ନ୍ୟୁଜଗ୍ୟାଲେରି, ଭବାନୀପାଟଣା: କଳାହାଣ୍ଡି ଜଣେ ବିଶିଷ୍ଟ ସାମ୍ବାଦିକ ବିଜୟ ଦ୍ବିବେଦୀ ଙ୍କ ଅକ୍ଟୋବର ୨୨ ତାରିଖରେ ପରଲୋକ ହୋଇଥିଲା। ଦିବଙ୍ଗତ ଅମର ଆତ୍ମାର ଶୁଦ୍ଧିକ୍ରିୟା ଶ୍ରୀକ୍ଷେତ୍ରରେ ସମ୍ପାଦନ କରି ପରିବାର ବର୍ଗ ଭବାନୀପାଟଣା ଫେରିବା ପରେ ନଭେମ୍ବର ୫ ତାରିଖରେ ଭବାନୀପାଟଣା ସ୍ଥିତ ବାଲାଜୀ ମନ୍ଦିରରେ ଗଙ୍ଗା ଭୋଜିର ଆୟୋଜନ କରିଥିଲେ।
ଏଥିରେ ଜିଲ୍ଲାର ବହୁ ବିଶିଷ୍ଟ ବ୍ୟକ୍ତି, ରାଜନେତା ଓ ସାମ୍ବାଦିକ ମାନେ ଯୋଗ ଦେଇ ଦିବଙ୍ଗତ ସାମ୍ବାଦିକ ବିଜୟ ଦ୍ବିବେଦୀ ଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପୂର୍ବତନ ମନ୍ତ୍ରୀ ଭୂପିନ୍ଦର ସିଂହ, ପୂର୍ବତନ ପୌରାଧ୍ୟକ୍ଷା ସଂଯୁକ୍ତା ବେହେରା, ସମାଜ ସେବୀ ଜଗଦୀଶ ମଣ୍ଡଳ, ବରିଷ୍ଠ ସାମ୍ବାଦିକ ସତ୍ୟ ନାରାୟଣ ମହାପାତ୍ର, ପ୍ରଶାନ୍ତ ପଣ୍ଡା, କମ୍ଭୁପାଣି ମିଶ୍ର, ରଜନୀ କାନ୍ତ ମିଶ୍ର,ହେମନ୍ତ କୁମାର ରାୟ, ରାଜକୁମାର ସିଂହ ଦେଓ, ସନ୍ତୋଷ ସିଂହ ଦେଓ, ଦେବେନ୍ଦ୍ର ବିଶି, କୈଳାସ ସାହୁ, ମନ ମୋହନ ପ୍ରଧାନ, ସୁଶିଲ ବାଗ, ସୁଶାନ୍ତ ମହାପାତ୍ର, ସନ୍ତୋଷ କୁମାର ଚୁଳ, ଲକ୍ଷଜ୍ୟୋତି ଜାଲ, ରବୀନ୍ଦ୍ର ମିଶ୍ର, ମନୋଜ ନାଏକ, ତାପଶ ମହାନ୍ତି, ଅମରେଶ ପଢି, ଶିବ ନାଏକ, ସ୍ଵାଧୀନ ପାତ୍ର, ଲଳିତ କାନୁନଗୋ ପ୍ରମୁଖ ଉପସ୍ଥିତ ରହି ଦିବଙ୍ଗତ ସାମ୍ବାଦିକ ବିଜୟ ଦ୍ବିବେଦୀ ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
Latest entries
ଜିଲ୍ଲା ଖବରApril 6, 2026ଓଡ଼ିଆ ପକ୍ଷ ପାଳନ ଅବସରରେ ଏୈତିହ ଗଣଦୌଡ
ଜିଲ୍ଲା ଖବରApril 6, 2026କଳାହାଣ୍ଡିର ଅଭିଳାଷ ଆଇଆଇଏମ୍ ଟପ୍ପର
ଜିଲ୍ଲା ଖବରApril 5, 2026ଓଡ଼ିଆ ନାମ ଫଳକ ଅଭିଯାନ ଓ ସଚେତନତା ପଦଯାତ୍ରା
ଜିଲ୍ଲା ଖବରApril 3, 2026କଳାହାଣ୍ଡି ଓକିଲ ସଙ୍ଘ ର ନବ ନିର୍ବାଚିତ କର୍ମକର୍ତା ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

