କଳାହାଣ୍ଡି:(ନ୍ୟୁଜଗ୍ୟାଲେରି) ଭବାନୀପାଟଣା, ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଅତିରିକ୍ତ ଜିଲ୍ଲାପାଳ ସୁବ୍ରତ କୁମାର ନାୟକ ଙ୍କ ଅଧ୍ୟକ୍ଷତାରେ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଜିଲ୍ଲା ସ୍ତରୀୟ ସମନ୍ୟୟ କମିଟି ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ର ଯୁବପିଢୀ ଙ୍କୁ ତମାଖୁ ସେବନର ଭୟାବହ ପରିଣାମ ବିଷୟରେ ସଚେତନତା ଓ ନିରାକରଣ ଅଭିଯାନ ଉପରେ ବିଶେଷ ଆଲୋଚନା ହୋଇଥିଲା।
ତମାଖୁ ମୁକ୍ତ ଜିଲ୍ଲା ପାଇଁ ବିଭିନ୍ନ ପଦକ୍ଷେପ ସଚେତନତା କାର୍ଯ୍ୟକ୍ରମ,ବିଦ୍ୟାଳୟ ମାନଙ୍କରେ ତମାଖୁ ମୁକ୍ତ ପରିବେଶ, COPTA ନିୟମ ୨୦୨୩କୁ ରୂପାୟନ ଓ ତ୍ୱରାନ୍ୱିତ ପଦକ୍ଷେପ, ସ୍କାଡ ଓ ଫାଇନ୍, ତମାଖୁ ମୁକ୍ତ ଗ୍ରାମ ଘୋଷଣା ଉପରେ ବିଶେଷ ଯୋଜନା କୁ ରୂପାୟନ ପାଇଁ ଅଧିକାରୀ ଙ୍କୁ ଦାୟିତ୍ୱ ଦିଆଯାଇଛି।ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ଜନ ପ୍ରତିନିଧି, ସ୍ୱୟଂ ସହାୟକ ଗୋଷ୍ଠୀ,ସ୍ଵେଚ୍ଛାସେବୀ ସଂସ୍ଥା,ସଂପୃକ୍ତ ଅଧିକାରୀ,ଶିକ୍ଷକ, ବୁଦ୍ଧିଜୀବୀ,ଛାତ୍ର ଛାତ୍ରୀ ମାନଙ୍କୁ ସାମିଲ କରାଯାଇଛି।୨୦୨୨-୨୩ ରେ କାର୍ଯ୍ୟକାରୀ ସ୍କ୍ୱାଡ ଦ୍ଵାରା ୧୨ ଟି ଜାଗା ରେ ଚଢାଉ କରାଯାଇ ୧୮୧ ଆଇନ ଉଲଘଂନକାରୀ ଙ୍କ ଠାରୁ ୩୩,୫୦୦ ଟଙ୍କା ଫାଇନ୍ ଆଦାୟ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ୩୧.୫.୨୦୨୩ ରୁ ୩୧.୭.୨୦୨୩ ପର୍ଯ୍ୟନ୍ତ ଚାଲୁରହିବ।୨୦୨୩-୨୪ ରେ ୯୨ଟି ବିଦ୍ୟାଳୟ ଏବଂ ୬ ମହାବିଦ୍ୟାଳୟ ରେ ତମାଖୁ ମୁକ୍ତ ଶିକ୍ଷାନୁଷ୍ଠାନ ରୂପେ ଘୋଷଣା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ବୈଠକରେ ସି ଡି ଏମ ଓ ଡ଼ଃ. ଗିରିଶ ଚନ୍ଦ୍ର ରାଉତ, ଡି ପି ଏଚ୍ଚ ଓ ଡ଼ଃ. ମନୋ ମାଝୀ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିଜୟ କୁମାର ନନ୍ଦ, ଡି ପି ଏମ ଅବନୀ ମହାପାତ୍ର, ଡି ଆଇ ପି ଆର୍ ଓ ମନୋଜ ବେହେରା, ଡି ଏଲ ଓ ସୁବାସ ଚନ୍ଦ୍ର ମଣ୍ଡଳ, ଡି ପି ଓ ପ୍ରହ୍ଲାଦ ପ୍ରଧାନ,ଅବକାରୀ ଅଧିକ୍ଷକ ରଞ୍ଜନ ନାୟକ,ସଞ୍ଜୟ ମିଶ୍ର ଆଇ ପି ଇ, ଡି ଇ ଓ ତଥା ସ୍ବାସ୍ଥ୍ୟ ବିଭାଗର କର୍ମଚାରୀ ଉପସ୍ଥିତ ରହିଥିଲେ।କାର୍ଯ୍ୟକ୍ରମକୁ ଏପିଡେମୀଓଲୋଜିଷ୍ଟ୍ ନିହାର ରଞ୍ଜନ ଠାକୁର ପରିଚାଳନା କରିଥିଲେ।
Latest entries
ଜିଲ୍ଲା ଖବରApril 6, 2026ଓଡ଼ିଆ ପକ୍ଷ ପାଳନ ଅବସରରେ ଏୈତିହ ଗଣଦୌଡ
ଜିଲ୍ଲା ଖବରApril 6, 2026କଳାହାଣ୍ଡିର ଅଭିଳାଷ ଆଇଆଇଏମ୍ ଟପ୍ପର
ଜିଲ୍ଲା ଖବରApril 5, 2026ଓଡ଼ିଆ ନାମ ଫଳକ ଅଭିଯାନ ଓ ସଚେତନତା ପଦଯାତ୍ରା
ଜିଲ୍ଲା ଖବରApril 3, 2026କଳାହାଣ୍ଡି ଓକିଲ ସଙ୍ଘ ର ନବ ନିର୍ବାଚିତ କର୍ମକର୍ତା ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

