ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଅଶ୍ୱିନୀ କୁମାର କଳାହାଣ୍ଡି ବୈଦ୍ୟ ସଂଘ ପକ୍ଷରୁ ନାନ୍ଦୋଲର ୧୪ତମ ଜିଲ୍ଲାସ୍ତରୀୟ ବୈଦ୍ୟ ସମ୍ମିଳନୀ ଜାରିଙ୍ଗ ଏସ୍.ଆଇ.ବି.ଏନ୍. ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ପ୍ରକୃତିବଳି ଯତିନ୍ଦ୍ର କରଙ୍କ ବାଡିରେ ହଜାର ହଜାର ବନୌଷଧି ବୃକ୍ଷର ପରିଦର୍ଶନ କରାଯାଇଥିବା ସହଯୋଗୀ ମାନଙ୍କୁ ମାଗଣାରେ ଆୟୁବୈଦିକ ସ୍ୱାସ୍ଥ ଶିବିର ମାଧ୍ୟମରେ ଚେରିମୂଳି ଓ ଆୟୁବୈଦିକ ଔଷଧ ବଣ୍ଟନ କରାଯାଇଥିଲା। ଜାରିଙ୍ଗ ନବମ ଏସ୍.ଆଇ.ବି.ଏନ୍. ସଭାଗୃହରେ ବୈଦ୍ୟ ସମ୍ମୀଳନୀ ଶ୍ରୀ କରଙ୍କର ସଭାପତିତ୍ୱରେ ସଭା ଅନୁଷ୍ଠିତ ହୋଇଥିବା ବେଳେ, ମୁଖ୍ୟ ଅତିଥି ରାଜ୍ୟସଭା ସାଂସଦ ସୁଜିତ କୁମାର ମୁଖ୍ୟ ବକ୍ତା ଡାଃ ସରୋଜ କୁମାର ମିଶ୍ର ଜିଲ୍ଲା ଆୟୁର୍ବେଦ ଚିକିତ୍ସା ଅଧିକାରୀ, ସମ୍ମାନନୀୟ ଅତିଥି ଅକ୍ଷୟ କୁମାର ନାୟକ କମାଣ୍ଡେଣ୍ଟନବମ ଏସ୍.ଆଇ.ବି.ଏନ୍. ଡଃ ଅଯୋଧ୍ୟା ନାଥ ବେହେରା, ଡଃ ଅମିତ କୁମାର ମୁଣ୍ଡ, ଶରତ ସୁନା ଆସିଷ୍ଟାଣ୍ଟ କମାନ୍ଡଣ୍ଟେ, ଦୁର୍ଯ୍ୟୋଧନ ବେହେରା ଆସିଷ୍ଟାଣ୍ଟ କମାନ୍ଡଣ୍ଟେ, ବରିଷ୍ଟ ବୈଦ୍ୟ ପବିତ୍ର ଶବର, ସମ୍ପାଦକ ପଦ୍ମଶ୍ରୀ ପଟ୍ଟାୟତ ସାହୁ, ଉପଦେଷ୍ଟା ଛବିଲାଲ ନିଆଲ ମଞ୍ଚାସିନ ରହିଥିଲେ । ବୈଦ ସଂଘ ପକ୍ଷରୁ ଦକ୍ଷ ବୈଦ୍ୟ ତଥା ପଦ୍ମଶ୍ରୀ ପଟ୍ଟାୟତ ସାହୁ, ବନୌଷଧିରେ ପକୃତିବନ୍ଧୁ ମମତା କର, ବୈଦ୍ୟ ରତ୍ନ ରୂପେ ବରୁଣ ଦୁର୍ଗା, ବୈଦ୍ୟ ବିଶାରଦ ରୂପେ ଧନଞ୍ଜୟ ସା, ବୈଦ୍ୟ ରୂପେ ଓମକାର ନନ୍ଦ ସାହୁ, ସୁଦର୍ଶନ ପାତ୍ର, ଇଂ କ୍ଷିରୋଦ ମୁଣ୍ଡକୁ ସମ୍ମାନିତ କରାଯାଇଥିଲା । କୋଷାଧ୍ୟକ୍ଷ ବୈଦ୍ୟ ଝସକେତନ ନାଏକ ଧନ୍ୟବାଦ ଦେଇଥିଲେ ।
Latest entries
ଜିଲ୍ଲା ଖବରApril 6, 2026ଓଡ଼ିଆ ପକ୍ଷ ପାଳନ ଅବସରରେ ଏୈତିହ ଗଣଦୌଡ
ଜିଲ୍ଲା ଖବରApril 6, 2026କଳାହାଣ୍ଡିର ଅଭିଳାଷ ଆଇଆଇଏମ୍ ଟପ୍ପର
ଜିଲ୍ଲା ଖବରApril 5, 2026ଓଡ଼ିଆ ନାମ ଫଳକ ଅଭିଯାନ ଓ ସଚେତନତା ପଦଯାତ୍ରା
ଜିଲ୍ଲା ଖବରApril 3, 2026କଳାହାଣ୍ଡି ଓକିଲ ସଙ୍ଘ ର ନବ ନିର୍ବାଚିତ କର୍ମକର୍ତା ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

