ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ସଦର ଥାନା ଅନ୍ତର୍ଗତ ଅଧମୁଣ୍ଡା ବାଇପାସ ରାସ୍ତା ନିକଟରେ ଏକ ଟ୍ରକ ଚାପ ରେ ଜଣେ ଯୁବକର ମୃତ୍ୟ ଘଟିଛି । ପୁଲିସ ସୂତ୍ରରୁ ପ୍ରକାଶ ଯେ ସ୍ଥାନୀୟ ମେଦିନୀ ପୁର ଗ୍ରାମର ପୂର୍ଣ୍ଣ ଶବର ( ୪୦)ଏକ ବାଇକ ଯୋଗେ ନିଜ ସମ୍ପର୍କୀୟଙ୍କ ଗାଁ ପରିଆ ବହାଲି ଯାଉଥିବା ବେଳେ ଅଧମୁଣ୍ଡା ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ସହ ଧକା ହେବା ଫଳରେ ଟ୍ରକ ଚକାତଳେ ଚାପି ହୋଇ ଘଟଣା ସ୍ଥଳରେ ହିଁ ପୂର୍ଣ୍ଣ ଶବରଙ୍କ ମୃତ୍ୟୁ ଘଟିଥିଲା । ଖବର ପାଇ ଭବାନୀପାଟଣା ସଦର ଥାନା ସବଇନ୍ସପେକ୍ଟର ଟୁନା ସେଠି ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଉଦ୍ଧାରକରିବାସହ ଦୁର୍ଘଟଣା ଘଟାଇଥିବା ଟ୍ରକ କୁ ଜବତ କରି ଡ୍ରାଇଭର ସୁବାଷ କୁମାର କୁ ଅଟକ ରଖି ଏକ କେଶ ରୁଜୁକରି ତଦନ୍ତ ଜାରି ରଖିଛନ୍ତି ।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

