲ ହୋଇ ଆନ୍ଦୋଳନ ଜାରି ରଖିଛନ୍ତି । ଜିଲା ମିଳିତ ଅମଲା ମଞ୍ଚ ର ଅଧ୍ୟକ୍ଷ ଜିତେନ୍ଦ୍ର କୁମାର ମୁଣ୍ଡ ଓ ଆବାହକ ଆଶୁତୋଷ ମିଶ୍ର ପ୍ରକାଶ କରିଛନ୍ତି ଯେ ସରକାର ସେମାନଙ୍କ ଦାବି ପୂରଣ ନକରିବା ପର୍ଯ୍ୟନ୍ତ ଏଭଳି ଆନ୍ଦୋଳନ ଜାରି ରହିବ ବୋଲି । ଧର୍ମଗଡ଼ ଉପଖଣ୍ଡ ସମେତ କଳାହାଣ୍ଡି ଜିଲ୍ଲାର ସମସ୍ତ ବ୍ଲକ ମୁଖ୍ୟଳୟ ରେ ମଧ୍ୟ ମିଳିତ ଅମଲା ମଞ୍ଚ ପକ୍ଷରୁ ଉପଜିଲ୍ଲାପାଳ ଓ ବିଡ଼ିଓ ମାନଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଜାରି ରଖିଛନ୍ତି ଅମଲା ସଂମୂହ । ଅମଲା ଙ୍କ ଛୁଟି କାରଣ ରୁ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବିଭାଗ ରେ ସରକାରୀ କାର୍ଯ୍ୟ ବାଧା ସମ୍ପୂର୍ଣ୍ଣ ପ୍ରାପ୍ତ ହୋଇଛି । ଜିଲ୍ଲାରେ ବିଭିନ୍ନ ବିଭାଗ ର ଶହ ଶହ ଅମଲା ଏହି ସଂମୂହ ଛୁଟି ଆନ୍ଦୋଳନ ରେ ଥିବା ଜଣା ପଡ଼ିଛି। ଅମଲା ସଂଘ ର ଆନ୍ଦୋଳନ କୁ ରାଜ୍ୟ ମିଳିତ ଅମଲା ମଞ୍ଚ ଆହୁରି ଅଧିକ ସମର୍ଥନ କରୁଛି।ସରକାର ଆଲୋଚନା ନ କରିବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି କଳାହାଣ୍ଡି ଜିଲା ମିଳିତ ଅମଲା ମଞ୍ଚ ର ସଭାପତି ସୁକାନ୍ତ ମହାପାତ୍ର ସୂଚନା ଦେଇଛନ୍ତି ।
Latest entries
ଜିଲ୍ଲା ଖବରNovember 5, 2025ଉତ୍କଳ ଆଲୁମିନା ପକ୍ଷରୁ ଥୁଆମୂଲ୍ ରାମପୁର ବ୍ଲକରେ ଛାତ୍ରୀମାନଙ୍କ ପାଇଁ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର
ଜିଲ୍ଲା ଖବରNovember 4, 2025ଜଗନ୍ନାଥ ତ୍ରିପାଠୀଙ୍କ ମା କୁମୁଦିନୀ ତ୍ରିପାଠୀ ଆଉ ନାହାନ୍ତି
ଜିଲ୍ଲା ଖବରNovember 4, 2025୬୧ତମ ଜନ୍ମବର୍ଷିକୀ ମହୋତ୍ସବ ”ମହାବୀର ମହୋତ୍ସବ ୨୦୨୫ର ପ୍ରସ୍ତୁତି ବୈଠକ ସାମ୍ବାଦିକ ସମ୍ମିଳନୀ
ଜିଲ୍ଲା ଖବରNovember 3, 2025ଆସନ୍ତା ୧୯ରେ ମାଣିକେଶ୍ବରୀ ମହୋତ୍ସବ ସଫଳ ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ

