କଳାହାଣ୍ଡି ପେଷାଦାର ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ

ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ପେଷାଦାର ସାମ୍ବାଦିକ ସଂଘ ପକ୍ଷରୁ ସ୍ଥାନୟ ଅମଲା ଭବନ ଠାରେ ଜାତୀୟ ପ୍ରେସ ଦିବସ ପାଳନ ଅବସରରେ ଜିଲ୍ଲାର ୪ ଜଣ ଦିବଂଗତ ସାମ୍ବାଦିକ ସ୍ବର୍ଗତ ସଞ୍ଜୀବ କୁମାର ଯୋଷୀ, ସ୍ବର୍ଗତ ମହମ୍ମଦ ଅସଲମ୍, ସ୍ବର୍ଗତ ଭାନୁ ପ୍ରକାଶ ରଥ ଓ ସ୍ବର୍ଗତ ରୋହିତ ବିଶ୍ଵାଳ ଙ୍କୁ ମରଣୋତ୍ତର “ସାମ୍ବାଦିକ ସୌରଭ ସମ୍ମାନ” ପ୍ରଦାନ କରାଯାଇଛି। ଦିବଂଗତ ସାମ୍ବାଦିକ ମାନଙ୍କ ଧର୍ମପତ୍ନୀ ଅପର୍ଣ୍ଣା ହୋତା, ସେହନାଜ ବେଗମ୍, ସୁଦିପ୍ତା ରଥ ଓ ମାଧବୀ ବିଶ୍ଵାଳ ଏହି ସମ୍ମାନ ଗ୍ରହଣ କରିଥିଲେ। ବରିଷ୍ଠ ସାମ୍ବାଦିକ ସତ୍ୟ ନାରାୟଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜାତୀୟ ପ୍ରେସ ଦିବସ ପାଳନ ସମାରୋହରେ ଜୁନାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦର ନଗରପାଳ ମୁକେଶ ଅଗ୍ରୱାଲ, ଶିକ୍ଷାବିତ୍ ଡ. ଅଜୟ କୁମାର ମିଶ୍ର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା ଅତିଥି ଭାବରେ ଯୋଗ ଦେଇଥିବା ବେଳେ ବରିଷ୍ଠ ସାମ୍ବାଦିକ ଉମା ଶଙ୍କର କର ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ। କଳାହାଣ୍ଡି ପେଷାଦାର ସାମ୍ବାଦିକ ସଂଘର ସଭାପତି ରଜନୀକାନ୍ତ ମିଶ୍ର ସ୍ୱାଗତ ଭାଷଣ ଦେଇଥିଲେ। ସ୍ୱାଧୀନତା ସଂଗ୍ରାମ ଠାରୁ ଆରମ୍ଭ କରି ସ୍ଵାଧୀନୋତ୍ତର ଭାରତର ନବ ନିର୍ମାଣ ସହ ଦେଶର ବିକାଶଧାରାରେ ସାମ୍ବାଦିକ ମାନଙ୍କ ଭୂମିକା ଅତୁଳନୟ। ଗଣମାଧ୍ୟମ ଭାରତୀୟ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବରେ ମାନ୍ୟତା ପାଇଛି ଓ କୋଟି କୋଟି ଭାରତୀୟଙ୍କ ଆସ୍ଥା ଭାଜନ ହୋଇ ପାରିଛି। ଜନ ସାଧାରଣଙ୍କ ସାମ୍ବାଦିକ ମାନଙ୍କ ପ୍ରତି ଥିବା ବିଶ୍ୱାସକୁ ସମ୍ମାନ ଜଣାଇ ପ୍ରତ୍ୟେକ ସାମ୍ବାଦିକ ନିରପେକ୍ଷ ଭାବରେ ନିଷ୍ଠାର ସହ ନିଜର ଦାୟିତ୍ଵ ଓ କର୍ତ୍ତବ୍ୟ ସମ୍ପାଦନ କରିବା ନିମନ୍ତେ ଅତିଥି ମାନେ ଆହ୍ବାନ ଦେଇଥିଲେ। ଏହି ଅବସରରେ ସାମ୍ବାଦିକ ଅଜିତ ସିଂ, ତାପସ ମହାନ୍ତି, ଚିତ୍ତରଞ୍ଜନ ବିଶି, ଦୀପକ ସାହୁ, ଶୁଭମ୍ ରୋହିଲା, ଗଜିନ୍ଦ୍ର ସାହୁ,ନ୍ୟୁଜଗ୍ୟାଲେରି ସମ୍ପାଦକ ହେମନ୍ତ ରାୟ ଓ ମହାଦେବ ଖଣ୍ଡୁଆଳଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବରିଷ୍ଠ ସାମ୍ବାଦିକ ଲଳିତ କାନୁନଗୋ, କୈଳାସ ସାହୁ, ଅମଲା ସଂଘ ଉପଦେଷ୍ଟା ରୂପ କେଶରୀ ଦଳେଇ ପ୍ରମୁଖ ବ୍ୟକ୍ତବ୍ୟ ପ୍ରଦାନ କରି କଳାହାଣ୍ଡି ଜିଲ୍ଲାର ବିକାଶଧାରାରେ ସାମ୍ବାଦିକ ମାନଙ୍କ ଭୂମିକାକୁ ପ୍ରଶଂସା କରିଥିଲେ। ସାମ୍ବାଦିକ ଶୁଭମ୍ ରୋହିଲା ଧନ୍ୟବାଦ ଅର୍ପଣ କରିଥିଲେ। ସାମ୍ବାଦିକ ବ୍ୟୋମକେଶ ପଣ୍ଡା, ଶିବ ନାଏକ, ସୁଶାନ୍ତ ସାମନ୍ତରାୟ, ଦୁଃଖିଶ୍ୟାମ ପ୍ରଧାନ, ରାଜା ପାଢ଼ୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Hemant Kumar Ray
Editor, News Gallery
Mob: 9439506580
Email: newsgallery.in@gmail.com
author

Hemant Kumar Ray

Editor, News Gallery Mob: 9439506580 Email: newsgallery.in@gmail.com

Similar Posts