ନ୍ୟୁଜଗ୍ୟାଲେରି, କଳାହାଣ୍ଡି: ଭବାନୀପାଟଣା ସ୍ଥିତ ବିକାଶ ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ସି.ଆଇ.ଏଫ୍.ଏ ଓ ଆଇ.ସି.ଏ.ଆର୍ ର ମିଳିତ ସହଯୋଗରେ ମାଛ ଜାଆଁଳା ଉତ୍ପାଦନ ଓ ଚାଷ ସମ୍ପର୍କିତ ଏକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସି.ଆଇ.ଏଫ୍. ଏ ଓ ଆଇ.ସି.ଏ.ଆର୍ ର ବିଶିଷ୍ଟ ବୈଜ୍ଞାନିକ ଡ଼.ପି.ରାଉତରାୟ ଓ ଡ଼. ନାଗେଶ କୁମାର ବାରିକ ନୂଆପଡ଼ା,କଳାହାଣ୍ଡି ଏବଂ ନବରଙ୍ଗପୁର ରୁ ଆସିଥିବା କୃଷକ ବନ୍ଧୁ ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଏହି ଅବସରରେ ଅନୁଷ୍ଠାନର ପ୍ରାଣୀ ବିଜ୍ଞାନର ବିଦ୍ୟାର୍ଥୀ ମାନଙ୍କ ସହିତ ଅନ୍ୟାନ୍ୟ ବିଭାଗର ବିଦ୍ୟାର୍ଥୀ ମାନେ ମଧ୍ୟ ପ୍ରଶିକ୍ଷଣ ଗ୍ରହଣ କରିଥିଲେ। ଅନୁଷ୍ଠାନର ନିର୍ଦ୍ଦେଶକ ଡି.ଶ୍ୟାମ , ଅନ୍ୟତମ ନିର୍ଦ୍ଦେଶକ ଡି.ରାମ କୁମାର ଓ ପରିଚାଳନା କମିଟି ସଦସ୍ୟା ଡି.ପଦ୍ମିନୀ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଉପଢୌକନ ଓ ସ୍ମୃତି ଫଳକ ପ୍ରଦାନ କରି ସମ୍ମାନିତ କରିଥିଲେ । ବି.ବି.ଏ, ବି.ସି.ଏ ବିଭାଗର ଅଧ୍ୟକ୍ଷ ଡ଼. ସୁଦୀପ୍ତ କୁମାର ଜେନା, ବି.ଏସ.ସି ବିଭାଗର ଅଧ୍ୟକ୍ଷ ଡ଼.ଆଦିତ୍ୟ କୁମାର ପଟ୍ଟନାୟକ , ବି.ଏସ.ସି ନର୍ସିଂ ବିଭାଗର ଅଧ୍ୟକ୍ଷା କେ.ଜୟଶ୍ରୀ ଉପସ୍ଥିତ ରହି ତାଲିମାର୍ଥି ମାନଙ୍କୁ ଉତ୍ସାହିତ କରିଥିଲେ । ପ୍ରାଣୀ ବିଜ୍ଞାନ ବିଭାଗର ଅଧ୍ୟାପକ ବସନ୍ତ କୁମାର ସାହୁ ଏବଂ ଅଧ୍ୟାପିକା ଲିପିକା ନାୟକଙ୍କର ମିଳିତ ଉଦ୍ୟମରେ ଉକ୍ତ କାର୍ଯ୍ୟକ୍ରମଟିକୁ ସୁପରିଚାଳନା କରାଯାଇଥିଲା ।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

