ନ୍ୟୁଜଗ୍ୟାଲେରି,କଳାହାଣ୍ଡି: ଭବାନୀପାଟଣା ଠାରେ କିଟ ଓ କିସ ପରିବାର ଓ ଏହାର ପ୍ରତିଷ୍ଠାତା ଡ଼ଃ ଅଚୁତ ସାମନ୍ତ ଙ୍କ ତରଫରୁ ସମସ୍ତ ଙ୍କ ପାଇଁ ଶିକ୍ଷା ଷଷ୍ଠ ମିନିମାରାଥନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭବାନୀପାଟଣା ସ୍ଥିତ ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ଠାରୁ ବିଭିନ୍ନ ସ୍କୁଲ , କଲେଜ ର ଛାତ୍ର ଛାତ୍ରୀ ଙ୍କ ସମେତ ସହର ର ବହୁ ବୁଦ୍ଧିଜୀବି , ସମାଜସେବୀ , ଶିକ୍ଷାବିତ , ମିନି ମାରାଥନ ରେ ସାମିଲ ହୋଇଥିଲେ ।
ମା ମାଣିକେଶ୍ୱରୀ ବିଶ୍ୱ ବିଦ୍ୟାଳୟ ର ରେଜିଷ୍ଟ୍ରର ପିତାମ୍ବର ଭୋଇ, ଭାବନିପାଟଣା ମୁନିସୀ ପାଲଟି ଅଧ୍ୟକ୍ଷା ସଂଯୁକ୍ତା ବେହେରା ସବୁଜ ପତାକା ଦେଖାଇ ମିନି ମାରାଥନ ର ଶୁଭାରମ୍ଭ କରିଥିଲେ । ମିନିମାରାଥନ ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ଠାରୁ ଆରମ୍ଭ ହୋଇ ଆମଲା ଭବନ ପାଖ କୁ ପହଁଚି ସମସ୍ତ ଙ୍କ ପାଇଁ ଶିକ୍ଷ। ଓ ଏହି ମିନିମାରାଥନ ର ଉଦେଶ୍ୟ ର ବାର୍ତା ପାଇଁ ଏକ ସଭା ର ଆୟୋଜନ ହେଇଥିଲା ।
ପ୍ରଗତି କଲେଜ ଅଧ୍ୟକ୍ଷ ଇ ଅଜୟ କୁମାର ପଣ୍ଡା , ପଶ୍ଚିମ ଓଡିଶା ବିକାଶ ପରିଷଦ ସଦସ୍ୟ , ଆବିନାଶ ଠାକୁର , ବିକାଶ କଲେଜ ର ଡ଼ାଇରେକ୍ଟର , ଡି ଶ୍ୟାମ , ସମାଜ ସେବୀ ମହମଦ କାଦିର , ବାଲ ଗୋପାଳ ସେବା ନିକେତନ ପ୍ରତିଷ୍ଠାତା ହେମନ୍ତ ମୁଣ୍ଡ ,ଏବଂ କିସ କଳାହାଣ୍ଡି ଆସିସଷ୍ଟାଣ୍ଡ ସି ଇ ଓ ଦୁଷ୍ମନ୍ତ ପଧାନ ଯୋଗ ଦେଇ ଥିଲେ । କିଟ କିସ ପ୍ରତିଷ୍ଠାତା ଡ଼ଃ ଅଚ୍ୟୁତ ସାମନ୍ତ କିସ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରି ଗରିବ ଆଦିବାସୀ ଛାତ୍ର ଛାତ୍ରୀ ଙ୍କୁ ମାଗଣା ରେ ରହିବା , ଖାଇବା ଇ ଉର୍ଣ୍ଣତ ମାନ ର ଶିକ୍ଷା କେଜି ରୁ ପିଜି ପର୍ଯ୍ୟନ୍ତ ଶିକ୍ଷା ଦାନ କରିଆସୁଛନ୍ତି ।
କଳାହାଣ୍ଡି ଭାବନୀପାଟଣା ନିକଟ ବାଦଲି ଠାରେ ମଧ୍ୟ୍ୟ ଏକ ଶିକ୍ଷା ନୁଷ୍ଠାନ ପ୍ରତିଷ୍ଠା କରି ଆଦିବାସୀ ଛାତ୍ରୀ ଙ୍କୁ ମାଗଣା ରହିବା ଖାଇବା ଓ ଉର୍ଣ୍ଣାତ ମାନ ର ଶିକ୍ଷା ବ୍ୟବସ୍ଥା କରିଛନ୍ତି ଶିକ୍ଷା ହିଁ ପ୍ରଗତି ର ଏକ ମାତ୍ର ଚାବିକାଠି , ତେଣୁ ଏଭଳି ପ୍ରୟାସ , ସମସ୍ତଙ୍କ ପାଇଁ ଶିକ୍ଷା ର ବାର୍ତା , ଯୋଗାଇଛନ୍ତି । ସମସ୍ତ ଙ୍କ ପାଇଁ ଶିକ୍ଷା ଉଦେଶ୍ୟ ରେ ଷଷ୍ଠ ମିନି ମାରାଥନ ମାନ୍ୟବର କନ୍ଧମାଳ ସଂସଦ ତଥା କିଟ କିସ ପ୍ରତିଷ୍ଠାତା ଡ଼ଃ ଅଚୁତ ସାମନ୍ତ ଙ୍କ ଏଭଳି ନିଆରା ପ୍ରୟାସ କୁ ଆତିଥୀ ଭୁୟଶୂ ପ୍ରଶଂସା କରି ଥିଲେ ।
Latest entries
ଜିଲ୍ଲା ଖବରJanuary 16, 2026ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଯୁବ-ଛାତ୍ର ବିଜେଡିର ସାମ୍ବାଦିକ ସମ୍ମିଳନୀ
ଜିଲ୍ଲା ଖବରJanuary 15, 2026ମା ମାଣିକେଶ୍ୱରୀ ମନ୍ଦିର ରୁ ବାହାରିଲା ମଶାଲ ଯାତ୍ରା
ଜିଲ୍ଲା ଖବରJanuary 13, 2026୨୮ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ ଉପଲକ୍ଷେ ଜିଲ୍ଲା ସ୍ତରୀୟ ବ୍ୟାଡ଼ମିଣ୍ଟନ ଖେଳ ପ୍ରତିଯୋଗିତା
ଜିଲ୍ଲା ଖବରJanuary 12, 2026କବି ବିରଞ୍ଚି ନାରାୟଣ ଦରୱାନଙ୍କ କବିତା ବହି “ସାରା ଆକାଶ ତମର” ଲୋକାର୍ପିତ

