ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା କ୍ଷେତ୍ରୀୟ ପାଇକ ସମାଜ ପୂର୍ବମଣ୍ଡଳ ଭବାନୀପାଟଣା ଉପମଣ୍ଡଳ ସ୍ତରୀୟ ନୂତନ କାର୍ଯ୍ୟ କର୍ତ୍ତା ଚୟନ ବୈଠକ ଭବାନୀପାଟଣା ସ୍ଥିତ ତାରିଣୀ ମନ୍ଦିର ପଡା ଭୈରବ ପ୍ରସାଦ ନାୟକ ଙ୍କ ପେଲେସ ଠାରେ ସମାଜର ଉପକୁଳପତି ଭୈରବ ପ୍ରସାଦ ନାୟକ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି ।
ଏହି ଉପମଣ୍ଡଳ ସ୍ତରୀୟ ବୈଠକରେ ପୂର୍ବତନ କୁଳପତି ଭବାନୀଶଙ୍କର ବାଣୁଆ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ମଣ୍ଡଳ ସଦସ୍ୟ କେଶରୀ ଦୁବେ ଭବାନୀପାଟଣା ଉପମଣ୍ଡଳ କୂଳସଦର ସନ୍ତୋଷ କୁମାର ନାୟକ ଓ ଭବାନୀପାଟଣା ଉପମଣ୍ଡଳ ସମ୍ପାଦକ ହେମନ୍ତ କୁମାର ରାୟ ଉପସ୍ଥିତ ରହି କ୍ଷେତ୍ରୀୟ ପାଇକ ସମାଜର ଉର୍ନ୍ନତି ସମ୍ପର୍କ ରେ ଆଲୋଚନା କରିବା ସହିତ ଭବାନୀପାଟଣା ପଲ୍ଲୀ ର ନୂତନ କାର୍ଯ୍ୟ କର୍ତ୍ତା ଚୟନ କରାଯାଇଥିଲା । ଭବାନୀପାଟଣା ପଲ୍ଲୀ ସଭାପତି ଭାବେ ଭୁବନେ ନାୟକ, ସମ୍ପାଦକ ଭାବେ ସୋନୁ ପ୍ରଧାନୀ ସର୍ବ ସଂମତିକ୍ରମେ ଚୟନ କରାଯାଇଥିଲା। ଭବାନୀପାଟଣା ଉପମଣ୍ଡଳ ସମ୍ପାଦକ ହେମନ୍ତ କୁମାର ରାୟ ଧନ୍ୟବାଦ ପ୍ରଦାନ କରିଥିଲେ ସମାଜ କଲ୍ୟାଣ ପାଇଁ ଆଗାମୀ ଦିନରେ ମହାସଭା କାର୍ଯ୍ୟକ୍ରମ ଥିବାରୁ ଏହି ସଭାରେ ବିଶୃତ ଆଲୋଚନା କରାଯାଇଥିଲା । ବୈଠକରେ ଭବାନୀପାଟଣା ପଲ୍ଲୀର କାର୍ଯ୍ୟ କର୍ତ୍ତା ସମେତ କ୍ଷେତ୍ରୀୟ ପାଇକ ସମାଜର କର୍ମକର୍ତ୍ତା ମାନେ ଉପସ୍ଥିତ ରହିଥିଲେ ।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

