କଳାହାଣ୍ଡି:ଭବାନୀପାଟଣା,ସଦର ବ୍ଲକ ଅଧିନସ୍ଥ ସେପୁର ସରକାରୀ ଉଚ୍ଚ ବିଦ୍ୟାଳୟ ଚଳିତ ଶିକ୍ଷା ବର୍ଷରୁ +୨ କଳା ବିଭାଗରେ ୧୨୮ଟି ସିଟରେ ନାମ ଲେଖାଇ ଅଧ୍ୟୟନ ନିମନ୍ତେ ସରକାରଙ୍କ ଦ୍ଵାରା ସ୍ବୀକୃତ ପ୍ରାପ୍ତ ହୋଇଛି । ଏହି ଅବସରେ ଛାତ୍ରଛାତ୍ରୀ ତଥା ଅଭିଭାବକଙ୍କ ମଧ୍ୟରେ ସଚେତନତା ନିମନ୍ତେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ତଥା ଅଧ୍ୟକ୍ଷା ଦମୟନ୍ତୀ ସାଗରଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା ସଭା ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ପ୍ରସନ୍ନ କୁମାର ବାଗଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜନ କରାଯାଇଥିଲା । ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ଭବାନୀପାଟଣା ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ସାହୁ, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ଟେମଲାଲ ଦୁବେ କେନ୍ଦୁପାଟି ଓ ସେଁପୁର ସରପଞ୍ଚ ଏବଂ ଶିବପ୍ରସାଦ ଉଚ୍ଚ ବିଦ୍ୟାଳୟ ଓ ସାଲେଭଟା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୁଖ ଯୋଗଦାନ କରିଥିଲେ । ସଭା କାର୍ଯ୍ୟ ପରିଚାଳନା କରିଥିଲେ ଶିକ୍ଷକ ବିଷ୍ଣୁ ମୋହନ ପରିଡ଼ା ଓ ସହଯୋଗ କରିଥିଲେ ଶିକ୍ଷୟିତ୍ରୀ ସେହନାଜ୍ ଖାତୁନ, ନଜନିନ ଜମାଲ , ଶିକ୍ଷକ ଚୁଲେଶ୍ୱର ନାଏକ, ମନବୋଧ ଯାନି ଓ ମନୋଜ କୁମାର ମହାନ୍ତି । ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତିକୁ ସମସ୍ତ ବୁଦ୍ଧିଜୀବି ସ୍ୱାଗତ କରିଥିଲେ ।
Latest entries
ଜିଲ୍ଲା ଖବରOctober 22, 2026ପ୍ରେମୀ ଯୁଗଳ ମୃତ ଶବ ଉଦ୍ଧାର ,ହତ୍ୟା ସନ୍ଦେହ
ଜିଲ୍ଲା ଖବରOctober 22, 2026ଜିଲ୍ଲା ସ୍ତରୀୟ କଳାକାର ଚୟନ ପ୍ରକ୍ରିୟା ଆରମ୍ଭ
ଜିଲ୍ଲା ଖବରOctober 21, 2026ଦୁଆରସୁନି ଦୁର୍ଗାପୂଜା କମିଟି ପକ୍ଷରୁ ନୃତ୍ୟ ପ୍ରତିଯୋଗିତା ଓ ପ୍ରତିଭାବାନ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧନା
ଜିଲ୍ଲା ଖବରOctober 20, 2026ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମରେ ମହାସମାରୋହରେ ସମ୍ପନ୍ନ ହେଲା ପ୍ରସିଦ୍ଧ ଛତର ଯାତ୍ରା

