ନ୍ୟୁଜଗ୍ୟାଲେରି, କଳାହାଣ୍ଡି: ଲାଞ୍ଜିଗଡ ବ୍ଲକ ପଞ୍ଚାୟତ ସମିତି ସମ୍ମିଳନୀ ଗୃହରେ କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀଙ୍କ ଅଧକ୍ଷତାରେ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଜନ ଶୁଣାଣି ଶିବିରରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଆନନ୍ଦ ପ୍ରସାଦ ଗୁରୁ, ବ୍ଲକ ଅଧ୍ୟକ୍ଷା କମଳା ପାତ୍ର,ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାୟକ, ବି ଡି ଓ ଜିତେନ୍ଦ୍ର ମିଶ୍ର, ତହସିଲଦାର ମୁନିନ୍ଦ୍ର ହାନଙ୍ଗା ଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ରହିଥିଲେ।ମୋଟ ୭୮ ଜଣ ଆବେଦନକାରୀ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ।
ସେଥିମଧ୍ୟରୁ ୫୨ଟି ବ୍ୟକ୍ତିଗତ ସମସ୍ୟା ଅଭିଯୋଗ ଓ ୨୬ଟି ଗ୍ରାମ୍ୟ ତଥା ସାମୁହିକ ସମସ୍ୟା ସମ୍ମିଳିତ ଥିଲା। ୧୩ଟି ଅଭିଯୋଗର ସମାଧାନ ତତକ୍ଷଣାତ୍ କରାଯାଇଥିଲା। ମୂଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଲାଞ୍ଜିଗଡ ବ୍ଲକର ଛତ୍ରପୁର ପଞ୍ଚାୟତ ନଙ୍ଗଲବେଡ଼ା ଗ୍ରାମର କାଜଲ ପାତ୍ରଙ୍କୁ ୧୦,୦୦୦ ଟଙ୍କା ର ଆର୍ଥିକ ସହାୟତା ମଞ୍ଜୁର କରଯାଇଥିଲା।
Latest entries
ଜିଲ୍ଲା ଖବରJuly 21, 2026ସୋନମ ୱାଞ୍ଚୁଙ୍କ ସମର୍ଥନରେ ‘ଦ ୟୁଥ ଅଫ କଳାହାଣ୍ଡି’ ପକ୍ଷରୁ ୧୨ ଘଣ୍ଟିଆ ଉପବାସ ସତ୍ୟାଗ୍ରହ
ଜିଲ୍ଲା ଖବରJuly 14, 2026ସାତ ଦିନ ମଧ୍ୟରେ ସମସ୍ତ ବକେୟା ଅଭିଯୋଗର ନିଷ୍ପତ୍ତି କରିବାକୁ ଜିଲ୍ଲାପାଳ ଙ୍କ କଡ଼ା ନିର୍ଦ୍ଦେଶ
ଜିଲ୍ଲା ଖବରJuly 4, 2026ଜୁଆ ଖେଳୁଥିବା ବେଳେ ବାଲାଜୀ ରାଇସ ମିଲରେ ପୋଲିସର ଚଢ଼ାଉ
ଜିଲ୍ଲା ଖବରJune 27, 2026ଅନ୍ତର୍ଜାତୀୟ ନିଶା ନିବାରଣ ଏବଂ ଅବୋଧ ଚାଲାଣ ନିଷିଦ୍ଧ ଦିବସ ପାଳିତ

