Hemant Kumar Ray
Editor, News Gallery Mob: 9439506580 Email: newsgallery.in@gmail.com
କାର୍ଯ୍ୟକ୍ରମ ରେ ଜିଲ୍ଲା ଶିକ୍ଷାଅଧିକାରୀ ସୁଶାନ୍ତ ଚୋକ ଦାର ସମ୍ମାନିତ ଅତିଥିଭାବେ ଯୋଗଦେଇ ଥିଲେ କେସିଙ୍ଗା ଏନଏ ସି ଅଧ୍ୟକ୍ଷ ନୃପ ରାଜ ଯାଦବ ଓ କେସିଙ୍ଗା ପଞ୍ଚାୟତ ସମିତି ଅଧ୍ୟକ୍ଷ ଚନ୍ଦନ ସେନାପତି , ଓଡ଼ିଶା ହକି ସଂଗଠନ ସଂଯୋଜକ ଶେଖର ବେହେରା ମଞ୍ଚା ସିନ ଥିଲେ ।ମୂଖ୍ୟ ଅତିଥି ତାଙ୍କ ଉଦବୋଧନ ରେ ହକି ବିଷୟରେ ବିସ୍ତୃତ ଆଲୋଚନା କରି ଓଡ଼ିଶା ରେ ଲୁଚି ଯାଇଥିବା ହକି ଖେଳକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ପ୍ରଚେଷ୍ଟା ରେ ଆଜି କିପରି ଘରେ ଘରେ ହକି ଲୋକପ୍ରିୟତା ଶୀର୍ଷରେ ପହଂଚି ପାରିଛି ସେଥିପାଇଁ ସିଂଦେଓ ମୂଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ୍ ଜଣାଇ ଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଥିବା ତୀର ଗୁଡିକ କିପରି ଚାଳନା କରା ଯାଏ ଅତିଥି ମାନେ ମଧ୍ୟ ତୀର ଚାଳନା ଶିକ୍ଷା କରିଥିଲେ।ଏ ଠାରେ ପ୍ରକାଶ ଥାଉ କି ଏହି ତାଲିମ୍ କେନ୍ଦ୍ର ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଦୁଇ ଜଣ ହକି ପ୍ରଶିକ୍ଷକ ଙ୍କୁ ନିଯୁକ୍ତି କରାଯାଇଛି।ସେମାନେ ହେଲେ ସୁନ୍ଦରଗଡର ପୁରନ କର ଓ ଅନ୍ୟ ଜଣେ ପ୍ରଶିକ୍ଷକ ହେଲେ ନୟାଗଡ଼ ର ଜୁମର ସାହୁ ବୋଲି ଜଣାପଡିଛି।
ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଡିଷ୍ଟିକ ସ୍ପୋର୍ଟସ ଅଫିସର୍ ରମେଶ ଚନ୍ଦ୍ର ପାଢ଼ୀ ,ପୂର୍ବତନ ଏନଏ ସି ଅଧ୍ୟକ୍ଷ ରାମ କୁମାର ଜୈନ୍,ରଘୁ ରାଜ ସିଂ, ବୀରେନ ପରିଡ଼ା ପ୍ରମୁଖମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିବା ବେଳେ ମଞ୍ଚ ପରିଚାଳନା କରିଥିଲେ ବିକ୍ରମ ସାହୁ ଓ ହେମନ୍ତ ବାଗ ଶେଷରେ ଧନ୍ୟବାଦ୍ ଅର୍ପଣ କରିଥିଲେ ।
Editor, News Gallery Mob: 9439506580 Email: newsgallery.in@gmail.com
