ନ୍ୟୁଜଗ୍ୟାଲେରି, ଭବାନୀପାଟଣା: ଭବାନୀପାଟଣା ସ୍ଥିତ ଭବାନୀ ଶଙ୍କର ମନ୍ଦିରରେ କାର୍ତ୍ତିକ ମାସର ତୃତୀୟ ସୋମବାର ଦିନ ଶ୍ରୀକ୍ଷେତ୍ର ପୁରୀରୁ ଅଣା ଯାଇଥିବା ଚାରୋଟି ରଥ ଚକ କୁ ପ୍ରତିଷ୍ଠା କରାଯାଇଛି। ଏଥିରେ ବଳଭଦ୍ର ମହାପ୍ରଭୁ ଙ୍କ ତାଳଧ୍ଵଜ ରଥର ଦୁଇଟି, ଜଗନ୍ନାଥଙ୍କ ନନ୍ଦିଘୋଷ ରଥର ଗୋଟିଏ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ଚକ ରହିଛି।
ରଥ ଚକ ପ୍ରତିଷ୍ଠା ନିମନ୍ତେ ଆୟୋଜିତ ସ୍ଵତନ୍ତ୍ର ଅନୁଷ୍ଠାନ ପଣ୍ଡିତ ବଳବନ୍ତ ପଣ୍ଡା ଓ ଭବାନୀଶଙ୍କର ମନ୍ଦିରର ପୂଜକ ମନୋଜ କୁମାର ମୁନି ଓ ସରୋଜ କାନ୍ତ ମୁନିଙ୍କ ଦ୍ଵାରା ସମ୍ପାଦିତ ହୋଇଥିଲା। ବିନୋଦ ବିହାରୀ ବେହେରା ସସ୍ତ୍ରୀକ ପ୍ରତିଷ୍ଠା କର୍ମର କର୍ତ୍ତା ହୋଇଥିଲେ। ପ୍ରତିଷ୍ଠା ପରେ ଶ୍ରଦ୍ଧାଳୁ ମାନେ ମନ୍ଦିରରେ ପ୍ରତିଦିନ ରଥ ଚକ ଦର୍ଶନ କରି ପାରିବେ। ଏହି ରଥ ପ୍ରତିଷ୍ଠା ଉପଲକ୍ଷେ ସମସ୍ତ ଶ୍ରଦ୍ଧାଳୁ ମାନଙ୍କ ନିମନ୍ତେ ଅନ୍ନ ପ୍ରସାଦ ବ୍ୟବସ୍ଥା କରାଯାଇଥିଲା।
ସେହିପରି ପବିତ୍ର କାର୍ତ୍ତିକ ମାସ ଅବସରରେ ମନ୍ଦିର ପରିସରରେ ୩ ତାରିଖ ଠାରୁ ୧୧ ତାରିଖ ଯାଏଁ ଶିବ ମହା ପୁରାଣ ପ୍ରବଚନ ପ୍ରତିଦିନ ଅପରାହ୍ନ ୩ ଟାରେ ଆୟୋଜନ କରାଯାଉଛି। ଏଠାରେ ସୂଚନା ଯୋଗ୍ୟ ଯେ ଭବାନୀ ଶଙ୍କର ମନ୍ଦିର ପକ୍ଷରୁ ଶ୍ରୀକ୍ଷେତ୍ର ପୁରୀ ରୁ ଶ୍ରୀମନ୍ଦିର ପ୍ରଶାସନ ସହ ଯୋଗାଯୋଗ କରି ନିଲାମ ପ୍ରକ୍ରିୟାରେ ଏହି ଚାରିଗୋଟି ରଥ ଗତ ମାସରେ ଭବାନୀପାଟଣା କୁ ଅଣାଯାଇଥିଲା।
Latest entries
ଜିଲ୍ଲା ଖବରOctober 26, 2026ଅଧିକାରୀଙ୍କୁ ସାଧୁତାର ଶପଥ ପାଠ କରାଇଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 22, 2026ପ୍ରେମୀ ଯୁଗଳ ମୃତ ଶବ ଉଦ୍ଧାର ,ହତ୍ୟା ସନ୍ଦେହ
ଜିଲ୍ଲା ଖବରOctober 22, 2026ଜିଲ୍ଲା ସ୍ତରୀୟ କଳାକାର ଚୟନ ପ୍ରକ୍ରିୟା ଆରମ୍ଭ
ଜିଲ୍ଲା ଖବରOctober 21, 2026ଦୁଆରସୁନି ଦୁର୍ଗାପୂଜା କମିଟି ପକ୍ଷରୁ ନୃତ୍ୟ ପ୍ରତିଯୋଗିତା ଓ ପ୍ରତିଭାବାନ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧନା

