ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଭବାନୀପାଟଣା ସାର୍କିଟ ହାଉସ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ କଳାହାଣ୍ଡି ଜିଲ୍ଲା ସାଂସଦ ବସନ୍ତ ପଣ୍ଡା, ଜିଲ୍ଲା ସଭାପତି ଆର୍ତ୍ତତ୍ରାଣ ମହାପାତ୍ର,ପୂର୍ବତନ ମନ୍ତ୍ରୀ ହିମାଂଶୁ ଶେଖର ମେହେର,ରାଜ୍ୟ କାର୍ଯ୍ୟ କାରୀ ସଦସ୍ୟ ଭବେଦ୍ର ପଣ୍ଡା, ଜିଲ୍ଲା ସାଧାରଣ ସମ୍ପାଦକ ଜୟ ଶଙ୍କର ନାଏକ, ଉପସଭାପତି ପ୍ରଶାନ୍ତ ସାହୁ, ଏବଂ ଜିଲ୍ଲା ର କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ ।
କଳାହାଣ୍ଡି ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ଆଗାମୀ ନଭେମ୍ବର ୧୪ ତାରିଖରୁ ୧୮ ତାରିଖ ପର୍ଯ୍ୟନ୍ତ କଳାହାଣ୍ଡି ଜିଲ୍ଲାର ସମସ୍ତ ବ୍ଲକ କାର୍ଯ୍ୟାଳୟ ଘେରାଉ କାର୍ଯ୍ୟକ୍ରମ କରିବା ପାଇଁ ଯୋଜନା ପ୍ରସ୍ତୁତ କରିବା କୁନେଇ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା।ବିଜୁ ଜନତା ଦଳ ୨୩ବର୍ଷ ର ଶାସନରେ ଓଡ଼ିଶାରେ ବର୍ଷକୁ ୧ ଲକ୍ଷ କୋଟି ଟଙ୍କାର ଦୁର୍ନୀତି ହେଉଛି।ଗ୍ରାମ ସଭା ହେଉନାହିଁ ଓ ପଞ୍ଚାୟତ ରେ ସରପଞ୍ଚ, ସମିତି ସଭ୍ୟ ମାନଙ୍କର କ୍ଷମତାକୁ ମଧ୍ୟ ହଡପ କରିନିଆ ଯାଇଛି, ପଞ୍ଚାୟତ ରୁ ସଚିବାଳୟ ପର୍ଯ୍ୟନ୍ତ ସବୁଠି ଦୁର୍ନୀତି ଓ ପିସି କାରବାର ଚାଲିଛି ,ଆମ ଓଡ଼ିଶା ନବୀନ ଓଡିଶା ରେ ହେଉଥିବା ସମସ୍ତ କାମରେ ୫୦%ପିସି କାରବାର ଭଳି ଅନେକ ଦୁର୍ନୀତି ଭ୍ରଷ୍ଟାଚାର ,ମହିଳା ବିରୋଧୀ ହିଂସା ଏବଂ ଅଗଣତାନ୍ତ୍ରିକ ଓ ଅଣ ରାଜନୈତିକ କରୁଥିବାରୁ ତାବିରୁଦ୍ଧରେ ନଭେମ୍ବର ୧୪ରୁ୧୮ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ବ୍ଲକ କାର୍ଯ୍ୟଳୟ ଘେରିବ ବୋଳି ଭାରତୀୟ ଜନତା ପାର୍ଟି ଆଜି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

