ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ଜାତିର ପିତା ମହାତ୍ମା ଗାନ୍ଧୀ ଓ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀ ଙ୍କ ଜିଲ୍ଲା ସ୍ତରୀୟ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଓ ପୌରପାଳିକା ଭବାନୀପାଟଣା ମିଳିତ ଆନୁକୁଲ୍ୟରେ ସ୍ଥାନୀୟ ଟାଉନ ହଲ ଠାରେ ସର୍ବଧର୍ମ ପ୍ରାର୍ଥନା ସଭା, ଆଲୋଚନା ଚକ୍ର,ସ୍ଵଚ୍ଛତା ହିଁ ସେବା ଉଦଯାପନୀ କାର୍ଯ୍ୟକ୍ରମ ଓ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା।
ଅତିରିକ୍ତ ଜିଲାପାଳ ତନ୍ମୟ କୁମାର ଦର ୱାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି କଳାହାଣ୍ଡି ଲୋକସଭା ସାଂସଦ ମାଳବିକା ଦେବୀ, ସମ୍ମାନିତ ଅତିଥି ଭାବେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଦୟାମୟ ପାଢି,ପ୍ରକଳ୍ପ ନିର୍ଦେଶକ ସହରାଞ୍ଚଳ ଉନ୍ନୟନ ସଂସ୍ଥା ମୁନୀନ୍ଦ୍ର ହୋ ନନାଗା,ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ,ନିର୍ବାହୀ ଅଧିକାରୀ ପୌରପାଳିକା ଭବାନୀ ପାଟଣା,ସତ୍ୟ ସମ୍ପର୍ଣ୍ଣl ରାଉତ,ବକ୍ତା ଭାବେ ଡକ୍ଟର ଉମେଶ ଶତପଥି, ପ୍ରାଧ୍ୟାପକ ଡକ୍ଟର କୈଳାସ ଚନ୍ଦ୍ର ଦାସ,ଉପାଦକ୍ଷ ପୌରପାଳିକା ବିଷ୍ଣୁ ପ୍ରଧାନ, ଯୋଗଦେଇ ଗାନ୍ଧୀଜୀ ଓ ଶାସ୍ତ୍ରୀ ଙ୍କ ଆଦର୍ଶ ଜୀବନୀ ଉପରେ ଉଲ୍ଲେଖ କରିବା ସହିତ ଆଜିର ଯୁବଗୋଷ୍ଠୀ ମହାପୁରୁଷଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ନିଜର ଉଜ୍ଜ୍ଵଳ ଭବିଷ୍ୟତ ଦେଶ ତଥା ସାମାଜ ହିତ ପାଇଁ କାର୍ଯ୍ୟ କରିବା ନିମନ୍ତେ ଆହ୍ଵାନ ଦେଇଥିଲେ। ଏହି ଅବସରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତା ର ସଫଳ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ପୌରପାଳିକା ଭବାନୀପାଟଣା ତରଫରୁ ସ୍ଵଚ୍ଛତା ହିଁ ସେବା
କାର୍ଯ୍ୟକ୍ରମ ରେ ସଫଳ ହୋଇଥିବା ବିଭିନ୍ନ ବ୍ଲକ, ସହଯୋଗୀ ଶିକ୍ଷା ଅନୁଷ୍ଠାନ, ବୃକ୍ଷ ରୋପଣ, ଯୋଗ।,ସ୍ଵଚ୍ଛ ସାଥୀ ସୁପରଭାଇଜରଙ୍କୁ ପୁରସ୍କୃତ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଲ ପ୍ରାରମ୍ଭିକ ସୂଚନା ଦେଇଥିଲା ବେଳେ କାର୍ଯ୍ୟକ୍ରମ କୁ ସଂଜୀବ କୁମାର ସିଂ ପରିଚାଳନା କରିଥିଲେ। ଜନସାଧାରଣଙ୍କ ମନୋରଞ୍ଜନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।ଏହି ଅବସରେ ସମସ୍ତେ ସ୍ଵଚ୍ଛତା ର ସପଥ ପାଠ କରିଥିଲେ ଶେଷରେ ନିର୍ବାହୀ ଅଧିକାରୀ ପୌରପାଳିକା ସତ୍ୟ ସମ୍ପର୍ଣ୍ଣl ରାଉତ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

