ନ୍ୟୁଜ ଗ୍ୟାଲେରି, ଜୁନାଗଡ଼:କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହରସ୍ଥିତ ବିଜୁ ପଟ୍ଟନାୟକ ଷ୍ଟାଡିୟମ ଠାରେ ଦୈନିକ ଖବରକାଗଜ ‘ଦର୍ଶନ’ର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଧର୍ମଗଡ ବିଧାୟକ ସୁଧିର କୁମାର ପଟ୍ଟଯୋଶୀ,ସମ୍ମାନୀତ ଅତିଥି ଭାବେ ନର୍ଲା ବିଧାୟିକା ମନୋରମା ମହାନ୍ତି, ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ, ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଭବସିନ୍ଧୁ ମଙ୍ଗରାଜ, ଦର୍ଶନ ଖବରକାଗଜର ସମ୍ପାଦକ ବିଭୁତି ଭୁଷଣ ନାୟକ, ସହ ସମ୍ପାଦକ ପ୍ରଶ୍ମିତା ମହାନ୍ତି, ଜୟପ୍ରକାଶ ନାରାୟଣ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ପରମେଶ୍ବର ମୁଣ୍ଡ, ଧର୍ମଗଡ଼ ବ୍ଲକ ସରପଞ୍ଚ ସଂଘ ସଭାପତି ହାତିରାମ ଦୁର୍ଗା, ବରିଷ୍ଠ ଆଇନଜୀବି ଦୁର୍ଗାପ୍ରସାଦ ନାଏକ, ଯୁବ ଉଦ୍ୟୋଗପତି ସନ୍ତୋଷ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ।
ଏହି ଉପଲକ୍ଷେ ଦର୍ଶନ ଖବର କାଗଜ ପକ୍ଷରୁ କଳାହାଣ୍ଡି ଜିଲ୍ଳାର ବିଭିନ୍ନ ବର୍ଗ, ସମାଜସେବୀ ଓ ସାମ୍ବାଦିକ ମାନଙ୍କୁ ମାନପତ୍ର ଦେଇ ସମ୍ମାନୀତ କରାଯାଇଥିଲା। ଚିତ୍ତରଞ୍ଜନ ଦଳପତି ମଞ୍ଚ ପରିଚାଳନା କରିଥିବା ବେଳେ ଦୈନିକ ଖବରକାଗଜ ଦର୍ଶନର କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଅନନ୍ତ କୁମାର ପାଳ ଓ ଜୁନାଗଡ଼ ବ୍ଲକ ପ୍ରତିନିଧି ହିମାଂଶୁ ଶେଖର ବରାଡ଼ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଦର୍ଶନ ଖବର କାଗଜର ସମସ୍ତ ଜିଲ୍ଲା , ଉପଖଣ୍ଡ ଓ ବ୍ଳକ ପ୍ରତିନିଧି ଉପସ୍ଥିତ ରହି ସହଯୋଗ କରିଥିଲେ।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

