ନ୍ୟୁଜଗ୍ୟାଲେରି, ଭବାନୀପାଟଣା: ଭବାନୀପାଟଣା ସ୍ଥିତ ଭବାନୀ ଶଙ୍କର ମନ୍ଦିରରେ କାର୍ତ୍ତିକ ମାସର ତୃତୀୟ ସୋମବାର ଦିନ ଶ୍ରୀକ୍ଷେତ୍ର ପୁରୀରୁ ଅଣା ଯାଇଥିବା ଚାରୋଟି ରଥ ଚକ କୁ ପ୍ରତିଷ୍ଠା କରାଯାଇଛି। ଏଥିରେ ବଳଭଦ୍ର ମହାପ୍ରଭୁ ଙ୍କ ତାଳଧ୍ଵଜ ରଥର ଦୁଇଟି, ଜଗନ୍ନାଥଙ୍କ ନନ୍ଦିଘୋଷ ରଥର ଗୋଟିଏ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ଚକ ରହିଛି।
ରଥ ଚକ ପ୍ରତିଷ୍ଠା ନିମନ୍ତେ ଆୟୋଜିତ ସ୍ଵତନ୍ତ୍ର ଅନୁଷ୍ଠାନ ପଣ୍ଡିତ ବଳବନ୍ତ ପଣ୍ଡା ଓ ଭବାନୀଶଙ୍କର ମନ୍ଦିରର ପୂଜକ ମନୋଜ କୁମାର ମୁନି ଓ ସରୋଜ କାନ୍ତ ମୁନିଙ୍କ ଦ୍ଵାରା ସମ୍ପାଦିତ ହୋଇଥିଲା। ବିନୋଦ ବିହାରୀ ବେହେରା ସସ୍ତ୍ରୀକ ପ୍ରତିଷ୍ଠା କର୍ମର କର୍ତ୍ତା ହୋଇଥିଲେ। ପ୍ରତିଷ୍ଠା ପରେ ଶ୍ରଦ୍ଧାଳୁ ମାନେ ମନ୍ଦିରରେ ପ୍ରତିଦିନ ରଥ ଚକ ଦର୍ଶନ କରି ପାରିବେ। ଏହି ରଥ ପ୍ରତିଷ୍ଠା ଉପଲକ୍ଷେ ସମସ୍ତ ଶ୍ରଦ୍ଧାଳୁ ମାନଙ୍କ ନିମନ୍ତେ ଅନ୍ନ ପ୍ରସାଦ ବ୍ୟବସ୍ଥା କରାଯାଇଥିଲା।
ସେହିପରି ପବିତ୍ର କାର୍ତ୍ତିକ ମାସ ଅବସରରେ ମନ୍ଦିର ପରିସରରେ ୩ ତାରିଖ ଠାରୁ ୧୧ ତାରିଖ ଯାଏଁ ଶିବ ମହା ପୁରାଣ ପ୍ରବଚନ ପ୍ରତିଦିନ ଅପରାହ୍ନ ୩ ଟାରେ ଆୟୋଜନ କରାଯାଉଛି। ଏଠାରେ ସୂଚନା ଯୋଗ୍ୟ ଯେ ଭବାନୀ ଶଙ୍କର ମନ୍ଦିର ପକ୍ଷରୁ ଶ୍ରୀକ୍ଷେତ୍ର ପୁରୀ ରୁ ଶ୍ରୀମନ୍ଦିର ପ୍ରଶାସନ ସହ ଯୋଗାଯୋଗ କରି ନିଲାମ ପ୍ରକ୍ରିୟାରେ ଏହି ଚାରିଗୋଟି ରଥ ଗତ ମାସରେ ଭବାନୀପାଟଣା କୁ ଅଣାଯାଇଥିଲା।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

