କଳାହାଣ୍ଡି ବିଜେଡିର ଜନସମ୍ପର୍କ ପଦଯାତ୍ରା

0 minutes, 0 seconds Read

ନ୍ୟୁଜ ଗ୍ୟାଲେରି,ଭବାନୀପାଟଣା: ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଠାରୁ କଳାହାଣ୍ଡି ବିଜେଡି ତାର ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଯାଇଛି।କଳାହାଣ୍ଡି ଜିଲ୍ଲା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂହଦେଓଙ୍କ ନେତୃତ୍ୱରେ ଭବାନୀପାଟଣା ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ ଠାରୁ ଶାସ୍ତ୍ରୀ ଜୀ ଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଏକ ବିରାଟ ଶୋଭାଯାତ୍ରାରେ ବାହାରି ଗାନ୍ଧୀ ଛକ ପର୍ଯ୍ୟନ୍ତ ପହଞ୍ଚିଥିଲେ।ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ଗାନ୍ଧି ଛକ ଠାରେ ଏକ ଜିଲ୍ଲା ସ୍ତରୀୟ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ରାଜ୍ୟ ସରକାରଙ୍କ ବିଫଳତା ଓ ବିଜେପିର ମିଥ୍ୟା ପ୍ରତିଶ୍ରୁତିକୁ ନେଇ ସମସ୍ତ ନେତା ବିଜେପି ଉପରେ ବର୍ଷିଛନ୍ତି। ସୁଭଦ୍ରା ଯୋଜନା ନାମରେ ମହିଳା ମାନଙ୍କୁ ୫୦ହଜାର ଟଙ୍କାର ଭାଉଚର ଦେବୁ ବୋଲି କହି ମାତ୍ର ୫ ହଜାର ଟଙ୍କା ପ୍ରଦାନ କରିବା ନିଶ୍ଚିତ ଭାବରେ ମହିଳାଙ୍କୁ ପ୍ରତାରିତ କରିଛି । ଏପରିକି ବାର୍ଦ୍ଧକ୍ୟ ଭତ୍ତା ୩ ହଜାର ଟଙ୍କା ଦେବୁ ବୋଲି ସରକାରକୁ ଆସିଥିବା ମୋହନ ସରକାର ଆଜି ୮୦ ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ଙ୍କୁ ଭତ୍ତା ଦେବା ନିଷ୍ପତ୍ତି ନେବା ଅନ୍ୟ ହିତାଧିକାରୀଙ୍କ ପ୍ରତି ବିଶ୍ବାସ ଘାତକତା କରିଛନ୍ତି ବୋଲି ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ତାଙ୍କ ବକ୍ତବ୍ୟରେ କହିଥିଲେ। ରାଜ୍ୟପାଳଙ୍କ ପୁଅ ଜଣେ ସରକାରୀ କର୍ମଚାରୀଙ୍କୁ ମାଡ ମାରିବା ଘଟଣାରେ କୋୖଣସି ପଦକ୍ଷେପ ନ ନେବା ଏବଂ ଭରତପୁର ଥାନାରେ ଜଣେ ମହିଳା ପ୍ରତି ଅସଦାଚରଣ କରିବା ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତକୁ ଦର୍ଶାଉଛି ବୋଲି ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ କହିଥିଲେ। ଏହି ବୈଠକରେ କଳାହାଣ୍ଡି ବିଜେଡି ଜିଲ୍ଲା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ, ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ, ନର୍ଲା ବିଧାୟକା ମନୋରମା ମହାନ୍ତି, ମହାସଚିବ ଭବାନୀ ଶଙ୍କର ମିଶ୍ର, ପୂର୍ବତନ ବିଧାୟକ ଗୋବର୍ଦ୍ଧନ ଦାସ,ପୂରାତନ ବିଧାୟକ ଦୁଷ୍ମନ୍ତ ନାଏକ, ମହୋଦଧି ବାଗ, ବରିଷ୍ଠ ବିଜେଡ଼ି ନେତା ଜିତେନ୍ଦ୍ର ମହାନ୍ତି, ପ୍ରଦୀପ ମୁଣ୍ଡ, ଜାକିର ହୁସେନ, ଧବଳେଶ୍ଵର ମହାପାତ୍ର, ଟିକେଲାଲ ସାହୁ, ଯୁବ ବିଜେଡି ସଭାପତି ଆଦିତ୍ୟ ନନ୍ଦ, ରାଜ୍ୟ ଛାତ୍ର ବିଜେଡି କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁର, ସମବାୟ ବ୍ୟାଙ୍କ ସଭାପତି ଗିରିଶ ଚନ୍ଦ୍ର ବେହେରା, ମହିଳା ସଭାନେତ୍ରୀ ଲଳିତା ନାଏକ, ସଂଯୁକ୍ତା ବେହେରା, ରାଜ୍ୟ ଯୁବ ବରିଷ୍ଠ ଉପ ସଭାପତି ମଣ୍ଟୁ ନାଏକ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସୁଧିରାମେହେର,ବରିଷ୍ଠ ବିଜେଡ଼ି ନେତା ଧର୍ମେନ୍ଦ୍ର ନାଏକ, ଦୁର୍ଗା ପ୍ରସାଦ ମହାନ୍ତି, ଏନଏସି କେସିଙ୍ଗା ଅଧ୍ୟକ୍ଷ ନୃପରାଜ ଯାଦବ, ଏସସି ସେଲ ସଭାପତି ପ୍ରଶାନ୍ତ ନାଏକ, ପୋୖରପାଳିକା ଉପାଧ୍ୟକ୍ଷ ବିଷ୍ଣୁ ପ୍ରଧାନ, ସାମନ୍ତ ଖମାରୀ, ଯୁବନେତା ମନିନ୍ଦ୍ର ମହାନ୍ତି, ରବି ପଟ୍ଟନାୟକ, ମହିଳା ନେତ୍ରୀ କଲ୍ୟାଣୀ ନାଏକ, ସବିତା ମେହେର, ମନିଷା ସାହୁ, ପ୍ରଶାନ୍ତ ଠାକୁର, ଥବିର ସାହୁ, ବଦ୍ରିନାରାୟଣ ପଟ୍ଟନାୟକ, ନିହାର ମିଶ୍ର, ପରମାନନ୍ଦ ମାଝୀ, ତ୍ରିଲୋଚନ ପାଣିଗ୍ରାହୀ, କ୍ଷୀରସିନ୍ଧୁ ନାଏକ, ଶିବା ସାହୁ , ମହେଶ ସାହୁ, ଚକ୍ରଧର ସେଠି ପ୍ରମୁଖ ଉପସ୍ଥିତ ରହିଥିଲେ।

Hemant Kumar Ray
Editor, News Gallery
Mob: 9439506580
Email: newsgallery.in@gmail.com
author

Hemant Kumar Ray

Editor, News Gallery Mob: 9439506580 Email: newsgallery.in@gmail.com

Similar Posts