ନ୍ୟୁଜଗ୍ୟାଲେରି,ନର୍ଲା:କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ଅଧିନରେ ଥିବା କମର୍ଦ୍ଧା ସେକ୍ସନ ର ଗନ୍ଧର ବାରୁ ଗାଁ ନିକଟ ରେ ଅସୁସ୍ଥ ହେଇ ଚିକିତ୍ସିତ ହେଉଥିବା ଜଙ୍ଗଲୀ ହାତୀ ବିଳମ୍ୱିତ ରାତିରେ ମୃତ୍ୟୁ ହୋଇଥିବା ଜଣା ପଡିଛି । ସୂଚନା ଅନୁଯାୟୀ ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ଅଧିନରେ ଥିବା କମର୍ଦ୍ଧା ସେକ୍ସନର ଗନ୍ଧର ବାରୁ ଗାଁ ନିକଟରେ ଗୋଟିଏ ଜଂଗଲୀ ହାତୀ ଅସୁସ୍ଥ ଥିବା ସ୍ଥାନୀୟ ଗନ୍ଧର ବାରୁ ଗାଁ ଲୋକେ ଦେଖିବା ପରେ ବନ ବିଭାଗ କୁ ଜଣାଇ ଥିଲେ । ନର୍ଲା ବନ ବିଭାଗର ଅଧିକାରୀ ପ୍ରଶାନ୍ତ ପାଲ ଙ୍କ ତତ୍ତ୍ଵାବଧାନରେ ବନ୍ୟ ପ୍ରାଣୀ ଚିକିତ୍ସକ ଓ କର୍ମଚାରୀ ମାନେ ଉକ୍ତ ହାତୀଟିର ଚିକିତ୍ସା କରିଥଲେ । ହେଲେ ଶେଷରେ ହାତୀ କୁ ବଞ୍ଚାଇ ପାରି ନ ଥିଲେ । ତେବେ କଣ ପାଇଁ ହାତୀଟି ଅସୁସ୍ଥ ହୋଇ ମୃତ୍ୟୁବରଣ କଲା ତାହା ସ୍ପଷ୍ଟ ହୋଇ ପାରିନାହିଁ ବ୍ୟବଛେଦ ପରେ ଜଣା ପଡ଼ିବ ବୋଲି ବନ ବିଭାଗର ଅଧିକାରୀ ଗଣମାଧ୍ୟମ ପ୍ରତିନିଧି ଙ୍କୁ ସୂଚନା ଦେଇଛନ୍ତି ।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

