ନ୍ୟୁଜଗ୍ୟାଲେରି,କଳାହାଣ୍ଡି:ଥୁଆମୁଳ ରାମପୁର ବ୍ଲକ ର ଗୁଣପୁର ପଞ୍ଚାୟତ ଠାରେ ପିରାମଲ ଫାଉଣ୍ଡେସନ ପକ୍ଷରୁ ରୋଜଗାର ମେଳା ଅନୁଷ୍ଠିତ ହୋଇଥିଲା। ସେଠାକାର ସୁବିଧା, ଅସୁବିଧା, ଲୋକଙ୍କ ଆବଶ୍ୟକତା ଏବଂ ପଞ୍ଚାୟତର ଆବଶ୍ୟକତା କୁ ଆଗରେ ରଖି ଏଲ ଏସ ଡି ଜି ରେ ଥିବା ନଅ ଟି ଥିମ୍ ରୁ ଆଠ ନମ୍ବର ଥିମ୍ ଉତ୍ତମ ଶାସନ ସହିତ ଗାଁ ଆରମ୍ଭ କରିଛନ୍ତି।
ଏହା ଦ୍ବାରା ଗାଁ ରେ ଲୋକଙ୍କର ହେଉଥିବା ଅସୁବିଧା କିପରି ଗାଁ ରେ ସମାଧାନ କରାଯିବ ତାହା ଉପରେ ଧ୍ୟାନ ଦେଇ ବିଭିନ୍ନ ଯୋଜନା ଏବଂ ପ୍ରତିକ୍ରିୟାଶୀଳ ଅଧୀନରେ ବିକାଶର ଲାଭ ନିଶ୍ଚିତ କରିବା ,ସମସ୍ତ ଗାଁ ବାସିନ୍ଦାଙ୍କୁ ସହଜରେ ସେବା ବିତରଣ କରିବା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା । ଏଥି ସହିତ ଗାଁ ର ଲୋକଙ୍କ ପାଇଁ ପଞ୍ଚାୟତ ରେ ରୋଜଗାର ମେଳା ର ଆୟୋଜନ କରାଯାଇଥିଲା। ଏହି ଅବସରରେ ପିରାମଲ ଫାଉଣ୍ଡେସନ ର କାର୍ଯ୍ୟକର୍ତ୍ତା ଓମ୍ ପ୍ରକାଶ ଉପସ୍ଥିତ ରହି ସମସ୍ତ ଗାଁ ଲୋକଙ୍କୁ ଉତ୍ତମ ଶାସନ ପାଇବା ପାଇଁ ଗାଁ ରେ ମାସିକ ବୈଠକ ପଞ୍ଚାୟତ ସ୍ତରୀୟ କମିଟି ସାର୍ବଜନୀନ ସ୍ଥାପନ ସୂଚନା ବୋର୍ଡ ପ୍ରଦର୍ଶନ କରିବା ଭଳି ଗୁରୁତ୍ୱପୂର୍ଣ୍ଣ ସୂଚନା କାର୍ଯ୍ୟକଳାପ ବିଷୟରେ ଆଲୋଚନା କରାଯାଇଥିଲେ । ଏହି କାର୍ଯ୍ୟକ୍ରମ ରେ ସରପଞ୍ଚ ସୁଜାତା ମାଝୀ, ଜିଆରଏସ ସରୋଜ ମୁଣ୍ଡ ଛିନା, ସମସ୍ତ ୱାର୍ଡ ମେମ୍ବର ଏବଂ ଗାସାଥୀ ଉପସ୍ଥିତ ରହିଥିଲେ।
Latest entries
ଜିଲ୍ଲା ଖବରOctober 22, 2026ପ୍ରେମୀ ଯୁଗଳ ମୃତ ଶବ ଉଦ୍ଧାର ,ହତ୍ୟା ସନ୍ଦେହ
ଜିଲ୍ଲା ଖବରOctober 22, 2026ଜିଲ୍ଲା ସ୍ତରୀୟ କଳାକାର ଚୟନ ପ୍ରକ୍ରିୟା ଆରମ୍ଭ
ଜିଲ୍ଲା ଖବରOctober 21, 2026ଦୁଆରସୁନି ଦୁର୍ଗାପୂଜା କମିଟି ପକ୍ଷରୁ ନୃତ୍ୟ ପ୍ରତିଯୋଗିତା ଓ ପ୍ରତିଭାବାନ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧନା
ଜିଲ୍ଲା ଖବରOctober 20, 2026ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମରେ ମହାସମାରୋହରେ ସମ୍ପନ୍ନ ହେଲା ପ୍ରସିଦ୍ଧ ଛତର ଯାତ୍ରା

