କଳାହାଣ୍ଡି:(ନ୍ୟୁଜଗ୍ୟାଲେରି) କେସିଙ୍ଗା ର ବ୍ୟବସାୟୀ ଙ୍କ ଘରୁ ଗତ ୨୯ ମେ ରେ ଡକାୟତିହୋଇଥିବା ଡକାୟତ ମାନଙ୍କୁ ଧରିବାରେ ସଫଳତା ହାସଲ କରିଛି କେସିଙ୍ଗା ପୋଲିସ। କେସିଙ୍ଗା ଏସଡି ପି ଓ ରୋହିତ ବର୍ମା ଙ୍କ ନେତୃତ୍ୱରେ ଏକ ତଦନ୍ତକାରୀ ଟିମ ଗଠନକରି ପୋଲିସ ତାର ତଦନ୍ତ ଜାରି ରଖିଥିଲା।
ଗତ ୨୯ ମେ ରେ କେସିଙ୍ଗାର ଜଣେ ବ୍ୟବସାୟଙ୍କ ବାସଭବନରୁ ରାତି ୨ ଟା ସମୟରେ ୮ରୁ ୯ ଜଣ ଡକାୟତ ଘର ପଛ ପଟେ କବାଟ ଭାଙ୍ଗି ନଗଦ ୬ଲକ୍ଷ ଟଙ୍କା ଓ ସୁନା ରୂପା ଗହଣା ଚୋରି କରି ଫେରାର ହୋଇ ଯାଇଥିଲେ। ଭବାନୀପାଟଣାରୁ ସାଇନଟିଫିକ ଟିମ୍ ଓ ସନ୍ଧାନୀ କୁକୁର ଆଣି ପୋଲିସ ତନା ଘନା ଜରିରଖିଥିଲେ । କେସିଙ୍ଗା ଏସଡିପିଓ ରୋହିତ ବର୍ମାଙ୍କ ନେତୃତ୍ୱରେ ତଦନ୍ତ ଜାରି ରଖି ପ୍ରାୟ ୨୦ ଦିନ ପରେ କେସିଙ୍ଗା ପୋଲିସକୁ ସେହି ଡକାୟତ ଗ୍ୟାଙ୍ଗର ୭ ଜଣଙ୍କୁ ଗିରଫ କରିବାରେ ସଫଳ ହେଇଛି। ସେମାନଙ୍କ ମଧ୍ୟରେ ଜଣେ ମହିଳା ଥିବା ବେଳେ ଜଣେ ୧୭ ବର୍ଷ ର ନାବାଳକ ଥିବା ଜଣା ପଡ଼ିଛି । ଗିରଫ ଡକାୟତମାନେ ହେଲେ ଖିତିଶ ରଣା(୨୮) ରୁକ ମନ ରଣା(୨୨) ଓ ଜଣେ ନାବାଳକ ଏମାନେ ସବୁ କେସିଙ୍ଗା ଥାନା ଗୁର୍ଜିମୁଣ୍ଡା ଗାଆଁର ହୋଇ ଥିବା ବେଳେ ଦଇତାରୀ କରୁଆଁ (୨୬) ବଵଲୁ ଦୀପ (୨୪) ଏ ଦୁଇ ଜଣ କେସିଙ୍ଗା ଥାନା କୁଣ୍ଡାବନ୍ଧର ବୋଲି ଜଣାପଡିଛି। ଧୋବା ଖରସେଲ(୩୦) କେସିଙ୍ଗା ଥାନା କିକିଆ ଗ୍ରାମର ବୋଲି ଜଣାପଡ଼ିଥିବା ବେଳେ ଉର୍ମିଳା ରଣା(୫୦)ଏମ୍ ରାମପୁର ଥାନା ଅଧୀନସ୍ଥ ମଦନପୁର ଗ୍ରାମର ବୋଲି ଜଣାପଡିଛି।
ସେମାନଙ୍କ ଠାରୁ ନଗଦ ଏକ ଲକ୍ଷ ବାର ହଜାର ଟଙ୍କା ସହ ବିଭିନ୍ନ ପ୍ରକାର ମାରଣାସ୍ତ୍ର, ଲୁହା ଛଡ଼, ସ୍କ୍ରୁ ଡ୍ରାଇଭର, ଦୁଇଟି ମଟର ସାଇକଲ ଓ ଚାରୋଟି ମୋବାଇଲ ଫୋନ୍ ଜବତ ହେଇଛି। ପୋଲିସ ସୂତ୍ରରୁ ତଦନ୍ତ ଆଗକୁ ଜାରି ରହିଥିବ ବୋଲି ପୋଲିସ ପକ୍ଷରୁ ଜଣାପଡିଛି।
Latest entries
ଜିଲ୍ଲା ଖବରApril 6, 2026ଓଡ଼ିଆ ପକ୍ଷ ପାଳନ ଅବସରରେ ଏୈତିହ ଗଣଦୌଡ
ଜିଲ୍ଲା ଖବରApril 6, 2026କଳାହାଣ୍ଡିର ଅଭିଳାଷ ଆଇଆଇଏମ୍ ଟପ୍ପର
ଜିଲ୍ଲା ଖବରApril 5, 2026ଓଡ଼ିଆ ନାମ ଫଳକ ଅଭିଯାନ ଓ ସଚେତନତା ପଦଯାତ୍ରା
ଜିଲ୍ଲା ଖବରApril 3, 2026କଳାହାଣ୍ଡି ଓକିଲ ସଙ୍ଘ ର ନବ ନିର୍ବାଚିତ କର୍ମକର୍ତା ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

