ଭବାନୀପାଟଣା ପୌରପାଳିକାର ସବୁଦିନିଆ ଓ ସାପ୍ତାହିକ ବଜାରକୁ ଏବେ ନୂତନ ବଜାର କରିବାକୁଯାଉ ଥିବାବେଳେ ପୌରପାଳିକା ପକ୍ଷରୁ ଭୂମି ପୂଜନ ହୋଇଯାଇଛି।ଏହି ଭୂମି ପୂଜନ କାର୍ଯ୍ୟକ୍ରମ ରେ ସାଂସଦ ମାଳବିକା ଦେବୀ ଏବଂ ପୋୖରାଧକ୍ଷ ବିଷ୍ଣୁ ପ୍ରଧାନ ଉପସ୍ଥିତ ରହିଥିଲେ।
ଏଠାରେ ସମସ୍ତ ପ୍ରକାର କୁକୁଡ଼ା ମାଂସ ଦୋକାନ,ଛେଳି ମାଂସ ଦୋକାନ, ମାଛ ଦୋକାନ ଗୋଟିଏ ଜାଗାରେ ଜନସାଧାରଣ ପାଇପାରିବେ ତାହା ସହିତ ପନିପରିବା ମଧ୍ୟ ଗୋଟିଏ ଜାଗାରେ ପାଇପାରିବେ ଏବଂ ସହରର ଅନ୍ୟ କୌଣସି ଜାଗାରେ କିମ୍ବା ରାସ୍ତା କଡ଼ରେ ଦୋକାନ ନରହି ଗୋଟିଏ ଜାଗାରେ ରହିବବୋଲି ଜଣାପଡିଛି। ଏହି ଭୂମି ପୂଜନ କାର୍ଯ୍ୟକ୍ରମ ରେ ପୌରପାଳିକା ନିର୍ବାହୀ ଅଧିକାରୀ ସତ୍ୟ ସମ୍ପୁଣ୍ଣା ରାଉତ, ସୁଶ୍ରୀ କସ୍ତୁରୀ ପଣ୍ଡା ଏବଂ କନିଷ୍ଠ ଯନ୍ତ୍ରୀ ରାଧାମୋହନ ରାୟ ଓ ସମସ୍ତ କାଉନସିଲର ଉପସ୍ଥିତ ରହିଥିଲେ।
ପ୍ରଥମେ ବଜାରରେ ୧୫୦ ରୁ ଅଧିକ ଦୋକାନ ତିଆରି କରାଯିବ ଏବଂ ତ୍ତସହିତ ୪ ଟା ପିଣ୍ଡା, ସାମୁହିକ ଶୌଚାଳୟ ଏବଂ ପାର୍କିଙ୍ଗ ସୁବିଧା ମଧ୍ୟ ରହିବବୋଲି ପ୍ରକାଶ କରିଥିଲେ। ଦୋକାନ ତିଆରି ପାଇଁ ୨ କୋଟି ୭୩ଲକ୍ଷ ଟଙ୍କାର ଅଟକାଳ ଟେଣ୍ଡର ହୋଇଥିବା ଜଣାପଡିଛି।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

