Hemant Kumar Ray
Editor, News Gallery Mob: 9439506580 Email: newsgallery.in@gmail.com
ଲଳିତ ପଟ୍ଟନାୟକ ଓ ସୁଶ୍ରୀ ରୁବି ମହାନ୍ତିଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରାଯିବା ସହ ଅଜିତ ପଟ୍ଟନାୟକଙ୍କ କନ୍ୟା ଅନ୍ୱିତା ଆରାଧନା ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ କରିଥିଲେ ।ମୁଖ୍ୟ ଉପଦେଷ୍ଟା କାଳୀ ପ୍ରସାଦ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ସମାଜର ସଭାପତି ରାମ ଶଙ୍କର ଦାସ ସଭାକାର୍ଯ୍ୟ ପରିଚାଳନା କରିଥିଲେ ।ସମାଜର ଦିବଂଗତ ସଭ୍ୟ ସଭ୍ୟାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ୧ମିନିଟ ନିରବ ପ୍ରାର୍ଥନା ଉପରାନ୍ତେ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା। ମୁଖ୍ୟ ଉପଦେଷ୍ଟା କାଳି ପଟ୍ଟନାୟକ, ସମ୍ପାଦକ ପ୍ରଦୀପ ପଟ୍ଟନାୟକ, ମହିଳା ମଣ୍ଡଳୀ ସଭାନେତ୍ରୀ ସୁଶ୍ରୀ ସବିତା ପଟ୍ଟନାୟକ ଅଭିଭାଷଣ ପ୍ରଦାନ କରିଥିଲେ । ବିଭିନ୍ନ ସ୍ତରରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ଙ୍କୁ ସମାଜ ତରଫରୁ ସମ୍ମାନିତ କରାଯାଇଥିଲା।
ଦିବ୍ୟାଙ୍ଗ ଛାତ୍ରୀ କଳାଶ୍ରୀ ଦାସଙ୍କୁ ବିଶେଷ ଭାବେ ବିଧାୟିକାଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା।ରାଣୀ ରଂଜିତା ପଟ୍ଟନାୟକଙ୍କୁ ଓ ଜି ଏସ ପରୀକ୍ଷାରେ ଓ ଆସ୍ତିକରାଜ ପଟ୍ଟନାୟକଙ୍କୁ ମେଡିକାଲରେ କୃତିତ୍ୱ ଅର୍ଜନ କରିଥିବାରୁ ସମ୍ମାନିତ କରାଯାଇଥିଲା। ନୁପୁର ପଟ୍ଟନାୟକ ଙ୍କୁ ଶକୁନ୍ତଳା ଦାସ ସ୍ମାରକୀ, ବିଜ୍ଞାନ କ୍ଷେତ୍ରରେ କୃତିତ୍ୱ ପାଇଁ ଗୌରବ ଦାସ ଙ୍କୁ ଲୋକନାଥ ପଟ୍ଟନାୟକ ସ୍ମାରକୀ, ଅନନ୍ୟ ମହାନ୍ତି ଙ୍କୁ ଉମାଚରଣ ମହାନ୍ତି ସ୍ମାରକୀ, ଅଂଶୁମାନ କାନୁନଗୋଙ୍କୁ ସତ୍ୟ ପଟ୍ଟନାୟକ ସ୍ମାରକୀ, ସୁଶ୍ରୀ ସୌମ୍ୟା ପଟ୍ଟନାୟକଙ୍କୁ ସତୀଶ ପଟ୍ଟନାୟକ ସ୍ମାରକୀ ପୁରସ୍କାର ପ୍ରଦାନ କରାଯାଇଥିଲା।ନିଷ୍ଠାପର ତଥା ନିସ୍ଵାର୍ଥପର ସେବା ପାଇଁ ସମାଜର ବରିଷ୍ଠ ସଭ୍ୟ ପ୍ରମୋଦ ପଟ୍ଟନାୟକଙ୍କୁ ଉତ୍ତମ ସ୍ୱେଚ୍ଛାସେବୀ ଭାବେ ସମ୍ମାନିତ କରାଯାଇଥିଲା। ପୁରସ୍କାର କାର୍ଯ୍ୟକ୍ରମ ପରେ ମୁଖ୍ୟ ଅତିଥି ଓ ସମ୍ମାନୀୟ ଅତିଥି ଅଭିଭାଷଣ ପ୍ରଦାନ କରିଥିଲେ । ବିଧାୟିକା ଆର୍ଥିକ ସହଯୋଗର ପ୍ରତିଶୃତି ସହ ବକ୍ତବ୍ୟ ସମ୍ପର୍ଣ କଲେ ।
ଯୁବ ସମାଜର ଆବାହକ ପ୍ରଦୀପ କୁମାର ଦାସ ଉପସ୍ଥିତ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିଙ୍କୁ ସମାଜ ପାଇଁ ବହୁମୂଲ୍ୟ ସମୟ ଦେଇଥିବାରୁ ଧନ୍ୟବାଦ ଦେବାସହ ସମାଜର ଅନ୍ୟାନ୍ୟ ସମସ୍ତ କର୍ମକର୍ତ୍ତା, ସଭ୍ୟ ସଭ୍ୟା, ମିଡ଼ିଆ ବନ୍ଧୁ, ଫୋଟୋଗ୍ରାଫର, ଟେଣ୍ଟ, ଲାଇଟ ଓ ସାଉଣ୍ଡ ସିଷ୍ଟମ ର ସମସ୍ତଙ୍କୁ ସମାଜ ତରଫରୁ ଅଶେଷ ଧନ୍ୟବାଦ ଜ୍ଞ୍ୟାପନ କରିଥିଲେ ଏବଂ ବକ୍ତବ୍ୟ ପ୍ରଦାନ କରିଥିଲେ ।
Editor, News Gallery Mob: 9439506580 Email: newsgallery.in@gmail.com
