ନ୍ୟୁଜଗ୍ୟାଲେରି,କଳାହାଣ୍ଡି:ଥୁଆମୁଳ ରାମପୁର ବ୍ଲକ ର ଗୁଣପୁର ପଞ୍ଚାୟତ ଠାରେ ପିରାମଲ ଫାଉଣ୍ଡେସନ ପକ୍ଷରୁ ରୋଜଗାର ମେଳା ଅନୁଷ୍ଠିତ ହୋଇଥିଲା। ସେଠାକାର ସୁବିଧା, ଅସୁବିଧା, ଲୋକଙ୍କ ଆବଶ୍ୟକତା ଏବଂ ପଞ୍ଚାୟତର ଆବଶ୍ୟକତା କୁ ଆଗରେ ରଖି ଏଲ ଏସ ଡି ଜି ରେ ଥିବା ନଅ ଟି ଥିମ୍ ରୁ ଆଠ ନମ୍ବର ଥିମ୍ ଉତ୍ତମ ଶାସନ ସହିତ ଗାଁ ଆରମ୍ଭ କରିଛନ୍ତି।
ଏହା ଦ୍ବାରା ଗାଁ ରେ ଲୋକଙ୍କର ହେଉଥିବା ଅସୁବିଧା କିପରି ଗାଁ ରେ ସମାଧାନ କରାଯିବ ତାହା ଉପରେ ଧ୍ୟାନ ଦେଇ ବିଭିନ୍ନ ଯୋଜନା ଏବଂ ପ୍ରତିକ୍ରିୟାଶୀଳ ଅଧୀନରେ ବିକାଶର ଲାଭ ନିଶ୍ଚିତ କରିବା ,ସମସ୍ତ ଗାଁ ବାସିନ୍ଦାଙ୍କୁ ସହଜରେ ସେବା ବିତରଣ କରିବା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା । ଏଥି ସହିତ ଗାଁ ର ଲୋକଙ୍କ ପାଇଁ ପଞ୍ଚାୟତ ରେ ରୋଜଗାର ମେଳା ର ଆୟୋଜନ କରାଯାଇଥିଲା। ଏହି ଅବସରରେ ପିରାମଲ ଫାଉଣ୍ଡେସନ ର କାର୍ଯ୍ୟକର୍ତ୍ତା ଓମ୍ ପ୍ରକାଶ ଉପସ୍ଥିତ ରହି ସମସ୍ତ ଗାଁ ଲୋକଙ୍କୁ ଉତ୍ତମ ଶାସନ ପାଇବା ପାଇଁ ଗାଁ ରେ ମାସିକ ବୈଠକ ପଞ୍ଚାୟତ ସ୍ତରୀୟ କମିଟି ସାର୍ବଜନୀନ ସ୍ଥାପନ ସୂଚନା ବୋର୍ଡ ପ୍ରଦର୍ଶନ କରିବା ଭଳି ଗୁରୁତ୍ୱପୂର୍ଣ୍ଣ ସୂଚନା କାର୍ଯ୍ୟକଳାପ ବିଷୟରେ ଆଲୋଚନା କରାଯାଇଥିଲେ । ଏହି କାର୍ଯ୍ୟକ୍ରମ ରେ ସରପଞ୍ଚ ସୁଜାତା ମାଝୀ, ଜିଆରଏସ ସରୋଜ ମୁଣ୍ଡ ଛିନା, ସମସ୍ତ ୱାର୍ଡ ମେମ୍ବର ଏବଂ ଗାସାଥୀ ଉପସ୍ଥିତ ରହିଥିଲେ।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

