ନ୍ୟୁଜଗ୍ୟାଲେରି,ଧର୍ମଗଡ଼ :(ହେମନ୍ତ କୁମାର ମାଝୀ) ଉପଖଣ୍ଡ ଅଞ୍ଚଳରେ ଦୈନନ୍ଦିନ ବାଇକ ଚୋରି ହେବା ଭଳି ଖବର ବଢି ଚାଲିଛି । ପୁଲିସର ନିଷ୍କ୍ରିୟତା ଯୋଗୁଁ ଚୋର ମାନେ ବିଭିନ୍ନ ସ୍ଥାନ ରୁ ଚୋରି କରିବା ସାହାସ ଜୁଟାଉଥିବା ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି । ବର୍ତ୍ତମାନ ଧର୍ମଗଡ ପୁଲିସ ସକ୍ରିୟ ହୋଇ ଉଠିଛି । ଜଣେ ବାଇକ ଚୋର କୁ ଧରିବାରେ ସକ୍ଷମ ହୋଇଛି।
ଏନେଇ ଧର୍ମଗଡ ଥାନା ପରିସରରେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ମନୋଜ କୁମାର ବେହେରା ଏକ ସାମ୍ବାଦିକ ସମ୍ମିଳନୀ ରେ ପ୍ରକାଶ କରିଛନ୍ତି । ଗତ ୬-୧୧-୨୪ରିଖ ଦିନ ଧର୍ମଗଡ ଥାନା ଅଧିନସ୍ଥ ବିରାମାଲ ଗ୍ରାମର ଆଶିଷ କୁମାର ନାଏକଙ୍କ ବାଇକ ଚୋରି ହୋଇ ଯାଇଥିଲା । ଏନେଇ ୯-୧୧-୨୪ରିଖ ରେ ଧର୍ମଗଡ ଥାନାରେ ଏକ ଅଭିଯୋଗ କରିଥିଲେ। ଅଭିଯୋଗ କୁ ଭିତ୍ତି କରି ଥାନା ରେ ଏକ ମାମଲା ରୁଜୁ କରି ପୁଲିସ ଏହାର ତଦନ୍ତ ଆଗେଇଥିଲା । ସ୍ୱତନ୍ତ୍ର ଟିମ ପୁଲିସ ଗଠନ କରି ତଦନ୍ତ କୁ ତ୍ୱରାନ୍ୱିତ କରିଥିବା ବେଳେ ଶେଷରେ ଚୋର କୁ କାବୁ କରିବାରେ ସଫଳ ହୋଇଛି । ଅଭିଯୁକ୍ତ ଜଣକ ଜୁନାଗଡ଼ ଥାନା ଅନ୍ତର୍ଗତ ନକଟିଗୁଡା ଗ୍ରାମର ସୁମନ୍ତ ନାଏକ । ପୁଲିସ ଠାରେ ବିଭିନ୍ନ ସ୍ଥାନରୁ ୬ଗୋଟି ବାଇକ ଚୋରି କରିଥିବା ଅଭିଯୁକ୍ତ ଜଣକ ସ୍ଵୀକାର କରିଛି । ଅନ୍ୟପଟେ ଧର୍ମଗଡ ଉପଖଣ୍ଡ ର ବିଭିନ୍ନ ସ୍ଥାନରୁ ମୋଟ ୧୩ଗୋଟି ବାଇକ ପୁଲିସ ଜବତ କରିଥିବା ବେଳେ ସଂପୃକ୍ତ ଅଭିଯୁକ୍ତ ମାନଙ୍କୁ ପୁଲିସ ଖୋଜୁଥିବା ଏସଡିପିଓ ଶ୍ରୀ ବେହେରା ପ୍ରକାଶ କରିଛନ୍ତି । ତେବେ ଅଭିଯୁକ୍ତ ସୁମନ୍ତ ନାଏକ ଙ୍କୁ ଆଜି କୋର୍ଟ ଚାଲାଣ କରିଥିବା ପୁଲିସ ସାମ୍ବାଦିକ ସମ୍ମିଳନୀ ରେ ପ୍ରକାଶ କରିଛି। ଏହି ସାମ୍ବାଦିକ ସମ୍ମିଳନୀରେ ଧର୍ମଗଡ ଥାନା ଅଧିକାରୀ ଦାମୋଦର ବିହାରୀ ଙ୍କ ସମେତ ଥାନା ର ଅନ୍ୟ ପୁଲିସ କର୍ମଚାରୀ ଉପସ୍ଥିତ ରହିଥିଲେ । ପୁଲିସ ର ଏଭଳି ସଫଳତା କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି ।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

