ନ୍ୟୁଜଗ୍ୟାଲେରି, ଭବାନୀପାଟଣା: କଳାହାଣ୍ଡି ବିଶ୍ୱବିଦ୍ୟାଳୟ ରେ ଏନ୍ ଏସ୍ ଏସ୍ ପ୍ରଭାଗ ତରଫରୁ ମେରି ମାଟି ମେରା ଦେଶ କାର୍ଯ୍ୟକ୍ରମ ଉପଲକ୍ଷେ ଏକ ଅମୃତ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଶ୍ୱବିଦ୍ୟାଳୟର କୁଳପତି କର୍ଣ୍ଣେଲ୍ ପ୍ରଫେସର ସଂଜୟ କୁମାର ଶତପଥୀ ଉକ୍ତ କଳସ ଯାତ୍ରାକୁ ସହିଦ୍ ବୀର ପୁତ୍ରମାନଙ୍କୁ ସମ୍ମାନ ଜଣାଇ ବୀର ମାଟି ସଂଗ୍ରହ କରିବା ଲାଗି ଶୁଭାରମ୍ଭ କରିଥିଲେ ।
ଉକ୍ତ କାର୍ଯ୍ୟକ୍ରମକୁ ଏନ୍ ଏସ୍ ଏସ୍ ବ୍ୟୁରୋ କାର୍ଯ୍ୟକ୍ରମ ସଂଯୋଜକ ଡ. ଚିତ୍ତରଞ୍ଜନ ଖୁଣ୍ଟିଆ ସଂଯୋଜନା କରିଥିବା ବେଳେ ଅନ୍ୟତମ ଏନ୍ ଏସ୍ ଏସ୍ କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀ ଜୟନ୍ତ ଦନସନା ଓ ମିସ୍ ରୋଜମେରୀ ରସ୍ମିତା ଏକ୍କା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଏହି ଅବସରରେ ଏନ୍ ଏସ୍ ଏସ୍ ସ୍ୱେଚ୍ଛା ସେବୀ ମାନେ ବିଶ୍ୱବିଦ୍ୟାଳୟ ପରିସରରୁ ମାଟି ସଂଗ୍ରହ କରି ଭବାନୀପାଟଣା ସହର ପରିକ୍ରମା କରିବା ସହିତ ବୀର ମାଟି ସଂଗ୍ରହ କରିଥିଲେ । ଉକ୍ତ ସଂଗ୍ରହିତ ଅମୃତ କଳସ ବିଶ୍ୱବିଦ୍ୟାଳୟ ତରଫରୁ ଭାରତ ସରକାରଙ୍କ ଜାତୀୟ ସ୍ତରୀୟ ମେରି ମାଟି ମେରା ଦେଶ କାର୍ଯ୍ୟକ୍ରମ ଉପଲକ୍ଷେ ପ୍ରେରିତ କରାଯିବ ଏହି ଅବସରରେ ଏନ୍ ଏସ୍ ଏସ୍ ସ୍ୱେଚ୍ଛାସେବୀ ମାନଙ୍କ ମଧ୍ୟରେ ଅଗ୍ରଣୀ ଭୂମିକା ଲିଭାଇଥିବା ସ୍ୱେଚ୍ଛାସେବୀ ମାନେ ଯଥା ଦୀପକ ବେହେରା, ଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟ, ପ୍ରତ୍ୟୁଷ ବାଣୁଆ, ଯୁବେଦା ଖତୁନ୍, ଅଭିଷେକ ନନ୍ଦ, ସରୋଜ ନିଆଲ, ଗୀତାଞ୍ଜଳି ଦଣ୍ଡସେନା ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମକୁ ଉତ୍ସାହର ସହିତ ପରିଚାଳନା କରିଥିଲେ ।
Latest entries
ଜିଲ୍ଲା ଖବରJanuary 16, 2026ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଯୁବ-ଛାତ୍ର ବିଜେଡିର ସାମ୍ବାଦିକ ସମ୍ମିଳନୀ
ଜିଲ୍ଲା ଖବରJanuary 15, 2026ମା ମାଣିକେଶ୍ୱରୀ ମନ୍ଦିର ରୁ ବାହାରିଲା ମଶାଲ ଯାତ୍ରା
ଜିଲ୍ଲା ଖବରJanuary 13, 2026୨୮ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ ଉପଲକ୍ଷେ ଜିଲ୍ଲା ସ୍ତରୀୟ ବ୍ୟାଡ଼ମିଣ୍ଟନ ଖେଳ ପ୍ରତିଯୋଗିତା
ଜିଲ୍ଲା ଖବରJanuary 12, 2026କବି ବିରଞ୍ଚି ନାରାୟଣ ଦରୱାନଙ୍କ କବିତା ବହି “ସାରା ଆକାଶ ତମର” ଲୋକାର୍ପିତ

