ନ୍ୟୁଜ ଗ୍ୟାଲେରି,ଜୁନାଗଡ଼: କଳାହାଣ୍ଡି ଜୁନାଗଡ଼ ମହୋତ୍ସବ ମହାସମାରୋହରେ ଉଦ୍ଧଘାଟିତ ହୋଇଛି।କଳାହାଣ୍ଡି ମହାରାଜ ଅନନ୍ତ ପ୍ରତାପ ଦେଓ ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦ୍ଧଘାଟନ କରିଛନ୍ତି। ଏକ ବିଶାଳ ମଶାଲ ରାଲି ମା ଲଙ୍କେଶ୍ୱରୀ ମନ୍ଦିର ଠାରୁ ଆରମ୍ଭ ହୋଇଥିଲା।
ପ୍ରଥମେ ମା ଲଙ୍କେଶ୍ୱରୀ ଙ୍କ ଠାରେ ପୂଜା ଅର୍ଚ୍ଚନା କରି ମଶାଲ ବାହାର କରି ଶହ ଶହ ଜନସାଧାରଣଙ୍କ ସମେତ ଘୁମୁରା, ସଂକୀର୍ତ୍ତନ, ଢାପ ନାଚ,ଓ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଶହ ମଶାଲ ରାଲି ଉତ୍ସବ ପାଳନ ପଡିଆକୁ ନିଆ ଯାଇଥିଲା। କଳାହାଣ୍ଡି ମହାରାଜ ଅନନ୍ତ ପ୍ରତାପ ଦେଓ ଙ୍କୁ ଉତ୍ସବ ମଞ୍ଚରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ସହ,ତାଙ୍କ ପିତା ସ୍ୱର୍ଗତ ମହାରାଜା ଉଦିତ ପ୍ରତାପକୁ ଦେଓଙ୍କ ମରଣୋତ୍ତର ସମ୍ମାନ ପ୍ରଦାନ କରାଯାଇଥିଲା।
ରାଲି ସମୟରେ ବିଭିନ୍ନ ପ୍ରକାର ଲୋକନୃତ୍ୟ ହଜାର ହଜାର ଲୋକଙ୍କ ମନ ମୋହିଥିଲା ଏବଂ ସନ୍ଧ୍ୟା ରେ ସାଂସ୍କୃତିକ କାର୍ଯ୍ୟକ୍ରମ ର ପ୍ରଥମ ଦିବସରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚାରଣ ଦାସ ଉପସ୍ଥିତ ରହିଥିଲେ। ଜୁନାଗଡ଼ ମହୋତ୍ସବକୁ ନେଇ ସହର ସମେତ ଅଞ୍ଚଳରେ ହର୍ଷ ଉଲ୍ଲାସ ସୃଷ୍ଟି ହୋଇଛି।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

