ନ୍ୟୁଜଗ୍ୟାଲେରି, କଳାହାଣ୍ଡି: ଭବାନୀପାଟଣା ସ୍ଥିତ ବିକାଶ ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ସି.ଆଇ.ଏଫ୍.ଏ ଓ ଆଇ.ସି.ଏ.ଆର୍ ର ମିଳିତ ସହଯୋଗରେ ମାଛ ଜାଆଁଳା ଉତ୍ପାଦନ ଓ ଚାଷ ସମ୍ପର୍କିତ ଏକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସି.ଆଇ.ଏଫ୍. ଏ ଓ ଆଇ.ସି.ଏ.ଆର୍ ର ବିଶିଷ୍ଟ ବୈଜ୍ଞାନିକ ଡ଼.ପି.ରାଉତରାୟ ଓ ଡ଼. ନାଗେଶ କୁମାର ବାରିକ ନୂଆପଡ଼ା,କଳାହାଣ୍ଡି ଏବଂ ନବରଙ୍ଗପୁର ରୁ ଆସିଥିବା କୃଷକ ବନ୍ଧୁ ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଏହି ଅବସରରେ ଅନୁଷ୍ଠାନର ପ୍ରାଣୀ ବିଜ୍ଞାନର ବିଦ୍ୟାର୍ଥୀ ମାନଙ୍କ ସହିତ ଅନ୍ୟାନ୍ୟ ବିଭାଗର ବିଦ୍ୟାର୍ଥୀ ମାନେ ମଧ୍ୟ ପ୍ରଶିକ୍ଷଣ ଗ୍ରହଣ କରିଥିଲେ। ଅନୁଷ୍ଠାନର ନିର୍ଦ୍ଦେଶକ ଡି.ଶ୍ୟାମ , ଅନ୍ୟତମ ନିର୍ଦ୍ଦେଶକ ଡି.ରାମ କୁମାର ଓ ପରିଚାଳନା କମିଟି ସଦସ୍ୟା ଡି.ପଦ୍ମିନୀ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଉପଢୌକନ ଓ ସ୍ମୃତି ଫଳକ ପ୍ରଦାନ କରି ସମ୍ମାନିତ କରିଥିଲେ । ବି.ବି.ଏ, ବି.ସି.ଏ ବିଭାଗର ଅଧ୍ୟକ୍ଷ ଡ଼. ସୁଦୀପ୍ତ କୁମାର ଜେନା, ବି.ଏସ.ସି ବିଭାଗର ଅଧ୍ୟକ୍ଷ ଡ଼.ଆଦିତ୍ୟ କୁମାର ପଟ୍ଟନାୟକ , ବି.ଏସ.ସି ନର୍ସିଂ ବିଭାଗର ଅଧ୍ୟକ୍ଷା କେ.ଜୟଶ୍ରୀ ଉପସ୍ଥିତ ରହି ତାଲିମାର୍ଥି ମାନଙ୍କୁ ଉତ୍ସାହିତ କରିଥିଲେ । ପ୍ରାଣୀ ବିଜ୍ଞାନ ବିଭାଗର ଅଧ୍ୟାପକ ବସନ୍ତ କୁମାର ସାହୁ ଏବଂ ଅଧ୍ୟାପିକା ଲିପିକା ନାୟକଙ୍କର ମିଳିତ ଉଦ୍ୟମରେ ଉକ୍ତ କାର୍ଯ୍ୟକ୍ରମଟିକୁ ସୁପରିଚାଳନା କରାଯାଇଥିଲା ।
Latest entries
ଜିଲ୍ଲା ଖବରOctober 22, 2026ପ୍ରେମୀ ଯୁଗଳ ମୃତ ଶବ ଉଦ୍ଧାର ,ହତ୍ୟା ସନ୍ଦେହ
ଜିଲ୍ଲା ଖବରOctober 22, 2026ଜିଲ୍ଲା ସ୍ତରୀୟ କଳାକାର ଚୟନ ପ୍ରକ୍ରିୟା ଆରମ୍ଭ
ଜିଲ୍ଲା ଖବରOctober 21, 2026ଦୁଆରସୁନି ଦୁର୍ଗାପୂଜା କମିଟି ପକ୍ଷରୁ ନୃତ୍ୟ ପ୍ରତିଯୋଗିତା ଓ ପ୍ରତିଭାବାନ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧନା
ଜିଲ୍ଲା ଖବରOctober 20, 2026ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମରେ ମହାସମାରୋହରେ ସମ୍ପନ୍ନ ହେଲା ପ୍ରସିଦ୍ଧ ଛତର ଯାତ୍ରା

