ନ୍ୟୁଜ ଗ୍ୟାଲେରି, ଜୁନାଗଡ଼:କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହରସ୍ଥିତ ବିଜୁ ପଟ୍ଟନାୟକ ଷ୍ଟାଡିୟମ ଠାରେ ଦୈନିକ ଖବରକାଗଜ ‘ଦର୍ଶନ’ର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଧର୍ମଗଡ ବିଧାୟକ ସୁଧିର କୁମାର ପଟ୍ଟଯୋଶୀ,ସମ୍ମାନୀତ ଅତିଥି ଭାବେ ନର୍ଲା ବିଧାୟିକା ମନୋରମା ମହାନ୍ତି, ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ, ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଭବସିନ୍ଧୁ ମଙ୍ଗରାଜ, ଦର୍ଶନ ଖବରକାଗଜର ସମ୍ପାଦକ ବିଭୁତି ଭୁଷଣ ନାୟକ, ସହ ସମ୍ପାଦକ ପ୍ରଶ୍ମିତା ମହାନ୍ତି, ଜୟପ୍ରକାଶ ନାରାୟଣ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ପରମେଶ୍ବର ମୁଣ୍ଡ, ଧର୍ମଗଡ଼ ବ୍ଲକ ସରପଞ୍ଚ ସଂଘ ସଭାପତି ହାତିରାମ ଦୁର୍ଗା, ବରିଷ୍ଠ ଆଇନଜୀବି ଦୁର୍ଗାପ୍ରସାଦ ନାଏକ, ଯୁବ ଉଦ୍ୟୋଗପତି ସନ୍ତୋଷ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ।
ଏହି ଉପଲକ୍ଷେ ଦର୍ଶନ ଖବର କାଗଜ ପକ୍ଷରୁ କଳାହାଣ୍ଡି ଜିଲ୍ଳାର ବିଭିନ୍ନ ବର୍ଗ, ସମାଜସେବୀ ଓ ସାମ୍ବାଦିକ ମାନଙ୍କୁ ମାନପତ୍ର ଦେଇ ସମ୍ମାନୀତ କରାଯାଇଥିଲା। ଚିତ୍ତରଞ୍ଜନ ଦଳପତି ମଞ୍ଚ ପରିଚାଳନା କରିଥିବା ବେଳେ ଦୈନିକ ଖବରକାଗଜ ଦର୍ଶନର କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଅନନ୍ତ କୁମାର ପାଳ ଓ ଜୁନାଗଡ଼ ବ୍ଲକ ପ୍ରତିନିଧି ହିମାଂଶୁ ଶେଖର ବରାଡ଼ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଦର୍ଶନ ଖବର କାଗଜର ସମସ୍ତ ଜିଲ୍ଲା , ଉପଖଣ୍ଡ ଓ ବ୍ଳକ ପ୍ରତିନିଧି ଉପସ୍ଥିତ ରହି ସହଯୋଗ କରିଥିଲେ।
Latest entries
ଜିଲ୍ଲା ଖବରNovember 5, 2025ଉତ୍କଳ ଆଲୁମିନା ପକ୍ଷରୁ ଥୁଆମୂଲ୍ ରାମପୁର ବ୍ଲକରେ ଛାତ୍ରୀମାନଙ୍କ ପାଇଁ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର
ଜିଲ୍ଲା ଖବରNovember 4, 2025ଜଗନ୍ନାଥ ତ୍ରିପାଠୀଙ୍କ ମା କୁମୁଦିନୀ ତ୍ରିପାଠୀ ଆଉ ନାହାନ୍ତି
ଜିଲ୍ଲା ଖବରNovember 4, 2025୬୧ତମ ଜନ୍ମବର୍ଷିକୀ ମହୋତ୍ସବ ”ମହାବୀର ମହୋତ୍ସବ ୨୦୨୫ର ପ୍ରସ୍ତୁତି ବୈଠକ ସାମ୍ବାଦିକ ସମ୍ମିଳନୀ
ଜିଲ୍ଲା ଖବରNovember 3, 2025ଆସନ୍ତା ୧୯ରେ ମାଣିକେଶ୍ବରୀ ମହୋତ୍ସବ ସଫଳ ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ

