ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି କରଣ ସମାଜ ତରଫରୁ ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ମହାପ୍ରଭୁଙ୍କ ପୂଜା ଉପଲକ୍ଷେ ଗତ ୨ତାରିଖ ଶନିବାର ସନ୍ଧ୍ୟା ୬ ଘଣ୍ଟା ସମୟରେ କଳସ ଯାତ୍ରା ଅନୁଷ୍ଠିତ ହେଥିଲା ।ସମାଜର ଶତାଧିକ ସଭ୍ୟ ସଭ୍ୟାଙ୍କୁ ନେଇ ଏକ ଭବ୍ୟ ଶୋଭାଯାତ୍ରା ସମାଜର ସଭାପତି ରାମ ଶଙ୍କର ଦାସ ଏବଂ ମୁଖ୍ୟ ଉପଦେଷ୍ଟା କାଳି ପ୍ରସାଦ ପଟ୍ଟନାୟକ ଙ୍କ ନେତୃତ୍ୱ ରେ ଭବାନୀପାଟଣା ସ୍ଥିତ ସମାଜ କାର୍ଯ୍ୟାଳୟରୁ ବାହାରି ଗାନ୍ଧିଛକ ଏବଂ ମା ମାଣିକେଶ୍ବରୀ ଙ୍କ ମନ୍ଦିର ହୋଇ ସହର ପରିକ୍ରମା କରି
ଭବାନୀଶଙ୍କର ମନ୍ଦିର ସଂମୁଖ ପୁରୁଷୋତ୍ତମ ସାଗର ଠାରୁ ପବିତ୍ର ଜଳ ନେଇ ପ୍ରତ୍ୟାବର୍ତନ କରିଥିଲା। ସନ୍ଧ୍ୟା ୮ଘଣ୍ଟା ସମୟରେ ବାର୍ଷିକ ଉତ୍ସବ ଉପଲକ୍ଷେ ରଙ୍ଗରଙ୍ଗ କାର୍ଯ୍ୟକ୍ରମ,ଶିଶୁ ମାନଙ୍କ ନୃତ୍ୟ ପ୍ରତିଯୋଗିତା ସହ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କାର୍ଯ୍ୟକ୍ରମ କରାଯାଇଥିଲା।
Latest entries
ଜିଲ୍ଲା ଖବରOctober 22, 2026ପ୍ରେମୀ ଯୁଗଳ ମୃତ ଶବ ଉଦ୍ଧାର ,ହତ୍ୟା ସନ୍ଦେହ
ଜିଲ୍ଲା ଖବରOctober 22, 2026ଜିଲ୍ଲା ସ୍ତରୀୟ କଳାକାର ଚୟନ ପ୍ରକ୍ରିୟା ଆରମ୍ଭ
ଜିଲ୍ଲା ଖବରOctober 21, 2026ଦୁଆରସୁନି ଦୁର୍ଗାପୂଜା କମିଟି ପକ୍ଷରୁ ନୃତ୍ୟ ପ୍ରତିଯୋଗିତା ଓ ପ୍ରତିଭାବାନ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧନା
ଜିଲ୍ଲା ଖବରOctober 20, 2026ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମରେ ମହାସମାରୋହରେ ସମ୍ପନ୍ନ ହେଲା ପ୍ରସିଦ୍ଧ ଛତର ଯାତ୍ରା

