ନ୍ୟୁଜଗ୍ୟାଲେରି, ଭବାନୀପାଟଣା: କଳାହାଣ୍ଡି ବିଶ୍ୱବିଦ୍ୟାଳୟ ରେ ଏନ୍ ଏସ୍ ଏସ୍ ପ୍ରଭାଗ ତରଫରୁ ମେରି ମାଟି ମେରା ଦେଶ କାର୍ଯ୍ୟକ୍ରମ ଉପଲକ୍ଷେ ଏକ ଅମୃତ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଶ୍ୱବିଦ୍ୟାଳୟର କୁଳପତି କର୍ଣ୍ଣେଲ୍ ପ୍ରଫେସର ସଂଜୟ କୁମାର ଶତପଥୀ ଉକ୍ତ କଳସ ଯାତ୍ରାକୁ ସହିଦ୍ ବୀର ପୁତ୍ରମାନଙ୍କୁ ସମ୍ମାନ ଜଣାଇ ବୀର ମାଟି ସଂଗ୍ରହ କରିବା ଲାଗି ଶୁଭାରମ୍ଭ କରିଥିଲେ ।
ଉକ୍ତ କାର୍ଯ୍ୟକ୍ରମକୁ ଏନ୍ ଏସ୍ ଏସ୍ ବ୍ୟୁରୋ କାର୍ଯ୍ୟକ୍ରମ ସଂଯୋଜକ ଡ. ଚିତ୍ତରଞ୍ଜନ ଖୁଣ୍ଟିଆ ସଂଯୋଜନା କରିଥିବା ବେଳେ ଅନ୍ୟତମ ଏନ୍ ଏସ୍ ଏସ୍ କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀ ଜୟନ୍ତ ଦନସନା ଓ ମିସ୍ ରୋଜମେରୀ ରସ୍ମିତା ଏକ୍କା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଏହି ଅବସରରେ ଏନ୍ ଏସ୍ ଏସ୍ ସ୍ୱେଚ୍ଛା ସେବୀ ମାନେ ବିଶ୍ୱବିଦ୍ୟାଳୟ ପରିସରରୁ ମାଟି ସଂଗ୍ରହ କରି ଭବାନୀପାଟଣା ସହର ପରିକ୍ରମା କରିବା ସହିତ ବୀର ମାଟି ସଂଗ୍ରହ କରିଥିଲେ । ଉକ୍ତ ସଂଗ୍ରହିତ ଅମୃତ କଳସ ବିଶ୍ୱବିଦ୍ୟାଳୟ ତରଫରୁ ଭାରତ ସରକାରଙ୍କ ଜାତୀୟ ସ୍ତରୀୟ ମେରି ମାଟି ମେରା ଦେଶ କାର୍ଯ୍ୟକ୍ରମ ଉପଲକ୍ଷେ ପ୍ରେରିତ କରାଯିବ ଏହି ଅବସରରେ ଏନ୍ ଏସ୍ ଏସ୍ ସ୍ୱେଚ୍ଛାସେବୀ ମାନଙ୍କ ମଧ୍ୟରେ ଅଗ୍ରଣୀ ଭୂମିକା ଲିଭାଇଥିବା ସ୍ୱେଚ୍ଛାସେବୀ ମାନେ ଯଥା ଦୀପକ ବେହେରା, ଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟ, ପ୍ରତ୍ୟୁଷ ବାଣୁଆ, ଯୁବେଦା ଖତୁନ୍, ଅଭିଷେକ ନନ୍ଦ, ସରୋଜ ନିଆଲ, ଗୀତାଞ୍ଜଳି ଦଣ୍ଡସେନା ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମକୁ ଉତ୍ସାହର ସହିତ ପରିଚାଳନା କରିଥିଲେ ।
Latest entries
ଜିଲ୍ଲା ଖବରApril 6, 2026ଓଡ଼ିଆ ପକ୍ଷ ପାଳନ ଅବସରରେ ଏୈତିହ ଗଣଦୌଡ
ଜିଲ୍ଲା ଖବରApril 6, 2026କଳାହାଣ୍ଡିର ଅଭିଳାଷ ଆଇଆଇଏମ୍ ଟପ୍ପର
ଜିଲ୍ଲା ଖବରApril 5, 2026ଓଡ଼ିଆ ନାମ ଫଳକ ଅଭିଯାନ ଓ ସଚେତନତା ପଦଯାତ୍ରା
ଜିଲ୍ଲା ଖବରApril 3, 2026କଳାହାଣ୍ଡି ଓକିଲ ସଙ୍ଘ ର ନବ ନିର୍ବାଚିତ କର୍ମକର୍ତା ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

