ନ୍ୟୁଜଗ୍ୟାଲେରି,ଭବାନୀପାଟଣା:-କଳାହାଣ୍ଡି ଜିଲ୍ଲା ସମାଜ କଲ୍ୟାଣ ବିଭାଗ ଏବଂ ପିରାମଲ ଫାଉଂଡେସନର ଆନୁକୂଲ୍ୟରେ ଜିଲ୍ଲାପାଳଙ୍କ କନଫରେନ୍ସ ହଲରେ ଜିଲାସ୍ତରୀୟ ‘କୁଶାଲ ବଚ୍ପନ୍’ଅଭିଯାନର ଶୁଭାରମ୍ଭ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ କଲ୍ୟାଣ ମୁଖ୍ୟ ପ୍ରଭାତୀ ତ୍ରିପାଠୀ ,ଉପମୁଖ୍ୟ ଦୁଲାଲ ସେନାପତି, ମିଶନ ଶକ୍ତି ର ପି. ଡି. ସି ଅମୃତ ପାଢ଼ୀ, ବି. ପି.ଏମ ବିଶ୍ୱନାଥ ଦାସ, ସମସ୍ତ ବ୍ଲକ ର ସମନ୍ବିତ ଶିଶୁ ବିକାଶ ଅଧିକାରିଣୀ ,ମହିଳାସୁପରଭାଇଜର, ପିରାମଲ ଫାଉଂଡେସନ ର ପ୍ରବନ୍ଧକ ବିକ୍ରମ କିଶୋର ରଣା, ସହଯୋଗୀ ହରିଶଙ୍କର, ଗାନ୍ଧୀ ଫେଲୋ ଓମ ପ୍ରକାଶ ପ୍ରମୁଖ ଯୋଗଦାନ କରିଥିଲେ । ‘କୁଶାଲ ବଚ୍ପନ୍ ଅଭିଯାନ’ ପିରାମଲ ଫାଉଂଡେସନ ତରଫରୁ ଆକାଂକ୍ଷୀ ଜିଲ୍ଲା ନିମନ୍ତେ ଏକ କାର୍ଯ୍ୟକ୍ରମ ଯେଉଁ ଥିରେ ୦-୬ ବର୍ଷ ର ପିଲା ମାନଙ୍କର ବୌଦ୍ଧିକ ଜ୍ଞାନ ବିକାଶ ଏବଂ ସ୍ୱାସ୍ଥ୍ୟ ତଥା ଶିକ୍ଷା ର ଉନ୍ନତି ଲାଗି ଉଦ୍ଧିଷ୍ଟ । କଳାହାଣ୍ଡି ଜିଲ୍ଲା ର ୪ଟି ବ୍ଲକ ରୁ ୧୦୦ ଟି ଅଙ୍ଗନବାଡି କେନ୍ଦ୍ର ରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯିବ ଓ ଏହି ଅଙ୍ଗନବାଡି ଗୁଡିକୁ ଡେମୋ ଅଙ୍ଗନବାଡି ରୂପେ ଗଢିବାର ପ୍ରୟାସ କରାଯିବ ବୋଲି ଜଣାପଡିଛି । ଏହି କାର୍ଯ୍ୟକ୍ରମ ମାଧ୍ୟ୍ୟମରେ ଶିଶୁ ଓ ମା ମାନଙ୍କର ଟୀକାକରଣ, ପାଠ ପଢ଼ିବା ଲାଗି ରୁଚିକର ପରିବେଶ, ଶିଶୁ ର ବୌଦ୍ଧିକ ବିକାଶ ଲାଗି ଖେଳ କୁଦର ବ୍ୟବସ୍ଥା ଆଦି ର ବିକାଶ କରାଯିବ। ଆୟୋଜିତ ଉଦ୍ଧଘାଟନ ସମାରୋହ ରେ ଚୟନିତ ଅଙ୍ଗନବାଡି ଦିଦି ମାନେ କିପରି ନିଜ ଅଙ୍ଗନବାଡି କେନ୍ଦ୍ରରେ ଏହି କାର୍ଯ୍ୟକ୍ରମ କୁ ସୁଚାରୁ ରୂପେ ପରିଚାଳନା କରିବେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ଅଙ୍ଗନବାଡି କେନ୍ଦ୍ରକୁ କିପରି ଆହୁରି ସୁନ୍ଦର ଓ ଶିଶୁ ଙ୍କ ଲାଗି ରୁଚିକର କରାଯାଇପାରିବ ସେଥିପ୍ରତି ଧ୍ୟାନ ଦେବା ଲାଗି ଚେଷ୍ଟା କରାଯିବ ବୋଲି କାର୍ଯ୍ୟକ୍ରମ ରେ ପ୍ରକାଶ କରିଥିଲେ।
Latest entries
ଜିଲ୍ଲା ଖବରJanuary 16, 2026ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଯୁବ-ଛାତ୍ର ବିଜେଡିର ସାମ୍ବାଦିକ ସମ୍ମିଳନୀ
ଜିଲ୍ଲା ଖବରJanuary 15, 2026ମା ମାଣିକେଶ୍ୱରୀ ମନ୍ଦିର ରୁ ବାହାରିଲା ମଶାଲ ଯାତ୍ରା
ଜିଲ୍ଲା ଖବରJanuary 13, 2026୨୮ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ ଉପଲକ୍ଷେ ଜିଲ୍ଲା ସ୍ତରୀୟ ବ୍ୟାଡ଼ମିଣ୍ଟନ ଖେଳ ପ୍ରତିଯୋଗିତା
ଜିଲ୍ଲା ଖବରJanuary 12, 2026କବି ବିରଞ୍ଚି ନାରାୟଣ ଦରୱାନଙ୍କ କବିତା ବହି “ସାରା ଆକାଶ ତମର” ଲୋକାର୍ପିତ

