ନ୍ୟୁଜଗ୍ୟାଲେରି,ନର୍ଲା:କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ଅଧିନରେ ଥିବା କମର୍ଦ୍ଧା ସେକ୍ସନ ର ଗନ୍ଧର ବାରୁ ଗାଁ ନିକଟ ରେ ଅସୁସ୍ଥ ହେଇ ଚିକିତ୍ସିତ ହେଉଥିବା ଜଙ୍ଗଲୀ ହାତୀ ବିଳମ୍ୱିତ ରାତିରେ ମୃତ୍ୟୁ ହୋଇଥିବା ଜଣା ପଡିଛି । ସୂଚନା ଅନୁଯାୟୀ ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ଅଧିନରେ ଥିବା କମର୍ଦ୍ଧା ସେକ୍ସନର ଗନ୍ଧର ବାରୁ ଗାଁ ନିକଟରେ ଗୋଟିଏ ଜଂଗଲୀ ହାତୀ ଅସୁସ୍ଥ ଥିବା ସ୍ଥାନୀୟ ଗନ୍ଧର ବାରୁ ଗାଁ ଲୋକେ ଦେଖିବା ପରେ ବନ ବିଭାଗ କୁ ଜଣାଇ ଥିଲେ । ନର୍ଲା ବନ ବିଭାଗର ଅଧିକାରୀ ପ୍ରଶାନ୍ତ ପାଲ ଙ୍କ ତତ୍ତ୍ଵାବଧାନରେ ବନ୍ୟ ପ୍ରାଣୀ ଚିକିତ୍ସକ ଓ କର୍ମଚାରୀ ମାନେ ଉକ୍ତ ହାତୀଟିର ଚିକିତ୍ସା କରିଥଲେ । ହେଲେ ଶେଷରେ ହାତୀ କୁ ବଞ୍ଚାଇ ପାରି ନ ଥିଲେ । ତେବେ କଣ ପାଇଁ ହାତୀଟି ଅସୁସ୍ଥ ହୋଇ ମୃତ୍ୟୁବରଣ କଲା ତାହା ସ୍ପଷ୍ଟ ହୋଇ ପାରିନାହିଁ ବ୍ୟବଛେଦ ପରେ ଜଣା ପଡ଼ିବ ବୋଲି ବନ ବିଭାଗର ଅଧିକାରୀ ଗଣମାଧ୍ୟମ ପ୍ରତିନିଧି ଙ୍କୁ ସୂଚନା ଦେଇଛନ୍ତି ।
Latest entries
ଜିଲ୍ଲା ଖବରJanuary 16, 2026ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଯୁବ-ଛାତ୍ର ବିଜେଡିର ସାମ୍ବାଦିକ ସମ୍ମିଳନୀ
ଜିଲ୍ଲା ଖବରJanuary 15, 2026ମା ମାଣିକେଶ୍ୱରୀ ମନ୍ଦିର ରୁ ବାହାରିଲା ମଶାଲ ଯାତ୍ରା
ଜିଲ୍ଲା ଖବରJanuary 13, 2026୨୮ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ ଉପଲକ୍ଷେ ଜିଲ୍ଲା ସ୍ତରୀୟ ବ୍ୟାଡ଼ମିଣ୍ଟନ ଖେଳ ପ୍ରତିଯୋଗିତା
ଜିଲ୍ଲା ଖବରJanuary 12, 2026କବି ବିରଞ୍ଚି ନାରାୟଣ ଦରୱାନଙ୍କ କବିତା ବହି “ସାରା ଆକାଶ ତମର” ଲୋକାର୍ପିତ

