ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: କଳାହାଣ୍ଡି ସଶକ୍ତ ମହିଳା ଓ ସାହିତ୍ୟ କ୍ଷେତ୍ର ରେ ନାରୀ ମାନଙ୍କ ଅବଦାନ କୁ ନେଇ ଅବସର ପ୍ରାପ୍ତ ବରିଷ୍ଠ ନାଗରିକ ମାନଙ୍କ ଦ୍ଵାରା ଏକ ଆଲୋଚନା ପର୍ବ ଓ କବିତା ଆସର ଭବାନୀପାଟଣା ସ୍ଥିତ ଅମଲା ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ,ସମ୍ମାନିତ ଅତିଥି ରୂପେ ସୁଶ୍ରୀ ମମତା ଦାସ,ଡ଼. ବନମାଳୀ ମେହର, ଡ଼. ଅଜୟ ମିଶ୍ର,ଅବସର ପ୍ରାପ୍ତ ଅଧ୍ୟକ୍ଷ ମହିଳା ମହାବିଦ୍ୟାଳୟ ଅଧ୍ୟାପକ ସମୀର କୁମାର ମହାପାତ୍ର ଯୋଗ ଦେଇଥିଲେ ।
ଶରତ ଚନ୍ଦ୍ର ନାୟକ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ର ରେ ଅଧ୍ୟାପକ ଚନ୍ଦ୍ର ଶେଖର ଆଚରୀ , ମଳୟ ମୁଣ୍ଡ,ସଜେନ୍ଦ୍ର କୁମାର ସାହୁ , ମହମ୍ମଦ ବୁରହାନ , ପ୍ରମୁଖ ଉପସ୍ଥିତ ଥିଲେ । ବକ୍ତାମାନେ ନାରୀର ଭୂମିକା ସମ୍ପର୍କରେ ଗୁରୁତ୍ଵ ପୂର୍ଣ୍ଣ ତଥ୍ୟ ସହିତ ସେମାନଙ୍କ ର ଦକ୍ଷତା ବିଷୟରେ ଆଲୋକପାତ କରିଥିଲେ । ଅତିଥି ମାନେ କବି ଓ କବିୟତ୍ରି ମାନଙ୍କ ଦ୍ଵାରା ସ୍ୱ -ରଚିତ କବିତା ଶୁଣି ଆନନ୍ଦିତ ହୋଇଥିଲେ । କବିତା ଆସର ର ଅନ୍ୟ ପର୍ଯ୍ୟାୟରେ ସୁଶ୍ରୀ ସବିତା ପଟ୍ଟନାୟକ ମହିଳା ବିଭାଗ ଅବସର ପ୍ରାପ୍ତ କର୍ମଚାରୀ ସଂଘ ସଭାପତି ମୁଖ୍ୟ ଅତିଥି ଓ ସମ୍ମାନୀୟ ଅତିଥି ମଞ୍ଜୁ ମେଧା ଗୁରୁ , କଳ୍ପନା ରଥ, ବିରଞ୍ଚି ନାରାୟଣ ମୁଣ୍ଡ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମ କବି କବିୟତ୍ରୀ ମାନଙ୍କୁ ନିଜ ଅଭିଭାଷଣ ରେ ଉତ୍ସାହିତ କରିଥିଲେ । ” ଶ୍ରେଷ୍ଠ କବୀୟତ୍ରି ଓ ସେବା ଶ୍ରୀ ସମ୍ମାନ -୨୦୨୫ ” ରେ ସୁଶ୍ରୀ ସଂଘମିତ୍ରା କାନୁନଗୋ ଙ୍କୁ ସମ୍ମାନିତ କରାଯାଇଥିଲା। ସମୀର ମହାପାତ୍ର ମଞ୍ଚ ପରିଚାଳନା କରିଥିବାବେଳେ ରୂପ କେଶରୀ ଦଳେଇ ଧନ୍ୟବାଦ ଅର୍ପଣ କରିଥିଲେ ।
Latest entries
ଜିଲ୍ଲା ଖବରSeptember 21, 2026ସ୍ଵତନ୍ତ୍ର ସଘନ ସଂଶୋଧନ -୨୦୨୬ ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶନ
ଜିଲ୍ଲା ଖବରSeptember 18, 2026ପ୍ରଧାନମନ୍ତ୍ରୀଙ୍କ ୭୬ତମ ଜନ୍ମଦିବସରେ ଆଶୀର୍ବାଦ ଦୀପ ପ୍ରଜ୍ୱଲନ
ଜିଲ୍ଲା ଖବରSeptember 10, 2026ଜିଲ୍ଲା ସ୍ତରୀୟ ” ବେଟି ବଚାଓ ବେଟି ପଢ଼ାଓ” ସମନ୍ନୟ ବୈଠକ ଅନୁଷ୍ଠିତ
ଜିଲ୍ଲା ଖବରSeptember 9, 2026ବିଦ୍ୟୁତ୍ ସଂସ୍ପର୍ଶରେ ମା’-ଝିଅଙ୍କ ମୃତ୍ୟୁ

