ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା:(ସତ୍ୟନାରାୟଣ ମହାପାତ୍ର)ପବିତ୍ର ମହାଳୟା ଉପଲକ୍ଷେ ବ୍ରାହ୍ମଣ ସମାଜ କଳାହାଣ୍ଡି ପକ୍ଷରୁ ଭବାନୀପାଟଣା ଜଳେଶ୍ଵର ମନ୍ଦିର ନିକଟସ୍ଥ ପିପଳ ନାଳ ଠାରେ “ସାମୁହିକ ତିଳ ତର୍ପଣ” କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବ୍ରାହ୍ମଣ ସମାଜର ଜିଲ୍ଲା ସଭାପତି ଜଗନ୍ନାଥ ମୁଣ୍ଡ, ସାଧାରଣ ସମ୍ପାଦକ ସତ୍ୟ ନାରାୟଣ ମହାପାତ୍ର ଓ ସଂଗଠନ ସମ୍ପାଦକ ଭବେନ୍ଦ୍ର ପଣ୍ଡାଙ୍କ ନେତୃତ୍ବରେ ଆୟୋଜିତ ଏହି ସାମୁହିକ ତିଳ ତର୍ପଣ କାର୍ଯ୍ୟକ୍ରମରେ ସହରର ବହୁ ବ୍ରାହ୍ମଣ ସଦସ୍ୟ ଅଂଶ ଗ୍ରହଣ କରିଥିଲେ। ପଣ୍ଡିତ ମଙ୍ଗଳୁ ମିଶ୍ରଙ୍କ ତତ୍ତ୍ୱାବଧାନରେ ତର୍ପଣ କାର୍ଯ୍ୟ ସମ୍ପାଦିତ ହୋଇଥିଲା।
ନିଜ ନିଜର ପିତୃ ପୁରୁଷ ସମେତ ଜଗତର ସମସ୍ତ ପିତୃପୁରୁଷ, ଅପୁତ୍ରିକ ପିତୃ ପୁରୁଷ ଓ ଦେଶ ପାଇଁ ଶହୀଦ ହୋଇଥିବା ସୈନିକ ମାନଙ୍କ ଉଦ୍ଦେଶ୍ୟରେ ବ୍ରାହ୍ମଣ ସଦସ୍ୟ ମାନେ ସାମୁହିକ ତିଳ ତର୍ପଣ ଅର୍ପଣ କରି ଜଗତ କଲ୍ୟାଣ କାମନା କରିଥିଲେ। ସୂଚନା ଯୋଗ୍ୟ ଯେ ବିଗତ ଚାରି ବର୍ଷ ହେଲା ବ୍ରାହ୍ମଣ ସମାଜ କଳାହାଣ୍ଡି ପକ୍ଷରୁ ମହାଳୟାରେ ସାମୁହିକ ତିଳ ତର୍ପଣ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଆଜିର କାର୍ଯ୍ୟକ୍ରମ ଆୟୋଜନରେ ବ୍ରାହ୍ମଣ ସମାଜ ଜିଲ୍ଲା ଉପ ସଭାପତି ଗଜେନ୍ଦ୍ର ପ୍ରସାଦ ପାଢୀ, ଭବାନୀପାଟଣା ନଗର ସମ୍ପାଦକ ଶେଷଦେବ ମିଶ୍ର, ସଭ୍ୟ ଜନ୍ମେଜୟ ମହାପାତ୍ର, ଶଶାଙ୍କ ଦାଶ ଓ ସନ୍ତୋଷ ଦାଶ ପ୍ରମୁଖ ସହଯୋଗ କରିଥିଲେ।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

