ନ୍ୟୁଜଗ୍ୟାଲେରି,ଧର୍ମଗଡ଼ :(ହେମନ୍ତ କୁମାର ମାଝୀ) ଉପଖଣ୍ଡ ଅଞ୍ଚଳରେ ଦୈନନ୍ଦିନ ବାଇକ ଚୋରି ହେବା ଭଳି ଖବର ବଢି ଚାଲିଛି । ପୁଲିସର ନିଷ୍କ୍ରିୟତା ଯୋଗୁଁ ଚୋର ମାନେ ବିଭିନ୍ନ ସ୍ଥାନ ରୁ ଚୋରି କରିବା ସାହାସ ଜୁଟାଉଥିବା ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି । ବର୍ତ୍ତମାନ ଧର୍ମଗଡ ପୁଲିସ ସକ୍ରିୟ ହୋଇ ଉଠିଛି । ଜଣେ ବାଇକ ଚୋର କୁ ଧରିବାରେ ସକ୍ଷମ ହୋଇଛି।
ଏନେଇ ଧର୍ମଗଡ ଥାନା ପରିସରରେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ମନୋଜ କୁମାର ବେହେରା ଏକ ସାମ୍ବାଦିକ ସମ୍ମିଳନୀ ରେ ପ୍ରକାଶ କରିଛନ୍ତି । ଗତ ୬-୧୧-୨୪ରିଖ ଦିନ ଧର୍ମଗଡ ଥାନା ଅଧିନସ୍ଥ ବିରାମାଲ ଗ୍ରାମର ଆଶିଷ କୁମାର ନାଏକଙ୍କ ବାଇକ ଚୋରି ହୋଇ ଯାଇଥିଲା । ଏନେଇ ୯-୧୧-୨୪ରିଖ ରେ ଧର୍ମଗଡ ଥାନାରେ ଏକ ଅଭିଯୋଗ କରିଥିଲେ। ଅଭିଯୋଗ କୁ ଭିତ୍ତି କରି ଥାନା ରେ ଏକ ମାମଲା ରୁଜୁ କରି ପୁଲିସ ଏହାର ତଦନ୍ତ ଆଗେଇଥିଲା । ସ୍ୱତନ୍ତ୍ର ଟିମ ପୁଲିସ ଗଠନ କରି ତଦନ୍ତ କୁ ତ୍ୱରାନ୍ୱିତ କରିଥିବା ବେଳେ ଶେଷରେ ଚୋର କୁ କାବୁ କରିବାରେ ସଫଳ ହୋଇଛି । ଅଭିଯୁକ୍ତ ଜଣକ ଜୁନାଗଡ଼ ଥାନା ଅନ୍ତର୍ଗତ ନକଟିଗୁଡା ଗ୍ରାମର ସୁମନ୍ତ ନାଏକ । ପୁଲିସ ଠାରେ ବିଭିନ୍ନ ସ୍ଥାନରୁ ୬ଗୋଟି ବାଇକ ଚୋରି କରିଥିବା ଅଭିଯୁକ୍ତ ଜଣକ ସ୍ଵୀକାର କରିଛି । ଅନ୍ୟପଟେ ଧର୍ମଗଡ ଉପଖଣ୍ଡ ର ବିଭିନ୍ନ ସ୍ଥାନରୁ ମୋଟ ୧୩ଗୋଟି ବାଇକ ପୁଲିସ ଜବତ କରିଥିବା ବେଳେ ସଂପୃକ୍ତ ଅଭିଯୁକ୍ତ ମାନଙ୍କୁ ପୁଲିସ ଖୋଜୁଥିବା ଏସଡିପିଓ ଶ୍ରୀ ବେହେରା ପ୍ରକାଶ କରିଛନ୍ତି । ତେବେ ଅଭିଯୁକ୍ତ ସୁମନ୍ତ ନାଏକ ଙ୍କୁ ଆଜି କୋର୍ଟ ଚାଲାଣ କରିଥିବା ପୁଲିସ ସାମ୍ବାଦିକ ସମ୍ମିଳନୀ ରେ ପ୍ରକାଶ କରିଛି। ଏହି ସାମ୍ବାଦିକ ସମ୍ମିଳନୀରେ ଧର୍ମଗଡ ଥାନା ଅଧିକାରୀ ଦାମୋଦର ବିହାରୀ ଙ୍କ ସମେତ ଥାନା ର ଅନ୍ୟ ପୁଲିସ କର୍ମଚାରୀ ଉପସ୍ଥିତ ରହିଥିଲେ । ପୁଲିସ ର ଏଭଳି ସଫଳତା କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି ।
Latest entries
ଜିଲ୍ଲା ଖବରJanuary 16, 2026ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଯୁବ-ଛାତ୍ର ବିଜେଡିର ସାମ୍ବାଦିକ ସମ୍ମିଳନୀ
ଜିଲ୍ଲା ଖବରJanuary 15, 2026ମା ମାଣିକେଶ୍ୱରୀ ମନ୍ଦିର ରୁ ବାହାରିଲା ମଶାଲ ଯାତ୍ରା
ଜିଲ୍ଲା ଖବରJanuary 13, 2026୨୮ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ ଉପଲକ୍ଷେ ଜିଲ୍ଲା ସ୍ତରୀୟ ବ୍ୟାଡ଼ମିଣ୍ଟନ ଖେଳ ପ୍ରତିଯୋଗିତା
ଜିଲ୍ଲା ଖବରJanuary 12, 2026କବି ବିରଞ୍ଚି ନାରାୟଣ ଦରୱାନଙ୍କ କବିତା ବହି “ସାରା ଆକାଶ ତମର” ଲୋକାର୍ପିତ

