ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ଓଡିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ସଭାପତି ଶରତ କୁମାର ନାୟକ ଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଅମଲା ଭବନ ଠାରେ ବାର୍ଷିକୀ ମହୋତ୍ସବ ତଥା ଜିଲ୍ଲା ସ୍ତରୀୟ ଅବସରପ୍ରାପ୍ତ କର୍ମଚାରୀ ସମାବେଶ ଅନୁଷ୍ଠିତ ହୋଇଥିଲା।
ଏହି କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ଜିଲ୍ଲାପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ ଏବଂ ବରିଷ୍ଠ ଶିକ୍ଷାବିତି କାଳୀ ପ୍ରସାଦ ପଟ୍ଟନାୟକ ଙ୍କ ଦ୍ୱାରା ସାମ୍ବାଦିକ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ କଳାହାଣ୍ଡି ଜିଲ୍ଲାର ଦାଦନ ସମସ୍ୟା, ଚାଷୀ ଓ ଚାଷର ସମସ୍ୟା ଆରମ୍ଭ କରି ଶିକ୍ଷା, ସ୍ୱାସ୍ଥ୍ୟ, ଇନ୍ଦ୍ରାବତୀ ବୁଡି ଅଞ୍ଚଳ ସମସ୍ୟା, ଜିଲ୍ଲାର ଆଦିବାସୀ ପାରିପାର୍ଶ୍ଵକ ସ୍ଥିତି ଓ ତଥ୍ୟମୂଳକ ଅନୁସଂଧାନ ମୂଳକ ଲେଖା ପାଇଁ ଓଡିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ତରଫରୁ ସମ୍ମାନୀତ କରାଯାଇଥିଲା ।
ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମୂଖ୍ୟ ବକ୍ତା ଓଡିଶା ରାଜ୍ୟ ଅବସରପ୍ରାପ୍ତ ମହାସଂଘ ର ସାଧାରଣ ସମ୍ପାଦକ ଗୋକୁଳାନନ୍ଦ ବେହେରା, ସମ୍ମାନୀତ ଅତିଥି ଓଡିଶା ରାଜ୍ୟ ଅବସରପ୍ରାପ୍ତ ମହାସଂଘ ର କାର୍ଯ୍ୟକାରୀ ଅଧ୍ୟକ୍ଷ ନିର୍ମଳ ଚନ୍ଦ୍ର ଦାସ ,ବିଶିଷ୍ଟ ଶିକ୍ଷାବିତୀ କାଳିପ୍ରସାଦ ପଟ୍ଟନାୟକ ,ମଧୁସୂଦନ ମହାପାତ୍ର ,ସୁରଜିତ ସିଂହ ,ଅବସରପ୍ରାପ୍ତ ପୋଲିସ ଅଧିକାରୀ ଦୁର୍ଗା ଶଙ୍କର ମିଶ୍ର , ବିଶିଷ୍ଟ କର୍ମଚାରୀ ନେତା ରୂପକେଶ୍ବରି ଦଳେଇ ଯୋଗଦେଇଥିଲେ। ସଂଘ ର ସାଧାରଣ ସଂପାଦକ ପ୍ରଫୁଲ ଚନ୍ଦ୍ର ପଟ୍ଟନାୟକ ବାର୍ଷିକ ବିବରଣୀ ପାଠକରିଥିବାବେଳେ।ସମ୍ପାଦକ ରାଜେନ୍ଦ୍ର କୁମାର ସାହୁ ଏବଂ ଅର୍ଥ ସମ୍ପାଦକ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

