ଜିଲ୍ଲା ସ୍ତରୀୟ ହେକାଥନ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ

0 minutes, 0 seconds Read

ନ୍ୟୁଜ ଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଭବାନୀପାଟଣା ବ୍ଲକ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ମୁଶିଗୁଡ଼ା ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଚୋପଦାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସଂଘର୍ଷ ହିଁ ଜୀବନର ମୂଳମନ୍ତ୍ର। ଯିଏ ନିଜକୁ ଯେତେ ପରିମାର୍ଜିତ କରିବ, ସିଏ ଜୀବନରେ ସେତେ ସଫଳତାର ଶୀର୍ଷକୁ ଛୁଇଁପାରିବ। ଏଥିପାଇଁ କଠିନ ପରିଶ୍ରମ ଓ ଡିଜିଟାଲି ଆମକୁ ଅଧିକ ସକ୍ଷମ ହେବାକୁ ପଡ଼ିବ ବୋଲି ଅତିଥିମାନେ ଜିଲ୍ଲାସ୍ତରୀୟ ହେକାଥନ ପ୍ରତିଯୋଗିତା କାର୍ଯ୍ୟକ୍ରମରେ ମତବ୍ୟକ୍ତ କରିଛନ୍ତି। ସମ୍ମାନିତ ଅତିଥି ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପବିତ୍ର ମୋହନ ସାହୁ, ଜିଲ୍ଲା ପର୍ଯ୍ୟବେକ୍ଷକ ଦୁଷ୍ମନ୍ତ ଶେଖର ପଢ଼ି, ବିଦ୍ୟାଳୟ ଅଧ୍ୟକ୍ଷା ଇତିଶ୍ରୀ ସାହୁ, ଓ.ୟୁ.ଟି.ଆର. ଭୁବନେଶ୍ୱରର ରୁରୁରାଜ ପ୍ରଧାନ ଓ ବିଶାଳ ପରିଢା ପ୍ରମୁଖ ମଞ୍ଚାସିନ ହୋଇଥିଲେ। ଶିକ୍ଷିକା ସୃତିଶିଲ୍ଭା ପଣ୍ଡା ସ୍ୱାଗତଭାଷଣ ଦେଇଥିବା ବେଳେ ବର୍ଷା ତ୍ରୀପାଠୀ ମଞ୍ଚ ପରିଚାଳନା କରିଥିଲେ। ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ ବିଦ୍ୟାଳୟର ଛାତ୍ରୀ ଏହି ପ୍ରତିଯୋଗିତାରେ ଉଚ୍ଚ ମାଧ୍ୟମିକ ସ୍ତରରେ ଅଧ୍ୟୟନରତ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଏଥିରେ ୨୪ ଟି ହେକାଥନ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ବିଚାରକ ଭାବେ ଓ.ୟୁ.ଟି.ଆର. ର ଡ.ରୁରୁରାଜ ପ୍ରଧାନ, ବିଶାଳ ପରିଡ଼ା, କଳାହାଣ୍ଡି ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟ ର ଡ.ସୁଶାନ୍ତ ମୋହନ୍ତ ଓ ଡ.ରାଜେନ୍ଦ୍ର ନାୟକ ଯୋଗ ଦେଇଥିଲେ। ଆୟୋଜିତ ପ୍ରତିଯୋଗିତାରେ ଇତିଶ୍ରୀ ସାହୁ ଓ ମୁଖ୍ୟ ଅତିଥି ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା ।ଏହି ପ୍ରତିଯୋଗିତାରେ ଅଂଶଗ୍ରହଣକାରୀଙ୍କୁ ପ୍ରସଂଶା ପତ୍ର ଓ ବିଜେତାଙ୍କୁ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା। ଏହି ପ୍ରତିଯୋଗିତାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ମୁଶିଗୁଡାର ଛାତ୍ରୀ ଅଦିତି ପଟ୍ଟନାୟକ ପ୍ରଥମ ସ୍ଥାନ ଅଧିକାର କରି ଟ.୧୫,୦୦୦/-, ପ୍ରିୟଦର୍ଶିନୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଜୁନାଗଡ଼ର ଛାତ୍ରୀ କରିଶ୍ମା ଶବର ଦ୍ଵିତିୟ ସ୍ଥାନ ଅଧିକାର କରି ଟ. ୧୦,୦୦୦/- ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ମ.ରାମପୁରର ଛାତ୍ରୀ ମନିଷା ବନ୍ ସଲ୍ ତୃତୀୟ ଅଧିକାର କରି ଟ.୫୦୦୦/- ପୁରସ୍କାର ରାଶି ପାଇଛନ୍ତି ଓ ଆଗାମୀ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବେ ବୋଲି କହିଛନ୍ତି। ଉଚ୍ଚ ମାଧ୍ୟମିକ ବିଭାଗ ଦାୟିତ୍ଵରେ ଥିବା ବିରେନ୍ଦ୍ର କୁମାର ଆଚାର୍ଯ୍ୟ ଧନ୍ୟବାଦ୍ ଅର୍ପଣ କରିଥିଲେ । ପ୍ରଶାନ୍ତ ନନ୍ଦ, ଟଙ୍କଧର ସାହୁ, ଜିତେନ୍ଦ୍ର ମୁଣ୍ଡ, କୈଳାଶ ବିଶି, ତପନ ମୁଣ୍ଡ, ସ୍ବାଗତ ମହାରଣା, ବିରଞ୍ଚି ତାଣ୍ଡି, ଜସ୍ ବୀର କୁମାର, ଅନୀତା ସୁନାନି, ଅଭିଷେକ ବେହେରା,ସୁନିଲ ବିଶ୍ଵାଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଉଚ୍ଚ ମାଧ୍ୟମିକ ବିଭାଗ ଦାୟିତ୍ଵରେ ଥିବା ବିରେନ୍ଦ୍ର କୁମାର ଆଚାର୍ଯ୍ୟ କାର୍ଯ୍ୟକ୍ରମ କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Hemant Kumar Ray
Editor, News Gallery
Mob: 9439506580
Email: newsgallery.in@gmail.com
author

Hemant Kumar Ray

Editor, News Gallery Mob: 9439506580 Email: newsgallery.in@gmail.com

Similar Posts