କଳାହାଣ୍ଡି:ଭବାନୀପାଟଣା,ସଦର ବ୍ଲକ ଅଧିନସ୍ଥ ସେପୁର ସରକାରୀ ଉଚ୍ଚ ବିଦ୍ୟାଳୟ ଚଳିତ ଶିକ୍ଷା ବର୍ଷରୁ +୨ କଳା ବିଭାଗରେ ୧୨୮ଟି ସିଟରେ ନାମ ଲେଖାଇ ଅଧ୍ୟୟନ ନିମନ୍ତେ ସରକାରଙ୍କ ଦ୍ଵାରା ସ୍ବୀକୃତ ପ୍ରାପ୍ତ ହୋଇଛି । ଏହି ଅବସରେ ଛାତ୍ରଛାତ୍ରୀ ତଥା ଅଭିଭାବକଙ୍କ ମଧ୍ୟରେ ସଚେତନତା ନିମନ୍ତେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ତଥା ଅଧ୍ୟକ୍ଷା ଦମୟନ୍ତୀ ସାଗରଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା ସଭା ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ପ୍ରସନ୍ନ କୁମାର ବାଗଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜନ କରାଯାଇଥିଲା । ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ଭବାନୀପାଟଣା ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ସାହୁ, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ଟେମଲାଲ ଦୁବେ କେନ୍ଦୁପାଟି ଓ ସେଁପୁର ସରପଞ୍ଚ ଏବଂ ଶିବପ୍ରସାଦ ଉଚ୍ଚ ବିଦ୍ୟାଳୟ ଓ ସାଲେଭଟା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୁଖ ଯୋଗଦାନ କରିଥିଲେ । ସଭା କାର୍ଯ୍ୟ ପରିଚାଳନା କରିଥିଲେ ଶିକ୍ଷକ ବିଷ୍ଣୁ ମୋହନ ପରିଡ଼ା ଓ ସହଯୋଗ କରିଥିଲେ ଶିକ୍ଷୟିତ୍ରୀ ସେହନାଜ୍ ଖାତୁନ, ନଜନିନ ଜମାଲ , ଶିକ୍ଷକ ଚୁଲେଶ୍ୱର ନାଏକ, ମନବୋଧ ଯାନି ଓ ମନୋଜ କୁମାର ମହାନ୍ତି । ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତିକୁ ସମସ୍ତ ବୁଦ୍ଧିଜୀବି ସ୍ୱାଗତ କରିଥିଲେ ।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

