ଭବାନୀପାଟଣା ପୌରପାଳିକାର ସବୁଦିନିଆ ଓ ସାପ୍ତାହିକ ବଜାରକୁ ଏବେ ନୂତନ ବଜାର କରିବାକୁଯାଉ ଥିବାବେଳେ ପୌରପାଳିକା ପକ୍ଷରୁ ଭୂମି ପୂଜନ ହୋଇଯାଇଛି।ଏହି ଭୂମି ପୂଜନ କାର୍ଯ୍ୟକ୍ରମ ରେ ସାଂସଦ ମାଳବିକା ଦେବୀ ଏବଂ ପୋୖରାଧକ୍ଷ ବିଷ୍ଣୁ ପ୍ରଧାନ ଉପସ୍ଥିତ ରହିଥିଲେ।
ଏଠାରେ ସମସ୍ତ ପ୍ରକାର କୁକୁଡ଼ା ମାଂସ ଦୋକାନ,ଛେଳି ମାଂସ ଦୋକାନ, ମାଛ ଦୋକାନ ଗୋଟିଏ ଜାଗାରେ ଜନସାଧାରଣ ପାଇପାରିବେ ତାହା ସହିତ ପନିପରିବା ମଧ୍ୟ ଗୋଟିଏ ଜାଗାରେ ପାଇପାରିବେ ଏବଂ ସହରର ଅନ୍ୟ କୌଣସି ଜାଗାରେ କିମ୍ବା ରାସ୍ତା କଡ଼ରେ ଦୋକାନ ନରହି ଗୋଟିଏ ଜାଗାରେ ରହିବବୋଲି ଜଣାପଡିଛି। ଏହି ଭୂମି ପୂଜନ କାର୍ଯ୍ୟକ୍ରମ ରେ ପୌରପାଳିକା ନିର୍ବାହୀ ଅଧିକାରୀ ସତ୍ୟ ସମ୍ପୁଣ୍ଣା ରାଉତ, ସୁଶ୍ରୀ କସ୍ତୁରୀ ପଣ୍ଡା ଏବଂ କନିଷ୍ଠ ଯନ୍ତ୍ରୀ ରାଧାମୋହନ ରାୟ ଓ ସମସ୍ତ କାଉନସିଲର ଉପସ୍ଥିତ ରହିଥିଲେ।
ପ୍ରଥମେ ବଜାରରେ ୧୫୦ ରୁ ଅଧିକ ଦୋକାନ ତିଆରି କରାଯିବ ଏବଂ ତ୍ତସହିତ ୪ ଟା ପିଣ୍ଡା, ସାମୁହିକ ଶୌଚାଳୟ ଏବଂ ପାର୍କିଙ୍ଗ ସୁବିଧା ମଧ୍ୟ ରହିବବୋଲି ପ୍ରକାଶ କରିଥିଲେ। ଦୋକାନ ତିଆରି ପାଇଁ ୨ କୋଟି ୭୩ଲକ୍ଷ ଟଙ୍କାର ଅଟକାଳ ଟେଣ୍ଡର ହୋଇଥିବା ଜଣାପଡିଛି।
Latest entries
ଜିଲ୍ଲା ଖବରOctober 22, 2026ପ୍ରେମୀ ଯୁଗଳ ମୃତ ଶବ ଉଦ୍ଧାର ,ହତ୍ୟା ସନ୍ଦେହ
ଜିଲ୍ଲା ଖବରOctober 22, 2026ଜିଲ୍ଲା ସ୍ତରୀୟ କଳାକାର ଚୟନ ପ୍ରକ୍ରିୟା ଆରମ୍ଭ
ଜିଲ୍ଲା ଖବରOctober 21, 2026ଦୁଆରସୁନି ଦୁର୍ଗାପୂଜା କମିଟି ପକ୍ଷରୁ ନୃତ୍ୟ ପ୍ରତିଯୋଗିତା ଓ ପ୍ରତିଭାବାନ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧନା
ଜିଲ୍ଲା ଖବରOctober 20, 2026ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମରେ ମହାସମାରୋହରେ ସମ୍ପନ୍ନ ହେଲା ପ୍ରସିଦ୍ଧ ଛତର ଯାତ୍ରା

