କଳାହାଣ୍ଡି:(ନ୍ୟୁଜଗ୍ୟାଲେରି) ଭବାନୀପାଟଣା, ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ଙ୍କ ଅଧ୍ୟକ୍ଷତା ରେ ଜିଲ୍ଲା ସ୍ତରୀୟ ଟେବୁଲ୍ ଟପ୍ ବିପର୍ଯ୍ୟୟ ପ୍ରାକ୍ ପ୍ରସ୍ତୁତି ଅଭ୍ୟାସ ସମ୍ବନ୍ଧୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ସମସ୍ତ ବିଭାଗୀୟ ଅଧିକାରୀଙ୍କ ସହ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରୱାନ ସୁବ୍ରତ କୁମାର ନାୟକ ଉପସ୍ଥିତରହି ଜିଲ୍ଲାରେ ଯଦି ବାତ୍ୟା ପ୍ରଭାବରେ ବନ୍ୟା କିମ୍ବା ଅତ୍ୟଧିକ ବର୍ଷା ହୁଏ,ତେବେ ତାହାର ସଠିକ୍ ମୁକାବିଲା କିପରି କରାଯାଇପାରିବ ସେ ବିଷୟକୁ ନେଇ କୃତ୍ରିମ ଦୃଶ୍ୟପଟ ସହ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ଭୂମିକା କିପରି ସଠିକ୍ ରୂପେ ପରିପାଳନ ହୋଇପାରିବ ,ତାହାର ଅଭ୍ୟାସ କରାଗଲା।
ବିପର୍ଯ୍ୟୟ ପୂର୍ବ ପ୍ରସ୍ତୁତି ବିପର୍ଯ୍ୟୟ ସମୟ ଓ ବିପର୍ଯ୍ୟୟ ପରବର୍ତ୍ତୀ କାଳରେ ସଂପୃକ୍ତ ଅଧିକାରୀ ଙ୍କ ଦାୟିତ୍ୱ ଓ ପଦକ୍ଷେପ ଉପରେ ଆଲୋଚନା କରାଗଲା। ବିପର୍ଯ୍ୟୟ ସମୟରେ ଯେମିତି ଲୋକଙ୍କୁ ସୁରକ୍ଷିତ ଉଦ୍ଧାର, ଆଶ୍ରୟସ୍ଥଳୀରେ ରହିବାବ୍ୟବସ୍ଥା,ଯୋଗାଯୋଗବ୍ୟବସ୍ଥା,ଖାଦ୍ୟ, ପାନୀୟ,ଶିଶୁ ଖାଦ୍ୟ,ଔଷଧ,ଆଲୋକର ବ୍ୟବସ୍ଥା, ନିୟନ୍ତ୍ରଣକେନ୍ଦ୍ରସ୍ଥାପନ,ମହିଳା ,ଶିଶୁ ,ଭିନ୍ନକ୍ଷମ ଓ ବୃଦ୍ଧ ଙ୍କ ପାଇଁ ଉଚିତ ବ୍ୟବସ୍ଥା ଉପରେ ଆଲୋଚନା ହୋଇଥିଲା। ବିପର୍ଯ୍ୟୟ ପରବର୍ତ୍ତୀ ସମୟରେ କ୍ଷୟକ୍ଷତି ଆକଳନ ସହ ଲୋକଙ୍କୁ ସହାୟତା ରାଶି ପ୍ରଦାନ, ସର୍ବସାଧାରଣ ସମ୍ପତ୍ତିର ପୁନଃ ନିର୍ମାଣ,ସରକାରଙ୍କୁ ରିପୋର୍ଟ ପ୍ରଦାନ ଉପରେ ଗୁରୁତ୍ବ ଦିଆଗଲା।ଏହି ଟେବୁଲ୍ ଟପ୍ ଅଭ୍ୟାସ ରେ ଜିଲ୍ଲା ବିପର୍ଯ୍ୟୟ ପରାମର୍ଶ ଦାତା ପ୍ରଦୋଷ ରଞ୍ଜନ ଜେନା , ରାଜ୍ୟ ବିପର୍ଯ୍ୟୟ ପ୍ରାକ୍ ପ୍ରସ୍ତୁତି ନିରୀକ୍ଷକ ଡ ରାଜେଶ କୁମାର ଠାକୁର ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ବିଶେଷ ପରାମର୍ଶ ଦେଇଥିଲେ।ଜିଲ୍ଲା ଜରୁରୀ ଅଧିକାରୀ ପ୍ରମୋଦ କୁମାର ଖୀଲୋ ଧନ୍ୟବାଦ୍ ଦେଇଥିଲେ ।
Latest entries
ଜିଲ୍ଲା ଖବରApril 6, 2026ଓଡ଼ିଆ ପକ୍ଷ ପାଳନ ଅବସରରେ ଏୈତିହ ଗଣଦୌଡ
ଜିଲ୍ଲା ଖବରApril 6, 2026କଳାହାଣ୍ଡିର ଅଭିଳାଷ ଆଇଆଇଏମ୍ ଟପ୍ପର
ଜିଲ୍ଲା ଖବରApril 5, 2026ଓଡ଼ିଆ ନାମ ଫଳକ ଅଭିଯାନ ଓ ସଚେତନତା ପଦଯାତ୍ରା
ଜିଲ୍ଲା ଖବରApril 3, 2026କଳାହାଣ୍ଡି ଓକିଲ ସଙ୍ଘ ର ନବ ନିର୍ବାଚିତ କର୍ମକର୍ତା ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

