ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ଯୁବ ସାମ୍ବାଦିକ ମହମ୍ମଦ ଅସଲମ୍ ଙ୍କ ତୃତୀୟ ପୁଣ୍ୟ ତିଥି ଅବସରରେ ମହମ୍ମଦ ଅସଲମ୍ ସ୍ମୃତି କମିଟି ତରଫରୁ ଭବାନୀପାଟଣା ଅମଲା ଭବନ ଠାରେ ଏକ ସ୍ମୃତି ସଭାର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ବିଶିଷ୍ଟ ଅତିଥି ଭାବେ ଜୁନାଗଡ଼ ବିଧାୟକ ଦିବ୍ୟ ଶଙ୍କର ମିଶ୍ର, ବରିଷ୍ଠ ସାମ୍ବାଦିକ ଉମାଶଙ୍କର କର, ପୁରୁଷୋତ୍ତମ ସିଂ ଠାକୁର, ମନୋରଞ୍ଜନ ଯୋଷୀ, ସମାଜସେବା ଭାରତ ଠାକୁର, ଶିକ୍ଷାବିତ ଡଃ ଅଜୟ କୁମାର ମିଶ୍ର, ଡଃ ଉମେଶ ଚନ୍ଦ୍ର ଶତପଥୀ ପ୍ରମୁଖ ମଞ୍ଚାସିନ ଥିଲେ।
ଏହି ଅବସରରେ ପାରା ଏଥଲେଟ ଖେଳାଳୀ ଆକାଶ ମୁଣ୍ଡ, ବରିଷ୍ଠ ସାମ୍ବାଦିକ ଲକ୍ଷ୍ମୀ କାନ୍ତ ବାଗ, ସଫେଇ କର୍ମଚାରୀ ବସନ୍ତ ନାଏକଙ୍କୁ ମହମ୍ମଦ ଅସଲମ୍ ସ୍ମୃତି ସମ୍ମାନ ରେ ସମ୍ବର୍ଦ୍ଧିତ କରିବା ସହ ମାନପତ୍ର ପ୍ରଦାନ କରାଯାଇଥିଲା । ବିଭିନ୍ନ କଲେଜ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ହୋଇଥିବା ଇଂରାଜୀ ଓ ଓଡିଆ ପ୍ରବନ୍ଧ ପ୍ରତିଯୋଗିତାରେ ବିଜୟୀ ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇଥିଲା।ସେହି ପରି ବରିଷ୍ଠ ସାମ୍ବାଦିକ ଦୟାନିଧି ଦାଶ,ବଡଖବର ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ, ସାମ୍ବାଦିକା ଅରୁନ୍ଧତୀ ମହାନ୍ତି ଭର୍ଚୁଆଲ ମାଧ୍ୟମରେ ଯୋଗଦେଇ ନିଜର ମତାମତ ରଖିଥିଲେ।
ଏହି କାର୍ଯ୍ୟକ୍ରମକୁ ଯୁବନେତା ଅବିନାଶ ଠାକୁର ପରିଚାଳନା କରିଥିବାବେଳେ ସନ୍ତୋଷ ସିଂହ ଦେଓ ଧନ୍ୟବାଦ ଅର୍ପଣ କରିଥିଲେ। ମହମ୍ମଦ୍ ଅସଲମ୍ ସ୍ମୃତି କମିଟି ର ବିଜୟ ସାହୁ, ଅଜିତ ସିଂ, ତାପସ ମହାନ୍ତି , ମନ ପ୍ରଧାନ, ଦୁଃଖିଶ୍ୟାମ ପ୍ରଧାନ, ସୁଭମ ରୋହିଲା ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

