ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି କରଣ ସମାଜ ତରଫରୁ ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ମହାପ୍ରଭୁଙ୍କ ପୂଜା ଉପଲକ୍ଷେ ଗତ ୨ତାରିଖ ଶନିବାର ସନ୍ଧ୍ୟା ୬ ଘଣ୍ଟା ସମୟରେ କଳସ ଯାତ୍ରା ଅନୁଷ୍ଠିତ ହେଥିଲା ।ସମାଜର ଶତାଧିକ ସଭ୍ୟ ସଭ୍ୟାଙ୍କୁ ନେଇ ଏକ ଭବ୍ୟ ଶୋଭାଯାତ୍ରା ସମାଜର ସଭାପତି ରାମ ଶଙ୍କର ଦାସ ଏବଂ ମୁଖ୍ୟ ଉପଦେଷ୍ଟା କାଳି ପ୍ରସାଦ ପଟ୍ଟନାୟକ ଙ୍କ ନେତୃତ୍ୱ ରେ ଭବାନୀପାଟଣା ସ୍ଥିତ ସମାଜ କାର୍ଯ୍ୟାଳୟରୁ ବାହାରି ଗାନ୍ଧିଛକ ଏବଂ ମା ମାଣିକେଶ୍ବରୀ ଙ୍କ ମନ୍ଦିର ହୋଇ ସହର ପରିକ୍ରମା କରି
ଭବାନୀଶଙ୍କର ମନ୍ଦିର ସଂମୁଖ ପୁରୁଷୋତ୍ତମ ସାଗର ଠାରୁ ପବିତ୍ର ଜଳ ନେଇ ପ୍ରତ୍ୟାବର୍ତନ କରିଥିଲା। ସନ୍ଧ୍ୟା ୮ଘଣ୍ଟା ସମୟରେ ବାର୍ଷିକ ଉତ୍ସବ ଉପଲକ୍ଷେ ରଙ୍ଗରଙ୍ଗ କାର୍ଯ୍ୟକ୍ରମ,ଶିଶୁ ମାନଙ୍କ ନୃତ୍ୟ ପ୍ରତିଯୋଗିତା ସହ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କାର୍ଯ୍ୟକ୍ରମ କରାଯାଇଥିଲା।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

