ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ଓଡିଶା କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ଓଡିଶାରୁ ତୁଳସୀ ସତ୍ୟାଗ୍ରହ ଆସନ୍ତା ୧୮ ତାରିଖରୁ ଆରମ୍ଭ ହୋଇ ୩୦ତାରିଖ ପର୍ଯ୍ୟନ୍ତ ତୁଳସୀ ପତ୍ର ସଂଗ୍ରହ କାର୍ଯ୍ୟକ୍ରମ ଚାଲିବ ।ଏହାକୁ ନେଇ କଳାହାଣ୍ଡି ଜିଲ୍ଲା କଂଗ୍ରେସ ସଭାପତି ଭାରତ ବେମାଲ ଏକ ସାମ୍ବାଦିକ ସମ୍ମିଳନୀ ରେ ଜନସଧାରଣ ଙ୍କୁ ନିମତ୍ରଣା କରିଛନ୍ତି।
ଏହାର ମୁଖ୍ୟ ଉଦେଶ୍ୟ ହେଲା ଜଗନ୍ନାଥ ମନ୍ଦିରର ୪ଟି ଦ୍ୱାର ଖୋଲିବା,ମହା ପ୍ରସାଦକୁ ମାଗଣାରେ ଭକ୍ତଙ୍କୁ ଯୋଗାଇଦେବା,ମହାପ୍ରଭୁଙ୍କ ରତ୍ନ ଭଣ୍ଡାରର ସମ୍ପତ୍ତିକୁ ଗଣନାକରି ଲୋକ ଲୋଚନକୁ ଅଣାଯିବା ଆଦି ଦାବୀନେଇ ରାଜ୍ୟର ସମସ୍ତ ଗ୍ରାମରୁ ଗ୍ରାମପଞ୍ଚାୟତ ସ୍ତରରୁ ବ୍ଲକସ୍ତର ପର୍ଯ୍ୟନ୍ତ ତୁଳସୀ ପତ୍ର ସଂଗ୍ରହ କରି ଜିଲ୍ଲା ସଭାପତିରୁ ରାଜ୍ୟ ସଭାପତିଙ୍କ ପର୍ଯ୍ୟନ୍ତ ତୁଳସୀ ପତ୍ର ସଂଗ୍ରହ କରାଯାଇ ଡିସେମ୍ବର ୧ ତାରିଖରେ ପ୍ରଭୁ ଜଗନ୍ନାଥଙ୍କ ମନ୍ଦିରକୁ ନିଆଯାଇ ସମର୍ପିତ କରାଯିବ । ପ୍ରତି ଘରେ ପ୍ରତି ଗ୍ରାମର ଲୋକେ କଂଗ୍ରେସ ଦଳ ଆହ୍ୱାନ କରିଥିବା ଗୋଟିଏ ଲେଖାଏଁ ତୁଳସୀ ପତ୍ରଦେଇ ପ୍ରଭୁଙ୍କ ଠାରେ ସମର୍ପିତ କରାନ୍ତୁ ବୋଲି କଳାହାଣ୍ଡି ଜିଲ୍ଲା କଂଗ୍ରେସ କମିଟି ସଭାପତି ଭାରତ ଭୂଷଣ ବେମାଲ କଂଗ୍ରେସ ଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।ଏହି କାର୍ଯ୍ୟକ୍ରମ ଆସନ୍ତା ୧୮ତାରିଖରୁ ଆରମ୍ଭ ହୋଇ ୩୦ତାରିଖ ପର୍ଯ୍ୟନ୍ତ ଚାଲୁରହିବ ପ୍ରତି ପରିବାର ତରଫରୁ ଗୋଟିଏ ଲେଖାଏଁ ତୁଳସୀ ପତ୍ର ଦେବାକୁ ଭାରତ ବେମାଲ ଆହ୍ୱାନ କରିଛନ୍ତି ।ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାକମିଟି ଉପସଭାପତି ମହମ୍ମଦ ଅଲ୍ଲ୍ଲୀ, ସାଧାରଣ ସମ୍ପାଦକ ଚନ୍ଦ୍ର ଶେଖର ଯୋଶୀ,ରାଜୀବ ଗାନ୍ଧୀ ପଞ୍ଚାୟତ ସଂଘଠନ ସଂଯୋଜକ ସରୋଜ ବାଗ,ଛାତ୍ର କଂଗ୍ରେସ ସଭାପତି ସୁଶାନ୍ତ କୁମାର ପ୍ରଧାନୀ ପ୍ରମୁଖ ଉପସ୍ଥିତ ଥିଲେ.
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

