ନ୍ୟୁଜଗ୍ୟାଲେରି,ଭବାନୀପାଟଣା:-କଳାହାଣ୍ଡି ଜିଲ୍ଲା ସମାଜ କଲ୍ୟାଣ ବିଭାଗ ଏବଂ ପିରାମଲ ଫାଉଂଡେସନର ଆନୁକୂଲ୍ୟରେ ଜିଲ୍ଲାପାଳଙ୍କ କନଫରେନ୍ସ ହଲରେ ଜିଲାସ୍ତରୀୟ ‘କୁଶାଲ ବଚ୍ପନ୍’ଅଭିଯାନର ଶୁଭାରମ୍ଭ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ କଲ୍ୟାଣ ମୁଖ୍ୟ ପ୍ରଭାତୀ ତ୍ରିପାଠୀ ,ଉପମୁଖ୍ୟ ଦୁଲାଲ ସେନାପତି, ମିଶନ ଶକ୍ତି ର ପି. ଡି. ସି ଅମୃତ ପାଢ଼ୀ, ବି. ପି.ଏମ ବିଶ୍ୱନାଥ ଦାସ, ସମସ୍ତ ବ୍ଲକ ର ସମନ୍ବିତ ଶିଶୁ ବିକାଶ ଅଧିକାରିଣୀ ,ମହିଳାସୁପରଭାଇଜର, ପିରାମଲ ଫାଉଂଡେସନ ର ପ୍ରବନ୍ଧକ ବିକ୍ରମ କିଶୋର ରଣା, ସହଯୋଗୀ ହରିଶଙ୍କର, ଗାନ୍ଧୀ ଫେଲୋ ଓମ ପ୍ରକାଶ ପ୍ରମୁଖ ଯୋଗଦାନ କରିଥିଲେ । ‘କୁଶାଲ ବଚ୍ପନ୍ ଅଭିଯାନ’ ପିରାମଲ ଫାଉଂଡେସନ ତରଫରୁ ଆକାଂକ୍ଷୀ ଜିଲ୍ଲା ନିମନ୍ତେ ଏକ କାର୍ଯ୍ୟକ୍ରମ ଯେଉଁ ଥିରେ ୦-୬ ବର୍ଷ ର ପିଲା ମାନଙ୍କର ବୌଦ୍ଧିକ ଜ୍ଞାନ ବିକାଶ ଏବଂ ସ୍ୱାସ୍ଥ୍ୟ ତଥା ଶିକ୍ଷା ର ଉନ୍ନତି ଲାଗି ଉଦ୍ଧିଷ୍ଟ । କଳାହାଣ୍ଡି ଜିଲ୍ଲା ର ୪ଟି ବ୍ଲକ ରୁ ୧୦୦ ଟି ଅଙ୍ଗନବାଡି କେନ୍ଦ୍ର ରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯିବ ଓ ଏହି ଅଙ୍ଗନବାଡି ଗୁଡିକୁ ଡେମୋ ଅଙ୍ଗନବାଡି ରୂପେ ଗଢିବାର ପ୍ରୟାସ କରାଯିବ ବୋଲି ଜଣାପଡିଛି । ଏହି କାର୍ଯ୍ୟକ୍ରମ ମାଧ୍ୟ୍ୟମରେ ଶିଶୁ ଓ ମା ମାନଙ୍କର ଟୀକାକରଣ, ପାଠ ପଢ଼ିବା ଲାଗି ରୁଚିକର ପରିବେଶ, ଶିଶୁ ର ବୌଦ୍ଧିକ ବିକାଶ ଲାଗି ଖେଳ କୁଦର ବ୍ୟବସ୍ଥା ଆଦି ର ବିକାଶ କରାଯିବ। ଆୟୋଜିତ ଉଦ୍ଧଘାଟନ ସମାରୋହ ରେ ଚୟନିତ ଅଙ୍ଗନବାଡି ଦିଦି ମାନେ କିପରି ନିଜ ଅଙ୍ଗନବାଡି କେନ୍ଦ୍ରରେ ଏହି କାର୍ଯ୍ୟକ୍ରମ କୁ ସୁଚାରୁ ରୂପେ ପରିଚାଳନା କରିବେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ଅଙ୍ଗନବାଡି କେନ୍ଦ୍ରକୁ କିପରି ଆହୁରି ସୁନ୍ଦର ଓ ଶିଶୁ ଙ୍କ ଲାଗି ରୁଚିକର କରାଯାଇପାରିବ ସେଥିପ୍ରତି ଧ୍ୟାନ ଦେବା ଲାଗି ଚେଷ୍ଟା କରାଯିବ ବୋଲି କାର୍ଯ୍ୟକ୍ରମ ରେ ପ୍ରକାଶ କରିଥିଲେ।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

