ନ୍ୟୁଜଗ୍ୟାଲେରି, ଭବାନୀପାଟଣା: ସର୍ବ ଭାରତୀୟ ଯାଦବ ମହାସଭାର ନିର୍ଦେଶ କ୍ରମେ ଆଜି ଭବାନୀପାଟଣା ସହର ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ଠାରେ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ଏବଂ ସହର ଯାଦବ ମହାସଭାର ମିଳିତ ଆନୁକୂଲ୍ୟରେ ଯାଦବ ସୋର୍ଯ୍ୟ ଦିବସ ମହା ସମାରୋହ ରେ ପାଳନ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭବାନୀପାଟଣା ପୌରାଧ୍ୟକ୍ଷା ସଂଯୁକ୍ତା ବେହେରା, ଜିଲ୍ଲା ଯାଦବ ମହାସଭା ସଭାପତି ନୃପରାଜ ଯାଦବ, ସାଧାରଣ ସମ୍ପାଦକ ସଞ୍ଜୟ ଧଙ୍ଗଡ଼ାମାଝୀ, ଉତ୍କଳ ମହିଳା ଯାଦବ ମହାସଭାର ଉପସଭାନେତ୍ରୀ ଶୁଭଲକ୍ଷ୍ମୀ ନାୟକ, ରବୀନ୍ଦ୍ର ଲାଲ ଯାଦବ,ବରିଷ୍ଠ ଯାଦବ ସଂଗଠକ ନଳିନୀ ରଞ୍ଜନ ରାଉତ, ଭାରତ ଭୂଷଣ ଚଲାନ ମଞ୍ଚାସିନ ଥିଲେ ।
ଏହି ଅବସରରେ ଭାରତୀୟ ସେନା ଅବସର ପ୍ରାପ୍ତ କିଶୋର ଚନ୍ଦ୍ର ରାଉତ, କୃଷ୍ଣ ଚନ୍ଦ୍ର ନାଏକ, ଗୟା ଗୌଡ଼ ଙ୍କୁ ତାଙ୍କ ନିଷ୍ଠାପର ସେବା ପାଇଁ ଯାଦବ ସମାଜ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ କୁ ମଞ୍ଚ ପରିଚାଳନା ସହର ଯାଦବ କମିଟି କାର୍ଯ୍ୟକାରୀ ସଭାପତି ପୀତବାସ ବେହେରା କରିଥିଲେ । ଏହି କାର୍ଯ୍ୟକ୍ରମ ରେ ସତ୍ୟନାରାୟଣ ବିଶି, ରଞ୍ଜିତା କେତକୀ,ଶୀତଳ ରାଉତ, ମିଥିଲା ରାଉତ, ପରମେଶ୍ୱର କାଣ୍ଡ, ବିଶ୍ୱନାଥ ବାଗ,ପତିରାମ ହଂସ, ସମୀପ ବେହେରା, ରୋଶନ ରାଉତ, ସୌମ୍ୟ ରଞ୍ଜନ ଗହୀର ଏବଂ ଯାଦବ ଭାଇ, ଭଉଣୀ ମାନେ ଉପସ୍ଥିତ ରହିଥିଲେ ।
ଏହି ସଭାରେ ଆଲୋଚନା ହୋଇଥିଲା ଯେ ବ୍ରିଟିଶ ସରକାର ଅମଳ ରେ ଅହୀର ରେଜିମେଣ୍ଟ ଗଠନ ହୋଇଥିଲା କିନ୍ତୁ ଭାରତ ସ୍ୱାଧୀନ ହେଲା ପରେ ଯେତେବେଳେ ଭରାତତୀୟ ସେନା ଗଠନ ହେଲା ସେହି ସମୟରେ ଅହୀର ରେଜିମେଣ୍ଟ ସୈନିକ ମାନଙ୍କୁ କୁ ଭାରତ ସେନା ଦ୍ୱାରା ଅନ୍ୟ ଅନ୍ୟ ରେଜିମେଣ୍ଟ ରେ ସାମିଲ କରିଦିଆଗଲା ୧୯୬୨ ଯେତେବେଳେ ରିଜ଼ାଙ୍ଗ ଲା ଠାରେ ଭାରତ ଓ ଚୀନ ର ଯୁଦ୍ଧ ହୋଇଥିଲା । ସେଥିରେ ସହିଦ ହୋଇଥିବା ଯାଦବ ମାନଙ୍କ କୀର୍ତ୍ତି କୁ ସମ୍ମାନ ଜଣାଇ ଯାଦବ ସୌର୍ଯ୍ୟ ଦିବସ ପାଳନ ହୋଇଥଲା ଏହା ସହିତ ଭାରତ ସରକାର ଅହୀର ରେଜିମେଣ୍ଟ ଗଠନ କରନ୍ତୁ ବୋଲି ସଭା ରେ ଦାବି ହୋଇଥିଲା ।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

