Hemant Kumar Ray
Editor, News Gallery Mob: 9439506580 Email: newsgallery.in@gmail.com
ନଭେମ୍ବର ୧ରେ କଳାହାଣ୍ଡି ଜିଲ୍ଲାରେ ଗ୍ରାମାଞ୍ଚଳ ପରିବହନ ସେବା ଯୋଜନାର ଶୁଭାରମ୍ଭ ହେବାର ଏକ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରାଯାଇଛି। ଏହି ଅବସରରେ ଜିପିଏସ୍ ବସ ଜିଲ୍ଲା ପରିଚାଳକ ସ୍ବଦେଶ କୁମାର ପାତ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ସଭାରେ ଜିପିଏସ୍ ସେବାର ନୋଡାଲ ଅଫିସର ତଥା ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ଜିଲ୍ଲା ସ୍ଵଳ୍ପ ସଞ୍ଚୟ ସହ ନିର୍ଦ୍ଦେଶକ ଓ ଜିଲ୍ଲା ସଂସ୍କୃତି ଅଧିକାରୀ, ବିବେକାନନ୍ଦ ମହାନନ୍ଦ ଓ ଓଏସଆରଟିସି ସହକାରୀ ପରିଚାଳକ ଶାଶ୍ୱତ ପ୍ରଧାନ ଅତିଥି ରୂପେ ଯୋଗଦେଇଥିଲେ। ବର୍ତ୍ତମାନ ଜିପିଏସ୍ ର ଯାତ୍ରୀ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ପ୍ରତିଦିନ ୧୦ହଜାର ଏମିତିକି କେଉଁ କେଉଁ ଦିନ ୧୪ହଜାରରୁ ଉର୍ଦ୍ଧ୍ବ ଯାତ୍ରୀ ଯାତ୍ରା କରିଥିବା କୁହାଯାଇଛି।
ଜିପିଏସ୍ ରେ ଛାତ୍ର ଛାତ୍ରୀଙ୍କ ଠାରୁ ଆରମ୍ଭ କରି ସୁଲଭ ଦରରେ ସବୁ ବର୍ଗର ଲୋକଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବାରେ ବଡ ସୁଯୋଗ ଦେଇଛି।ଆଗାମୀ ଦିନରେ ଅଧିକରୁ ଅଧିକ ଯାତ୍ରୀ ସଂଖ୍ୟା ବୃଦ୍ଧି କେମିତି ହେବ ସେଥିପ୍ରତି ସମସ୍ତେ ଗୁରୁତ୍ୱ ର ସହ ନିଜ ଦାୟିତ୍ୱ ସମ୍ପାଦନ କରିବା ଉଚିତ ବୋଲି ନିଜ ଅଭିଭାଷଣରେ ପ୍ରକାଶ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ଶ୍ରେଷ୍ଠ ବ୍ଲକ ସୁପରଭାଇଜର ଅରବିନ୍ଦ ସାହା, ଗିରିଧାରୀ ବାଗ ଓ ପାର୍ବନ ମଶ୍ରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ଶ୍ରେଷ୍ଠ ଡ୍ରାଇଭର ଓ ଶ୍ରେଷ୍ଠ କଣ୍ଡକ୍ଟର ଭାବେ ସତ୍ୟବାନ ତାଣ୍ଡି ଓ ମଦନପୁର ରାମପୁର ବ୍ଲକର ମିଶନ ଶକ୍ତି କଣ୍ଡକ୍ଟର ସସ୍ମିତା ନାୟକ ଏବଂ ଶ୍ରେଷ୍ଠ ଏନଫୋର୍ସମେଣ୍ଟ ଷ୍ଟାଫ ରୂପେ ଶୁଭେନ୍ଦୁ ପୁରୋହିତଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଛି। ଉତ୍ସବରେ ସମସ୍ତ ୧୩ଟି ବ୍ଲକର ସୁପରଭାଇଜର , ଜ୍ୟୋତି ଶଙ୍କର ନାୟକ,ଶିଶିର ବାଗ ଦୀପକ ନିଆଲ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ କୁ ସାର୍ଥକ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।
Editor, News Gallery Mob: 9439506580 Email: newsgallery.in@gmail.com
